ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ। “

କଥାରେ ଅଛି, ଆଜ୍‌ମା ଓ ଏକ୍‌ଜିମା ଭଲ ହୁଏ ନାହିଁ। ଏହା ଥରେ ଆରମ୍ଭ ହେଲେ ଜୀବନ ସାରା କଷ୍ଟଦିଏ ଏବଂ ରୋଗୀକୁ ସବୁଦିନ ପାଇଁ ଆବଶ୍ୟକ ଅନୁଯାୟୀ ଔଷଧ ସେବନ ସହ ମଲମ ବା ଲୋଶନ୍‌ ଲଗାଇବାକୁ ହୁଏ। ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ ବେଶି ହୋଇଥିବା ଏହି ରୋଗ। ଏହି ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରୋଗ ହେବା ଯୋଗୁଁ ଏହାକୁ ଡିଆଁରୋଗ ବୋଲି କୁହାଯାଏ। ଏହା ପ୍ରାୟତଃ ଜଂଘସନ୍ଧି, ଜଂଘ, ହାତ ଇତ୍ୟାଦି ଝାଳ ବହୁଥିବା ସ୍ଥାନରେ ବେଶି ହୋଇଥାଏ।
ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ। ଚର୍ମରୋଗ ବର୍ଷଯାକ ଦେହରେ ଥାଏ ମାତ୍ର ଗ୍ରୀଷ୍ମ ଓ ବର୍ଷା ଋତୁରେ ଗରମ ଓ ଆର୍ଦ୍ରତା କାରଣରୁ ପ୍ରକୋପ ବଢ଼ି ରୋଗୀର ଚର୍ମ କୁଣ୍ଡାଇ ଛିଣ୍ଡି ବିବ୍ରତ କରିପକାଏ ଏବଂ ଆସ୍ତେ ଆସ୍ତେ ଗୋଟିଏ ସ୍ଥାନରୁ ଦେହ ସାରା ମାଡ଼ି ଯାଇଥାଏ। ଆରମ୍ଭରୁ ରୋଗୀ ଅବହେଳା କରି ଟିକିଏ ମଲମ, ତେଲ ବା ଔଷଧ ବ୍ୟବହାର କରି ସାମୟିକ ଉପଶମ ପାଇଲେ ମଧ୍ୟ ରକ୍ତରେ ଥିବା ଜୀବାଣୁ ଦେହସାରା ମାଡ଼ି ବଂଶବିସ୍ତାର କରି ସ୍ଥାନେସ୍ଥାନେ ଚକଡ଼ା ଆକାରରେ ଯାଦୁ, କାଛୁ ବାହାରେ ଏବଂ ଶେଷରେ ଫଳିଯାଏ, କାତି ପରି ଛାଡ଼େ ଓ ଲସି ଭଳି ତରଳ ପଦାର୍ଥ ନିର୍ଗତ ହୋଇଥାଏ।
ଏଥିରେ ସ୍ପର୍ଶ ଉତ୍ତାପ ଓ ସୂଚୀ ଭେଦନବତ ଯନ୍ତ୍ରଣା ସହ ଚର୍ମ କୁଣ୍ଡାଇ ହୋଇ ସ୍ନାୟୁର ଅଗ୍ରଭାଗରେ ଥିବା ସମ୍ବେଦନଶୀଳ ତନ୍ତୁ ବା ରିସେପ୍ଟର ଦ୍ୱାରା ପ୍ରଥମେ ସୃଷ୍ଟି ହୋଇଥାଏ। ସ୍ନାୟୁରେ ଥିବା ”ଅଜମାଇ ରିନେଟଡସି“ ତନ୍ତୁ ମଧ୍ୟରେ ଅନ୍ତର୍ଗାମୀ ଗତି (ଆଫାରେଶଟ ପାଥଡ୍ବେ) ଦେଇ ମେରୁଦଣ୍ଡରେ ଥିବା ସ୍ନାୟୁଗୁଚ୍ଛରେ ପ୍ରବେଶ କରି ଉପରକୁ ଅନୁଭୂତି ସ୍ନାୟୁ ଦ୍ୱାରା ମସ୍ତିଷ୍କରେ ପହଞ୍ଚେ, ପରେ କାର୍ଯ୍ୟବାହୀ ନାଡ଼ି ଦ୍ୱାରା ତା’ର କାର୍ଯ୍ୟ ସମ୍ପାଦକ କରିଥାଏ। ଏହିପରି କିଛି ଦିନ କୁଣ୍ଡାଇବା ଦ୍ୱାରା ସେଠାରେ ବିର୍‌ ବିର୍‌ ପରି ଫଳି ବାହାରି ଆସ୍ତେଆସ୍ତେ ଛିଣ୍ଡି ଫୋଟକା ହୋଇ ପାର୍ଶ୍ୱରେ ଶୁଷ୍କ କାତି ପରି ଚର୍ମ ଛାଡ଼େ ଓ ସେଥିମଧ୍ୟରୁ ଲସି ପରି ତରଳ ପଦାର୍ଥ ନିର୍ଗତ ହୋଇ ଏପରି ଶୁଷ୍କ ଓ ପିଚ୍ଛିଳ ଯାଦୁ ବା ଏକ୍‌ଜିମା ଆକାର ଧାରଣ କରେ। କେତେକ ରୋଗୀଙ୍କ ଦେହସାରା ଶ୍ୱେତବର୍ଣ୍ଣର ମାଛ କାତି ପରି ବାହାରିବା ସହ ପ୍ରବଳ କୁଣ୍ଡାଇ ହୁଏ, ତାହାକୁ ”ସୋରିଆସିସ୍‌“ ବୋଲି କୁହାଯାଏ। କୁଣ୍ଡାଇବା ସହ ଜଳିଯାଉଥିବା ସ୍ଥାନକୁ ”ଡର୍ମାଟାଇଟିସ“ କୁହାଯାଏ।
ସାବଧାନତା: ରୋଗୀ ନିଜ ଲୁଗାପଟା ନିମ୍ବ ପତ୍ର ସିଝା ପାଣି/ ଡେଟଲ ପାଣିରେ ଧୋଇବା ସହ ସଂକ୍ରମିତ ସ୍ଥାନକୁ ମଧ୍ୟ ଦୁଇବେଳା ସଫା କରିବେ। ମାଛ, ମାଂସ, ଅଣ୍ଡା ଇତ୍ୟାଦି ପୁଷ୍ଟିସାର ଖାଦ୍ୟ ବର୍ଜନୀୟ, ଆଣ୍ଟିଫଙ୍ଗଲ ଟେଲକମ୍‌ ପାଉଡର (ହର୍ବାଲ) ଦେହରେ ସିଞ୍ଚନ କରିବେ। ପିଲାମାନେ ଥଣ୍ଡା ପାନୀୟ, କୁଲ୍‌ଫି, ଆଇସ୍‌କ୍ରିମ୍‌ ଖାଇବା ଅନୁଚିତ। ଶୀତଦିନେ ମଶ୍ଚରାଇଜର, ନଡ଼ିଆ ତେଲରେ ଗନ୍ଧକର୍ପୂର ମିଶାଇ ଚାଲ ମୁଗୁରା ତେଲ, ନିମ୍ବ ତେଲ ବା କରଞ୍ଜ ତେଲ ଏଥିମଧ୍ୟରୁ ଗୋଟିଏ ଲଗାଇଲେ କୁଣ୍ଡାଇବା ବନ୍ଦ ହୁଏ। ଚାଷୀ ଭାଇମାନେ ପାଣିରେ ପଶି କାମ କରିବା ପୂର୍ବରୁ ହାତଗୋଡ଼ରେ ସୋରିଷତେଲ/ ନିମ୍ବତେଲ ଲଗାଇବା ପରେ ହାତ ଓ ଗୋଡ଼ରେ ଜରି ବା ଗ୍ଲୋବ୍‌ସ ଓ ଫୁଲ୍‌ ଶୋ ପ୍ଲାଷ୍ଟିକ୍‌ ଯୋତା ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି କାମ କଲେ ଏହି ରୋଗରୁ ମୁକ୍ତି ପାଇବେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri