ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହେଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ସକାଳେ ନିଷ୍କାସିତ ହୋଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୭ ନମ୍ବର ସ୍ଲୁଇସ ଗେଟ୍‌କୁ ଖୋଲାଯାଇଛି। ଏହାପରେ ଆଉ ୪ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ସୂଚନାଯୋଗ୍ୟ, ଉପରମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୪ହଜାର ୬୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏହି ଗେଟ୍‌ ଖୋଲାଯାଇଥିବା ଜଣାପଡ଼ିଛି। ଗେଟ୍‌ ଖୋଲାଯିବା ପୂର୍ବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।ଏଥିସହ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ପହିଲାରୁ ସମୁଦ୍ରରେ ମାଛଧରା ଅନୁମତି

ଭୁବନେଶ୍ୱର, ୨୮ା୫ (ବ୍ୟୁରୋ)- ଜୁନ୍‌ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ...

CORONAVIRUS UPDATE: ପୁଣି ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ : ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଲା

ଭୁବନେଶ୍ୱର,୨୯।୪ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଁଚିଛି। ସେହି ବ୍ୟକ୍ତି ଜଣକ...

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି।...

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା...

ସେପ୍ଟେମ୍ବର ୨ରୁ ସଭ୍ୟ ସଂଗ୍ରହ କରିବ ବିଜେଡି : ପ୍ରତି ସଦସ୍ୟଙ୍କ ହେବ ଆଧାର ଲିଙ୍କ୍‌

ଭୁବନେଶ୍ୱର,୧।୯(ବ୍ୟୁରୋ) : ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭଯାନକୁ ଜୋରଦାର୍‌ କରିବା ଲାଗି ନିଷ୍ପତ୍ତି...

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

ରାଜ୍ୟରେ ପ୍ରବଳ ବର୍ଷା: ୭ଟି ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଚାରିଆଡେ ଜଳମଗ୍ନ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ...

ସ୍ବର ବଦଳାଇଛନ୍ତି ଶାହା; ରାଜ୍ୟ ସଭା ସିଟ୍‌ ପାଇଁ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି: ସୁର

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ପୋଡ଼ା ଟ୍ରାନ୍ସଫର୍ମର କହିଥିଲା। ଏପରିକି ଭାଜପାର କେନ୍ଦ୍ରୀୟ ନେତା ଯେବେ ବି ଓଡ଼ିଶା...

Coronavirus Update


Archives

Model This Week

Why Dharitri