Posted inଜାତୀୟ

ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ବିତିଲେ ବି ବଦଳିନି କଂଗ୍ରେସର ମାନସିକତା: ଶାହା

ନୂଆଦିଲ୍ଲୀ, ୨୫।୬: ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଇତିମଧ୍ୟରେ ୪୫ ବର୍ଷ ବିତିଛି। ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମ୍ପର୍କରେ ଘୋଷଣା କରାଯାଇଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ହାସଲ ପାଇଁ ଏପରି କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସର ମାନସିକତାରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର ଟୁଇଟ୍‌ କରି କହିଛନ୍ତି। ଶାହା ଏନେଇ ୪ଟି ଟୁଇଟ୍‌ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ବହୁ ରାଜନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା। ଗରିବଙ୍କ ଉପରେ ଅତ୍ୟାଚାର କରାଯାଇଥିବା ଶାହା କହିଛନ୍ତି। ସୂଚନାଯୋଗ୍ୟ, ଜରୁରୀକାଳୀନ ପରିସ୍ଥିତି ୨୧ ମାସ ଜାରି ରହିବା ପରେ ୧୯୭୭ ମାର୍ଚ୍ଚ ୨୧ରେ ହଟାଇ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ଇଡ଼ି ଚଢ଼ାଉ: ଫର୍ଟିଲାଇଜର ଦୁର୍ନୀତି କନେକଶନ୍‌

ଜୟପୁର, ୨୨।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପାଇଁ ପୁଣି ଏକ ନୂଆ ସମସ୍ୟା ଦେଖାଦେଇଛି। ଇଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ...

ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ...

ଚାଲିଛି ରାହୁଲଙ୍କ ଉତ୍ତରାଧିକାରୀ ଖୋଜା: ଚର୍ଚ୍ଚାରେ ପାଇଲଟ୍‌, ସିନ୍ଧିଆଙ୍କ ନାମ

ନୂଆଦିଲ୍ଲୀ, ୫ା୮(ପି.ଟି.): କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅଗଷ୍ଟ ୧୦ରେ ବସିବାକୁ ଯାଉଛି। ଏହି ବୈଠକରେ ଦଳର ନେତା କିଏ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି...

ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ,...

ୟୁପିରେ ସିଏଏ ବିରୋଧୀ ହିଂସା: ୩୦୦ ଜଣଙ୍କୁ ନୋଟିସ

ଲକ୍ଷ୍ନୌ, ୨୬ା୧୨: ସିଏଏ ବିରୋଧୀ ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ଉତ୍ତରପ୍ରଦେଶ(ୟୁପି)ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟହୋଇଛି। ଏହି...

ମେଘାଳୟ ବାଚସ୍ପତିଙ୍କ ପରଲୋକ

ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍‌କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦...

ଜେଏନ୍‌ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୧୧।୧୧: ଜେଏନ୍‌ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍‌ ଫି ବୃଦ୍ଧି ଏବଂ ଡ୍ରେସ୍‌ କୋଡ୍‌ ନେଇ ବିକ୍ଷୋଭ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *