Home

ହୋଲି ଛାଡ଼ି ଡ୍ରେନ୍‌ ସଫା କଲେ ଯୁବଗୋଷ୍ଠୀ

ଭଞ୍ଜନଗର,୧୦।୩(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଲଣ୍ଡେଇସାହିର ଯୁବଗୋଷ୍ଠୀ ମଙ୍ଗଳବାର ହୋଲି ଉତ୍ସବକୁ ଭୁଲି ଡ୍ରେନ୍‌ ସଫେଇ କରିଥିଲେ। ଲଣ୍ଡେଇସାହି ମୁଖ୍ୟରାସ୍ତା କଡ଼ ଡ୍ରେନରେ ମଇଳା ଭରି ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ ଡ୍ରେନ ନିୟମିତ ସଫେଇ କରିବା କୌଣସି ବ୍ୟବସ୍ଥା ନାହିଁ। ତେଣୁ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ସଦସ୍ୟ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି। ଜ୍ୟୋତିରାଦିତ୍ୟ ନିଜ ଇସ୍ତଫା ଦେଇ ଏହାର ଏକ ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲର…

ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।

ହୋଲି ପରେ ଗାଧୁଆ: କାଠଯୋଡ଼ିରେ ବୁଡ଼ି ଦୁଇ ବାଳକ ମୃତ

କଟକ ଅଫିସ/କଟକ ସଦର(ଡି.ଏନ୍‌.ଏ.),୧୦।୩: କଟକ ନିକଟ ୪୨ମୌଜାର କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ ନିଶାନ୍ତ ପାଢ଼ୀ ଏବଂ ଶୁଭମ କୁମାର ବେହେରା। ଉଭୟଙ୍କ ଘର ନେତାଜୀ ନଗର ହୋଇଥିବା ବେଳେ ସେମାନେ ଅଷ୍ଟମ…

କେରଳରେ ୧୨ କରୋନା ସଂକ୍ରମିତ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୧୦।୩: କରୋନା ଭାଇରସରେ ସଂକ୍ରମିତ ୬ ରୋଗୀ ଚିହ୍ନଟ ହେବା ପରେ ଏବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨ରେ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ଓ ପରୀକ୍ଷାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ…

ଡଙ୍ଗାବୁଡ଼ି ଜଣେ ନିଖୋଜ ଘଟଣା: ଡ୍ୟାମ୍‌ରୁ ମୃତଦେହ ଉଦ୍ଧାର

ଜୟପୁର,୧୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକ ନିକଟସ୍ଥ ଦୁର୍ଲା ଘାଟରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ରବିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ ଉକ୍ତ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ଗୁରୁ ପାଙ୍ଗି(୫୦)। ସୂଚନାନୁଯାୟୀ, ବଡ଼ଗୁରୁ ପାଙ୍ଗ…

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି ଭାବନ୍ତି। ଏଥର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ଆସିବା…

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ପୁରସ୍କାର: ଭାଜପାରେ ସମ୍ମାନ, ମିଳିବ ମନ୍ତ୍ରୀପଦ !

ନୂଆଦିଲ୍ଲୀ, ୧୦।୩: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଆସିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିଛନ୍ତି। ସେ ଏବେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କୁ ସମର୍ଥନ କରୁଥିବା ୨୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେଲେ ରାଜ୍ୟ ବିଧାନସଭାରେ ବିଧାୟକଙ୍କ…

ରାଣା କପୁର କ୍ରୟ କରିଥିବା ରାଜୀବ ଗାନ୍ଧୀଙ୍କ ପେଣ୍ଟିଂକୁ ଜବତ କଲା ଇଡି

ମୁମ୍ବାଇ,୧୦।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅସୁବିଧା ଯେମିତି ମାଡି ଆସୁଛି। ୟସ୍‌ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର କାରବାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)କେତେ ଗୁଡିଏ…

କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶର କ୍ଷମତା ରାଜନୀତି ଏବେ ଦିଲ୍ଲୀ ପହଞ୍ଚିଛି। କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ…

ଖାଲକୁ ଖସିଲା ବସ: ୫ମୃତ, ୩୪ ଆହତ

ଶିମଲା,୧୦।୩: ହିମାଚଳପ୍ରଦେଶରେ ଭୋର୍‌ ୬ଟା ୪୫ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଭରମୋର-ପାଠାଣକୋଟ ଜାତୀୟ ରାଜପଥର ଚେହଲିଠାରେ ଏକ ଯାତ୍ରୀବାହୀ ବସ ଖାଲକୁ ଖସି ପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଲୋକ ଆହତଙ୍କ ହୋଇଛନ୍ତି। ଖବର ପାଇ…

ସିଏଏ ହିଂସା: ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇପାରନ୍ତି ଯୋଗୀ ସରକାର

ଲକ୍ଷ୍ନୌ,୧୦।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶରେ ଉପୁଜିଥିବା ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଏକ ପୋଷ୍ଟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜାରି କରିଥିଲେ। ଗୋଟିଏ ଦିନ ପୂର୍ବରୁ ଏହି ପୋଷ୍ଟରକୁ ହଟାଇବାକୁ ଆହ୍ଲାବାଦ ହାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?