Posted inଅପରାଧ

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜେସିବି, ୨ ହାଇଓ୍ବା ସହ ଚୋରିରେ ବ୍ୟବହୃତ କାରକୁ ଜବତ କରିଛି। ଗିରଫ ମାଷ୍ଟରମାଇଣ୍ଡ୍‌ ହେଲେ କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସୁଶାନ୍ତ କୁମାର ପାତ୍ର ଓରଫ ବଣ୍ଟି ଓ ସହଯୋଗୀ ଅଭିଯୁକ୍ତ ରାଜୁ ପାତ୍ର, ରାହୁଲ ରାଉତ ଓରଫ ତପୁ, କଟକ ସଦର ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ରାଜୁ ଦାସ ଓରଫ ରାଜ କିଶୋର। ଏଥିସହ ଚୋରି ଯାନବାହାନ କିଣିଥିବା ଆଠଗଡ ଥାନା କନ୍ତୋଲ ଅଞ୍ଚଳର ସୁବାସ ବେହେରା ଓରଫ କାଳିଆ ଓ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର କ୍ରୀଷ୍ଣା ସିଂ ଓ ତାଙ୍କ ଭାଇ ଚନ୍ଦନ ସିଂ।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ରହୁଥିବା ଶଖାନନ୍ଦ ବେହେରାଙ୍କ ଜେସିବି ଗତ ଫେବୃଆରୀ ୨୪ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ମଇଳା ଟାଙ୍କୀ ନିକଟରୁ ଚୋରି ହୋଇଥିଲା। ଏ ନେଇ ଗତ ୩ ତାରିଖରେ ଅଭିଯୋଗ ହେବାପରେ ପୋଲିସ ୧୨୧/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବରରେ ନୟାପଲ୍ଲୀ ମଇଳା ଟାଙ୍କୀ ଛକ ନିକଟରେ ପାର୍କିଂ ହୋଇଥିବା ଏକ ହାଇଓ୍ବା ଚୋରି ଓ ଅକ୍ଟୋବରରେ କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ କଡରୁ ଆଉଏକ ହାଇଓ୍ବା ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜେସିବି ଚୋରି ନେଇ ୩୭୧/୧୯ ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ଜେସିବି ଚୋରି ନେଇ ୫୩୭/୧୯ରେ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଜେସିବି ଓ ହାଇଓ୍ବା ଚୋରି ହେବା ନେଇ ଅଭିଯୋଗ ଆସୁଥିବାରୁ ପୋଲିସର ଚିନ୍ତା ବଢ଼ିଥିଲା। ଗତ ମଙ୍ଗଳବାର ରାତିରେ କିଛି ସନ୍ଦିଗ୍ଧ ଯୁବକ ମଇଳା ଟାଙ୍କୀ ନିକଟରେ ଏକ ହାଇଓ୍ବା ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପରେ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ପଚରା ଉଚରା କରିବା ପରେ ସେମାନେ ଗଞ୍ଜାମରୁ ଚୋରି କରିଥିବା ଏକ ହାଇଓ୍ବା ବିକ୍ରୀ ପାଇଁ ଉଦ୍ୟମ କରୁଥିବା ନେଇ ପୋଲିସକୁ କହିଥିଲେ। ସେମାନେ ପୁରୀ, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରୁ ଜେସିବି ଓ ହାଇଓ୍ବା ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନଙ୍କ ବୟାନ ଆଧାରରେ ପୋଲିସ ଟିମ୍‌ ଢେଙ୍କାନଳ ସଦର ଥାନା ଅନ୍ତର୍ଗତ ଭାପୁର ଓ ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଥିବା ଚୋରି ୩ ଜେସିବି ଓ ୨ ହାଇଓ୍ବା ଜବତ କରିଥିଲେ। ଏହାକୁ କିଣିଥିବା ସୁବାସ ବେହେରାଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ହାଇଓ୍ବାକୁ ଅଭିଯୁକ୍ତମାନେ କାଟି ବିକ୍ରି କରିଦେଇଥିବା କହିଥିବାବେଳେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର ୨ ଭାଇ କ୍ରୀଷ୍ଣା ଓ ଚନ୍ଦନ ସେମାନଙ୍କଠାରୁ ହାଇଓ୍ବା କିଣିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ କମିଶନଟେ ପୋଲିସ ଟିମ୍‌ ସ୍ଥାନୀୟ ମଦାରିହାଟ ଥାନା ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri