Home

କରୋନା ସଂକ୍ରମଣ ଭୟ: ଭଦ୍ରକର ସବୁ ଫେରିଘାଟକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସବୁ ଫେରିଘାଟରେ ଯାତାୟାତକୁ ଜିଲା ପ୍ରଶାସନ ବନ୍ଦ…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ମୁମ୍ବାଇ,୨୬।୪: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଛି। ଦିନକୁ ହଜାର ହଜାର ଲୋକ ଏହି ମହାମାରୀରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଯୁଦ୍ଧରେ…

ପ୍ଲାଜମା ଦାନ ପାଇଁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ଏବେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସମସ୍ତେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହେବାରୁ ଏହା ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି।…

ସ୍କୁଲ କ୍ୱାର୍ଟର ଆଟୁ ଖସିଲା, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରଘୁନାଥ ବିଦ୍ୟପୀଠ ପରିସରରେ ଥିବା ଏକ ଷ୍ଟାଫ୍‌ କ୍ୱାର୍ଟର ଆଟୁ ଖସି ଯିବାରୁ ସଂପୃକ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୪ ନମ୍ବର କ୍ୱାର୍ଟରରେ ସ୍କୁଲ ପିଅନ କୈଳାସ ସାହୁ ରହୁଥିବା ବେଳେ…

ଓଡ଼ିଶା-ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଫସି ରହିଥିବା ଓଡ଼ିଆ ବସ୍‌ ଯୋଗେ ଫେରିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଗୁଜରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଓଡ଼ିଶା ଫେରିବେ। ସେମାନଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବା ଲାଗି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି। ଏଥିରୁ…

କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ

ଗଞ୍ଜାମ,୨୬ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଏଯାବତ୍‌ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନ ଥିବା…

ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ ଆସି ଲକ୍‌ଡାଉନ୍‌ ଯୋଗୁ ଫସିଯାଇଛନ୍ତି। ଏହି ସମୟରେ ସଲମାନ୍‌ ଫାର୍ମହାଉସ୍‌ରେ ଯାହା କିଛି କରୁଛନ୍ତି…

ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ କଲେ ଜିଲାପାଳ: ସକାଳ ୭ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ବଳବତ୍ତର

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ରବିବାରଠାରୁ ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ କୋହଳ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ମହାନଗର ନିଗମରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ଆବାସିକ ମାର୍କେଟ କମ୍ପ୍ଲେକ୍ସ ଖୋଲାରହିବ। ଏନେଇ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ…

ମନ୍‌ କି ବାତ: କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଲୋକ ଲଢେଇ କରୁଛନ୍ତି ଓ ସରକାର ଜନତାଙ୍କ ସହଯୋଗ ପାଇ କରୋନା ଯୁଦ୍ଧରେ ବିଜୟୀ ହେବ…

ଆଜି ଅକ୍ଷୟ ତୃତୀୟା: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କୃଷି କାର୍ଯ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ବିଶେଷକରି ଆମ ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। କରୋନା ସଂକ୍ରମଣକୁ ରୋକିବା…

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ପଞ୍ଚାୟତରେ ନାମ ପଞ୍ଜୀକରଣ

ହାଟଡିହୀ,୨୬ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ରହିଛି। ଏ ଅଞ୍ଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟରେ ରହୁଛନ୍ତି। ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ପଞ୍ଚାୟତଗୁଡ଼ିକରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ…

ଲକ୍‌ଡାଉନ ନୁହେଁ, ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଜରୁରୀ

ମୁମ୍ବାଇ,୨୬।୪(ପିଟି): କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ସବୁ ବନ୍ଦ ରହିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ ବିଗିଡ଼ି ଗଲାଣି। ଲକ୍‌ଡାଉନ ହଟିବା ପରେ ଏହି ମହାମାରୀକୁ କିପରି ରୋକାଯାଇପାରିବ ଏବଂ ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri