କରୋନା ମୃତ୍ୟୁ ସଂଖ୍ୟା ୧୭ ୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର
ବେଜିଂ,୧୭।୨: ଚାଇନାରେ କରୋନା ମହାମାରୀ ଥମିବାର ନା ଧରୁନି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଥିବା ଚାଇନା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଦେଶର ୩୦ଟିରୁ ଅଧିକ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୭୦,୪୦୦ରେ ପହଞ୍ଚିଛି।…
ମାଷ୍ଟରସେଫ୍ ଇଣ୍ଡିଆ ବିଜେତା ଓଡ଼ିଆ ପୁଅ ଅବିନାଶ
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଜାତୀୟସ୍ତରୀୟ ରିୟଲିଟି ଶୋ’ରେ ପୁଣିଥରେ ଚମକିଛି ଓଡ଼ିଶା। ଏଥର କୌଣସି ଡ୍ୟାନ୍ସ କି ମ୍ୟୁଜିକ୍ ରିୟାଲିଟି ଶୋ’ ନୁହେଁ, ଦେଶର ସବୁଠାରୁ ଲୋକପ୍ରିୟ କୁକିଂ ରିୟଲିଟି ଶୋ’ ‘ମାଷ୍ଟର୍ସେଫ୍ ଇଣ୍ଡିଆ’ରେ ପ୍ରଥମଥର ପାଇଁ ବାଜି ମାରିଛନ୍ତି ଜଣେ ଓଡ଼ିଆ। ବ୍ରହ୍ମପୁରରେ…
ଯୁବତୀଙ୍କୁ ଅସଦାଚରଣ, କନଷ୍ଟେବଳ ନିଲମ୍ବିତ
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀରେ ଖାକିବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ ରାଜରାସ୍ତାରେ ଆଉ ଏକ ଖାକି କାରନାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅସଦାଚରଣ କରିବା…
ଦଣ୍ଡ ଭୟ
ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ ଦେବଦେବୀଙ୍କ ଫଟୋଟିଏ ଲାଗିଗଲେ ଛେପ ପକାଇବା ବନ୍ଦ ହୋଇଯାଏ। କାରଣ ପାପ ଲାଗିବ, ଠାକୁର…
ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ମୃତ
ମାଲ୍ଦା,୧୭ା୨: ପଶ୍ଚିମବଙ୍ଗର ମାଲ୍ଦାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ଜଣ ପ୍ରାଣ ହରାଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମାଲ୍ଦା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ମୃତକ ଦ୍ୱୟ ଶ୍ରମିକ ଓ ସେଠାରେ କାମ କରୁଥିବା ଅବସ୍ଥାରେ ପୋଲ…
ବନ୍ଧୁକ ଡିଲରଙ୍କ ଠିକଣା ପାଇଲା ଏସ୍ଟିଏଫ୍: ଦୁଇ ବେପାରୀଙ୍କୁ ଧରି ଓଡ଼ିଶା ସୀମାକୁ ଗଲା ଟିମ୍
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ ବନ୍ଧୁକ ବିକ୍ରି କରୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ଧରାପଡ଼ିଥିଲେ ଛାଡ଼ଖଣ୍ଡର ବିବିଏ ଛାତ୍ର ସାନୁ ପାଦର ଓ ଖଣ୍ଡଗିରିର ସୁରେଶ ପାଣିଗ୍ରାହୀ। ଉଭୟଙ୍କୁ ଏସ୍ଟିଏଫ୍ ଶୁକ୍ରବାରଠାରୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଦୁଇ…
ପୋଲରୁ ଏସ୍ୟୁଭି ଖସି ୭ ମୃତ
ମୁମ୍ବାଇ,୧୭ା୨: ମହାରାଷ୍ଟ୍ରର ୟବତମାଲ ଜିଲାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟି ୭ ଜୀବନ ଯାଇଛି। ସକାଳେ କଲାମ୍ବ-ଯୋଡ୍ମୋହା ରୋଡ୍ ନିକଟ ଏକ ପୋଲରୁ ଏସ୍ୟୁଭି ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଅନ୍ୟ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ…
୪୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ଲେଭଲ କ୍ରସିଂ ନିକଟରେ ପୋଲିସ ରବିବାର ଚଢ଼ାଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୦.୫ ଗ୍ରାମର ବ୍ରାଉନସୁଗାର, ଗୋଟିଏ ପଲ୍ସର ବାଇକ, ୩ ମୋବାଇଲ ଫୋନ୍…
ଭିଜିଲାନ୍ସ ଜାଲରେ ଥାନା ଏଏସ୍ଆଇ
ପୁରୀ ଅଫିସ,୧୭ା୨: ଏକ ମାମଲାରେ ଚାର୍ଜଶିଟ୍ରୁ ନାମ ବାଦ ଦେବା ଲାଗି ଟାଉନ ଥାନା କାର୍ଯ୍ୟରତ ଏଏସ୍ଆଇ ବିରଞ୍ଚତ୍ ରାଉଳ ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶୁକ୍ରବାର ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ତାଙ୍କଠାରୁ ଟଙ୍କା ଜବତ କରିବା ସହ…
ଯୁବତୀଙ୍କୁ ପୋଲିସର ଗଣବଳାତ୍କାର
ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ମାମଲା ରୁଜୁ କରାଯାଇଛି।…
ବଢ଼ିଲା ଖରା: ୩୦ ଡିଗ୍ରୀ ଉପରେ ୧୭ ସହର; ମାଲକାନଗିରିରେ ସର୍ବାଧିକ ୩୫.୨ ଡିଗ୍ରୀ
ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜ୍ୟରେ ଆଉ ଶୀତ ଅନୁଭବ ହେବ ନାହିଁ। ଚଳିତମାସର ବାକି ଦିନଗୁଡ଼ିକରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଦିନବେଳା ୩୫ଡିଗ୍ରୀ ଏବଂ ରାତିରେ ୧୭ଡିଗ୍ରୀ ଉପରେ ରହିବ। ବିଶେଷ କରି ୨ରୁ ୩ ଦିନ ମଧ୍ୟରେ ଦିନ ଓ ରାତିର…
ଶାହିନବାଗ୍ ବିକ୍ଷୋଭକାରୀଙ୍କୁ ରୋକିଲା ପୋଲିସ
ନୂଆଦିଲ୍ଲୀ,୧୭ା୨ (ପି.ଟି.): ଦିଲ୍ଲୀର ଶାହିନବାଗ୍ରେ ସିଏଏ ବିରୋଧୀ ବିକ୍ଷୋଭ ବନ୍ଦହେବାର ନାଁ ନେଉନାହିଁ। ରବିବାର ସହସ୍ରାଧିକ ବିକ୍ଷୋଭକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ଲାଗି ତାଙ୍କ ବାସଭବନ ଆଡ଼କୁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଅନେକ ମହିଳାଙ୍କ ସହ ଏହି…
Archives


