Home

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ସହ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ…

ବିଦାୟ ଟୁର୍ନାମେଣ୍ଟରେ ନିଜ ପୋଷ୍ଟର ଦେଖି କାନ୍ଦିଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ,୧୭।୨: ବେଙ୍ଗାଲୁରୁ ଓପନ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ ଟେନିସ ଖେଳାଳି ଲିଆଣ୍ଡର୍‌ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମରେ ତାଙ୍କର…

କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ଡେମୋ ଦେଖାଇଲେ ଡ୍ରାଇଭର ବର୍ଦ୍ଧନ

ଝାରସୁଗୁଡ଼ା ଅଫିସ,୧୭ା୨: ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ୨୦୧୬ରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ବହୁ ତଥ୍ୟ ପାଇଛି ।…

ବେକାରି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ବେକାରି ଏବଂ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବେକାରିରେ ଓଡ଼ିଶା ଏକ ନମ୍ବର ବୋଲି ଶନିବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିବା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସ୍କିଲ୍‌ ମିଶନର କଥା କହି…

ବିବାହରେ ଅତିଥିଙ୍କର ହେଲା ଡାଇବେଟିସ୍‌ ଯାଞ୍ଚ୍‌

ରାଜକୋଟ୍‌, ୧୭।୨: ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଗୁଜରାଟ ରାଜକୋଟରେ ଏଭଳି ଘଟିଛି। ଏଠାରେ ହୋଇଥିବା ମିତେଶ କକ୍କର ଏବଂ ହେନି ପୁଜରାଙ୍କ ବିବାହ ଉତ୍ସବରେ ଅତିଥିଙ୍କର…

ଶିକ୍ଷାଗତ ଯୋଗ୍ୟତାର ୩ ପ୍ରକାର ତଥ୍ୟ ରଖିଛନ୍ତି ମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ପ୍ରତିନିଧି ଆଇନ ୧୯୫୧ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥାଏ। ମାତ୍ର ପ୍ରାର୍ଥୀମାନେ ନିଜକୁ ବଡ଼ ଦେଖାଇବା ନଚେତ୍‌ ନିଜର ବାସ୍ତବ ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ପାଇଁ ଅନେକ…

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା ସୀମା ଟପିଥିବା କୁହାଯାଉଛି। ଲୋକଙ୍କ ସତର୍କ କରିବା ଲାଗି ଡ୍ରୋନ୍‌ର ସହାୟତା ନିଆଯାଉଛି। ଡ୍ରୋନ୍‌…

ନବଜାତକ ପେଟ ବାହାରେ ପାକସ୍ଥଳୀ: ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ ଅଫିସ,୧୭ା୨: କଟକ ଶିଶୁଭବନରେ ଜଣେ ନବଜାତକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ବାହାରକୁ ଲମ୍ବି ଆସିଛି ଅନ୍ତଃନଳୀ ଓ ପାକସ୍ଥଳୀ। ଶିଶୁଭବନ ଆଶୁ ଚିକିତ୍ସା କେନ୍ଦ୍ରର ୩୫ନଂ. ବେଡରେ ଉକ୍ତ ନବଜାତକଙ୍କୁ ରଖାଯାଇଛି। ଖୁବ୍‌ଶୀଘ୍ର ଅସ୍ତ୍ରୋପଚାର ମାଧ୍ୟମରେ…

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟ୍ରେନ୍‌ରେ ଗୋଟିଏ ସିଟ୍‌ ସଂରକ୍ଷିତ ହୋଇ ରହିଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି।…

ବନ୍ତଳା ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଡକାୟତି

ଅନୁଗୋଳ ଅଫିସ,୧୭।୨: ଅନୁଗୋଳ ଜିଲା ବନ୍ତଳା ଥାନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବନ୍ତଳା ଶାଖାରେ ରବିବାର ରାତିରେ ଡକାୟତି ହୋଇଛି। ବ୍ୟାଙ୍କ ମ୍ୟାନେଜର କାର୍ଯ୍ୟାଳୟ ଗୃହ କବାଟ ତାଲା ତଡ଼ା ହୋଇଥିବା ବେଳେ କମ୍ପ୍ୟୁଟର,ହାଡ୍‌ଡିକ୍ସ ଆଦି ନେଇ ଯାଇଥିବା ଜଣାପଡୁଛି। ଏଥି…

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯୭ ପ୍ରତିଶତ ଲୋକ ହୁବେଇ ପ୍ରଦେଶର…

ଦିଲ୍ଲୀ ଏନ୍‌କାଉଣ୍ଟର: ୨ ଓ୍ବାଣ୍ଟେଡ ଅପରାଧୀ ମୃତ

ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀର ପୁଲ ପ୍ରହଲ୍ଲାଦପୁର ଅଞ୍ଚଳରେ ସୋମବାର ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଓ୍ବାଣ୍ଟେଡ ଅପରାଧୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୫ଟାରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ମୃତ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri