ଡାଲି ଜାତୀୟ, ତୈଳବୀଜ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ୧୨ରୁ ୧୫ ତାରିଖ ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଫଳରେ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ପଦକ୍ଷେପମାନ ଗ୍ରହଣ କରିବାକୁ ଗୁରୁବାର ଓଡ଼ିଶା କୃଷି ଓ ଖାଦ୍ୟ ଉପତ୍ାଦନ ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ (ଓୟୁଏଟି) ପକ୍ଷରୁ ପରାମର୍ଶ ଦିଆଯାଇଛି। କୃଷକକୁ ବିଭାଗ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନୁଯାୟୀ, ଅଧିକ ବର୍ଷା ହେଲେ ବିଲରେ ଥିବା ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ, ପନିପରିବା ଓ ବିଭିନ୍ନ ଫୁଲ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିବା, ପନିପରିବା ଫସଲର ତଳିଘେରାକୁ ଧଳା ପଲିଥିନରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ଅନ୍ୟପକ୍ଷେ ଫଲ ଜାତୀୟ ଚାଷ ଯଥା ଗେଣ୍ଡୁ, ଗୋଲାପ, ସେବତୀ ଆଦି ଫୁଲର ମାନ ବର୍ଷା ଯୋଗୁ ଖରାପ ହେବାର ସମ୍ଭାବନା ରହିଛି। ତେଣୁ ସେଗୁଡ଼ିକୁ ତୋଳି ଦେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଫୁଲକୋବି, ବନ୍ଧାକୋବି ଓ ଅନ୍ୟାନ୍ୟ ପନିପରିବାକୁ ତୋଳିବା, ପିଆଜ ଓ ରସୁଣକୁ ଆଦାୟ କରି ଖେଳେଇବା ପାଇଁ ପରାମର୍ଶ ଦିଆଯାଇଛି। ସୂର୍ଯ୍ୟମୁଖୀ, ଚିନାବାଦାମ ଆଦି ତୈଳବୀଜ ଫସଲ, ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଓ ପନିପରିବାରେ ଜଉପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୪୦ ଗ୍ରାମ୍‌ ଥାୟୋମେଥୋକ୍‌ଜାମ୍‌ କିମ୍ବା ୫୦ ମି.ଲି. ଇମିଡ଼ାକ୍ଲୋପ୍ରିଡ଼୍‌ କିମ୍ବା ୫୦ ଗ୍ରାମ୍‌ ଏସିଟାମିପ୍ରିଡ଼୍‌କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି। ଏଥିସହ ଫସଲରେ ପତ୍ରପୋଡ଼ା ରୋଗ ଏଡ଼ାଇବା ପାଇଁ ଲିଟର ପ୍ରତି ୧ ଗ୍ରାମ୍‌ କାର୍ବେଣ୍ଡାଜିମ୍‌ ବା ୧.୫ ଗ୍ରାମ୍‌ କାର୍ବେଣ୍ଡାଜିମ୍‌ + ମାଙ୍କୋଜେବ୍‌ ମିଶ୍ରିତ ଔଷଧ ଅଥବା ୨ ଗ୍ରାମ୍‌ କ୍ଲୋରୋଥାଲୋନିଲ୍‌ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି। ଏ ନେଇ ଅଧିକ ଜାଣିବା ପାଇଁ କୃଷକମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri