Posted inଫୁରସତ

ଇଏ ବି ମା’… ଅଳିଆ ଉଠାଇ ପୋଷୁଛନ୍ତି ଦିବ୍ୟାଙ୍ଗ ପୁଅର ପେଟ

ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ ଭିଡିଓ ଶେୟାର କରିଛନ୍ତି, ଯାହାଙ୍କୁୁ ଦେଖିରେ ଲୋମ ଟାଙ୍କୁରି ଉଠିବ। ଯେଉଁ ମା’କୁ ଅନ୍ୟର ସାହାରା ଆବଶ୍ୟକ, ସେହି ମା’ ନିଜ ଦିବ୍ୟାଙ୍ଗ ପୁଅର ପେଟ ପୋଷିବା ପାଇଁ ଟ୍ରଲିରେ ଅଳିଆ ଉଠାଉଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ଦିବ୍ୟାଙ୍ଗ ପୁଅର ଭାର ବୋହି ଚାଲିଛନ୍ତି ମା’। ଲକ୍ଷ୍ମଣ ଉକ୍ତ ମହିଳାଙ୍କ ଭିଡିଓ ଶେୟାର କରି କହିଛନ୍ତି ମୁଁ ନିଃଶବ୍ଦ, ମା’ ସବୁଠୁ ଖାସ୍‌ ବ୍ୟକ୍ତିତ୍ୱ। ଏକ ଦିବ୍ୟାଙ୍ଗ ମା’ର ଭିଡିଓ। ନିଜ ଦିବ୍ୟାଙ୍ଗ ପୁଅର ପେଟ ପୋଷିବା ପାଇଁ କାମ କରୁଛନ୍ତି। କିଛି ସ୍ବେଚ୍ଛାସେବୀ ଭିଡିଓ ଦେଖି ଉକ୍ତ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିବା ଲକ୍ଷ୍ମଣ କହିଛନ୍ତି। କିଛିଦିନ ତଳେ ଲକ୍ଷ୍ମଣ ଜଣେ ପିତାଙ୍କ କାହାଣୀ ବାଣ୍ଟିଥିଲେ ଯିଏକି ରାସ୍ତାରେ ଗର୍ତ୍ତ ଥିବାରୁ ଦୁର୍ଘଟଣାରେ ନିଜର ୧୬ ବର୍ଷର ପୁଅକୁ ହରାଇଲେ। ସେବେଠାରୁ ସେ ପ୍ରତିଦିନ ଗର୍ତ୍ତଗୁଡ଼ିକ ପୂରଣ କରୁଛନ୍ତି। ଯେପରି ଅନ୍ୟ କୌଣସି ପିତା ନିଜ ସନ୍ତାନକୁ ହରାଇବେ ନାହିଁ ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।...

ଆତ୍ମବିଶ୍ୱାାସ ବୃଦ୍ଧି ପାଇଁ ଏପରି କରନ୍ତି ଏହି ବ୍ୟକ୍ତି: ଶୁଣିଲେ ଉଡିଯିବ ହୋସ୍‌

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜ ଶରୀରକୁ ପରିବର୍ତ୍ତନ କରିବାକୁ କିଛି ଲୋକ ପସନ୍ଦ କରନ୍ତି।...

ବିଦେଶ ମାଟିରୁ ଟାଣିଆଣିଛି ଗାଁର ମୋହ, ଏବେ ଉନ୍ନତି ପାଇଁ ସମର୍ପିତ କରିଛନ୍ତି ଜୀବନ

ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ...

ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌

ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍‌...

୫ ମହଲାରୁ ଗଳିପଡ଼ିଲା ୨ ବର୍ଷର ଶିଶୁ, ହିରୋ ପରି ଜୀବନ ରକ୍ଷା କଲେ ପଡ଼ୋଶୀ

ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଚକିତ ହୋଇଯିବେ। ଏହି ଘଟଣା ପୂର୍ବ ଚାଇନାର ଜିଆଙ୍ଗସୁ ଜିଲାରେ...

ଜାତୀୟ ଶିଶୁକନ୍ୟା ଦିବସ: ସୁନିଶ୍ଚିତ କରାଯାଉ ବାଳିକାଙ୍କ ଅଧିକାର

ଭାରତରେ ମହିଳା ଓ ଝିଅମାନଙ୍କୁ ଦେବୀ ଓ ଲକ୍ଷ୍ମୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି। ଏହାକୁ ଦୂର କରି...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ...

Advertisement
Archives

Model This Week