Home

ଶହୀଦ ବୀର ଯବାନଙ୍କୁ ଦେଶ କେବେ ଭୁଲିବନି: ମୋଦି

ନୂଆଦିଲ୍ଲୀ,୧୪।୨: ୨୦୧୯, ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଆକ୍ରମଣକୁ ବର୍ଷେ ପୂରିଛି। ଏହି ଘଟଣାକୁ ମନେପକାଇ ଦେଶବାସୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…

ଜଳକ୍ରୀଡ଼ା ବିକାଶରେ ଓଡ଼ିଶାକୁ ସାହାଯ୍ୟ କରିବ କେରଳ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓ୍ବାଟର ସ୍ପୋର୍ଟସ ଟୁରିଜମ୍‌ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି ଓଡ଼ିଶା ପର୍ଯ୍ୟଟନ। ଜଳକ୍ରୀଡ଼ା କ୍ଷେତ୍ରରେ…

ଭାରତ ପାଖରେ ପର୍ଯ୍ୟାପ୍ତ ଔଷଧ ଗଚ୍ଛିତ ଅଛି, ଭୟ କରିବାର ଆବଶ୍ୟକାତା ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪।୨: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୪ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଔଷଧ ପାଇଁ…

କୂଆଖାଇ ପଠାରେ ବ୍ରାଉନସୁଗାର ବେପାର

ଭୁବନେଶ୍ୱର,୧୪।୨(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍‌ ପରେ ବ୍ରାଉନସୁଗାର ମାଫିଆମାନେ ସେମାନଙ୍କ କାରବାରର ତରିକା ବଦଳାଇଛନ୍ତି। ପୁରୁଣା ସ୍ଥାନ ଛାଡ଼ି ନୂଆ ନିଛାଟିଆ ସ୍ଥାନରେ ବେପାର ଜମାଇଛନ୍ତି। ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଏହି ବେଆଇନ କାରବାରକୁ…

କପଡ଼ା ଯୋଗାଣ ନାଁରେ ୪୭ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସୁରଟ ଓ କୋଲକାତାରୁ ନାମୀଦାମୀ କମ୍ପାନୀର କପଡା ଶସ୍ତାରେ ଯୋଗାଇଦେବା ଆଳରେ ୪୭ ଲକ୍ଷ ଟଙ୍କା ଠକେଇ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଅଞ୍ଚଳର ପ୍ରକାଶ…

ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ବିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଥିବାବେଳେ ଫେବୃୟାରୀ ୧୩ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ୪୩ ଲକ୍ଷ ୩୮ ହଜାର ୭୭୮ ଟନ ଧାନ ବିଭିନ୍ନ ମଣ୍ଡି ଜରିଆରେ ସଂଗ୍ରହ କରାଯାଇଛି, ଯାହା ଧାର୍ଯ୍ୟ…

୯ଜଣଙ୍କୁ ‘କନ୍ୟାରତ୍ନ ସମ୍ମାନ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଲିଙ୍ଗଗତ ବୈଷ୍ୟମ୍ୟତା ଦୂର କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୁରୁବାର ଉତ୍କଳ ରଙ୍ଗମଞ୍ଚଠାରେ ଏକ ନିଆରା କାର୍ଯ୍ୟକ୍ରମ ‘କଳିଙ୍ଗ ରତ୍ନ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ପୂର୍ବତନ ବରିଷ୍ଠ ପ୍ରଶାସକ ହେମନ୍ତ ପାଢ଼ୀ ଯୋଗଦେଇ…

ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୧୪।୨ (ବ୍ୟୁରୋ)ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ନିମନ୍ତେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସାମାଜିକ କର୍ମୀ, ଟ୍ରଷ୍ଟ ଏବଂ ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ବୋଲି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା…

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ଫଳରେ ୫୫…

ହାତ ଯୋଡିଲେ ବିଜୟ ମାଲ୍ୟା: କାନ୍ଦିକି କହିଲେ, ତୁରନ୍ତ ସବୁ ଟଙ୍କା ଫେରସ୍ତ ନେଇଯାଅ

ଲଣ୍ଡନ, ୧୪।୨: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବ୍ରିଟେନ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟିଶ ହାଇକୋର୍ଟରେ କାନ୍ଦି ପକାଇଛନ୍ତି। ଭାରତୀୟ ବ୍ୟାଙ୍କ୍‌ଗୁଡିକ ତୁରନ୍ତ ଟଙ୍କା ଫେରସ୍ତ ନେଇଯାନ୍ତୁ। ରୟାଲ କୋର୍ଟ ଅଫ୍‌ ଜଷ୍ଟିସରେ ମାଲ୍ୟା ହାତ ଯୋଡି ଏହା…

କଟକରୁ ସ୍ଥାନାନ୍ତର ହେବ ମଧୁସୂଦନ ଆଇଟିଆଇ

କଟକ ଅଫିସ,୧୪।୨: କଟକ ଏସ୍‌ସିବି ମେଡିକାଲକୁ ନୂଆ ରୂପ ଦେବା ସହ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଣୁ ଏହାର ଆଖପାଖ ଅଞ୍ଚଳରୁ ଘର, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ…

ସରକାରୀ ସଂସ୍ଥାକୁ ଦକ୍ଷ କରିବ ‘ମୋ ସରକାର’: ମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ କୃଷକଙ୍କ ଆୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ତେଣୁ ଏହାକୁ ତ୍ରୁଟିଶୂନ୍ୟ ଏବଂ ପ୍ରଗତିଶୀଳ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri