Home

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ, ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ । ଦଳରେ ବରିଷ୍ଠ…

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାଳକ ମୃତ

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ପୁରୁଣା ବଜାର ନିକଟ ୨୦ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାକଡରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆଗ ଟ୍ରକ…

ନୂତନ କୋର୍ଟ କୋଠା ଉଦ୍‌ଘାଟିତ

ଚାନ୍ଦିଲି(କୋଟପାଡ଼),୯ା୩(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟପାଡ଼ ଜେଏମ୍‌ଏଫ୍‌ସି କୋର୍ଟର ଏକ ନୂତନ କୋଠା ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ବିଚାରପତି କୃଷ୍ଣରାମ ମହାପାତ୍ର ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, କୋରାପୁଟ ଜିଲାଜଜ୍‌ ବିମଲ୍‌ କୁମାର ଚାନ୍ଦ,…

ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ବାହା ପର୍ବ’

ସୁନାବେଡା,୯ା୩(ଡି.ଏନ୍‌.ଏ.): ଆଦିବାସୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସୁନାବେଡା ସାହରାଞ୍ଚଳରେ ମହା ଆଡମ୍ବରରେ ବାହା ପର୍ବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସମସ୍ତ ପରିବାର ସମେତ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ମହିଳା ଓ ପୁରୁଷ…

କରୋନା ଚିନ୍ତା, ହୋଲି ନ ଖେଳିବାକୁ ସଚେତନତା ରାଲି

ପାଟପୁର,୯ା୩- କରୋନା ରୋକିବା ନେଇ ସାନଖେମୁଣ୍ଡି ବ୍ଲକ ପୋଡ଼ମାରି ଗ୍ରାମରେ ସୋମବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୋଡ଼ମାରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ବଳରାମ ଜେନାଙ୍କ ନେତୃତ୍ୱରେ ସଚେତନତା ରାଲିରେ ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ…

ଘୋଡାହାଡ଼ ନଦୀରେ ବୁଡ଼ି ଯୁବକ ମୃତ

ପାଟପୁର,୯ା୩- ପାଟପୁର ଥାନା ଜଲମରା ଗ୍ରାମ ନିକଟ ଘୋଡାହାଡ଼ ନଦୀରେ ବୁଡ଼ି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସେ ହେଲେ ପଳାସପୁର ଗ୍ରାମର ଟୁକୁନା ନାଇକ (୩୦) l ଟୁକୁନା ଅପରାହ୍ନ ୩ଟାରେ ନଦୀକୁ ଗାଧୋଇବାକୁ ଯାଇ ଅସାବଧାନତା…

ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ

ବାସୁଦେବପୁର, ୯। ୩(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ନୂଆଗଡ ଗ୍ରାମର ନିରଞ୍ଜନ ମଳିକ ନାମକ ବ୍ୟକ୍ତିଙ୍କୁ ତାଙ୍କର କେତେକ ପଡୋଶୀ ମରଣାନ୍ତକ ଆକ୍ରମଣ କରି ପିଟି ପିଟି ହତ୍ୟା କରିଛନ୍ତି। ସୋମବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି। ନିରଞ୍ଜନ ଓ ତାଙ୍କ ବାପା ଜନିଆ…

ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କଲା ଏନ୍‌ଜିଟି

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଦିଲ୍ଲୀର ପ୍ରାୟ ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରିଥିବା ଜଣାପଡିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରି ଏକ ଆଡଭାଇଜରି…

କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା କହିଛି ଚାଇନା ଗଣମାଧ୍ୟମ। ସିନୁହା ନ୍ୟୁଜର…

ଗ୍ୟାସ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗରେ ପ୍ରତିବାଦ

ଲୋଇସିଂହା,୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଏକ ଗ୍ୟାସ ଗୋଦାମରେ ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଉକ୍ତ ଗୋଦାମରେ ଏକ ସିଲିଣ୍ଡର ପିଛା କାଉଣ୍ଟର ସେଲିଂ ହେଉଛି ୮୨୯…

ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହା ଆୟୋଜନ କରାଯାଇଥିଲା। ଅଧିବାସ ଉପଲକ୍ଷେ ଗ୍ରାମର ସମସ୍ତ…

କୂଅରେ ପଡି ୨ ବର୍ଷ ଶିଶୁର ଜୀବନ ଗଲା

ପାଟଣା, ୯ା୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଟୁନା ମୁଣ୍ଡାଙ୍କ ୨ ବର୍ଷର ପୁଅ ଜଗା ଏକ ପରିତ୍ୟକ୍ତ କୂଅରେ ପଡି ପ୍ରାଣ ହରାଇଛନ୍ତି। ଜଗା ଅଗଣାରେ ଖେଳୁଥିବା ବେଳେ ଅସାବଧାନତାବଶତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?