ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ସୁଶାନ୍ତ ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭେଟୁଥିଲେ। ମନ ଭିତରେ ଅନେକ ବ୍ୟଥା ରହିଥିଲେ ହେଁ ସେ କେବେ ହେଲେ ଏହାକୁ ନିଜ ମୁହଁରେ ଆସିବାକୁ ଦେଇ ନ ଥିଲେ। ଲକ୍ଷ ଲକ୍ଷ ଫ୍ୟାନ ଓ ବଲିଉଡକୁ ଏକା କରି ଚାଲିଯାଇଥିବା ସୁଶାନ୍ତଙ୍କୁ ଭୁଲିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଯୋଧପୁରର ଦେବେନ୍ଦ୍ର ବୋରନା ନାମକ ଜଣେ ବ୍ୟକ୍ତି ସୁଶାନ୍ତଙ୍କ ଫଟୋ ଥିବା ମାସ୍କ ବାଣ୍ଟୁଛନ୍ତି। ମାସ୍କରେ ସାମାଜିକ ବାର୍ତ୍ତା ମଧ୍ୟ ଲେଖାଯାଇଛି। ସୋସିଆଲ ମିଡିଆରେ ଦେବେନ୍ଦ୍ରଙ୍କୁ ପ୍ରଶଂସା କରାଯାଇଛି।


All Right Reserved By Dharitri.Com

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

ଦବଙ୍ଗ-୩ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ୍‌ ହୋଇଛି। ୩ ମିନିଟ୍‌ର ଏହି ଟ୍ରେଲରରେ ସଲ୍‌ମାନଙ୍କ ବହୁ ଦମ୍‌ଦାର...

ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି।...

ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର...

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ...

ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ...

ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *