Home

ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି…

ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ…

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ ବିଦାରକ ଚିତ୍ର ସବୁ ସୀମାକୁ ପାର୍‌ କରିଯାଇଛି। ଏଠାରେ ଏକ ଗର୍ଭିଣୀ ହାତୀକୁ କେତେଜଣ…

ଆଉ ଜଣେ କରୋନା ପ୍ରଘଟକାରୀ ଡାକ୍ତରଙ୍କ ମୃତ୍ୟୁ

ବେଜିଂ,୪ା୬: କରୋନା ସଂକ୍ରମଣରେ ଚାଇନାର ଆଉ ଜଣେ ଡାକ୍ତରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଉହାନ ସେଣ୍ଟ୍ରାଲ ହସ୍ପିଟାଲରେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟରତ ୪୨ ବର୍ଷୀୟ ଡା. ହୁ ଉଇଫେଙ୍ଗ୍‌। ଡା.ହୁଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି।…

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ କରନ୍ତି। ଆଉ କିଛି କ୍ରିକେଟର୍‌ ଖେଳ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ। ସେମାନଙ୍କ…

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିଲା। କ୍ୟାବିନେଟ ନିଷ୍ପତ୍ତି କୃଷି ସେକ୍ଟରରେ ପରିବର୍ତ୍ତନ ଆଣିବା ସହ…

ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ ଏବେ ପଙ୍ଗପାଳ ଆଗମନ ଖବର ତାଙ୍କ ପାଇଁ ଚିନ୍ତା ଆଖିରୁ ନିଦ ହଜାଇଦେଇଛି।…

କୋଭିଡ-୧୯ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଦାବିପତ୍ର

ବାଲେଶ୍ୱର ଅଫିସ,୩।୬- ବାଲେଶ୍ୱର ଫକୀରମୋହନ ମେଡିକାଲ୍‌ କଲେଜ୍‌ ପରିସରରେ ଗତ ୩୧ ତାରିଖ ରାତି ୮ଟା ସମୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାବ ପରୀକ୍ଷା ପାଇଁ ଏକ ପରୀକ୍ଷଣ କେନ୍ଦ୍ରକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର…

ଏବେ ସଙ୍ଗରୋଧରେ ୧୪୧୫ ପ୍ରବାସୀ

ସୋର, ୩।୬(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଓ ବ୍ଲକରେ ଏବେ ୨୫ଟି ସଙ୍ଗରୋଧ କେନ୍ଦ୍ରରେ ୧୪୧୫ ଜଣ ପ୍ରବାସୀ ଅଛନ୍ତି। ମ୍ୟୁନିସିପାଲିଟି ଅନ୍ତର୍ଗତ ପ୍ରସ୍ତୁତ ଥିବା ୧୫ଟି କେନ୍ଦ୍ର ମଧ୍ୟରୁ କେବଳ ଏସ୍‌ଏନ୍‌ ହାଇସ୍କୁଲରେ ଏବେ ୧୧୧ ଜଣ ପ୍ରବାସୀ ସଙ୍ଗରୋଧରେ ଅଛନ୍ତି। ସେହିପରି…

ଅନିୟମିତତାକୁ ବିରୋଧ କରି ବ୍ଲକ ଅଫିସ୍‌ ଘେରାଉ

ରେମୁଣା,୩।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକରେ ବିଭିନ୍ନ ଅନିୟମିତତାକୁ ବିରୋଧ କରି କିଛି ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ମିଳିତ ଭାବେ ବୁଧବାର ପୂର୍ବାହ୍ନରେ ରେମୁଣା ବ୍ଲକ ଅଫିସ୍‌କୁ ନୂଆପାଢ଼ୀ ସମିତିସଭ୍ୟ ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ୱରେ ଘେରାଉ କରିଥିଲେ। ଜିଲାପାଳ କେ.…

୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ‘ଅମ୍ପନ’ ଦ୍ୱାରା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର ଚାଷୀମାନଙ୍କର ବ୍ୟାପକ…

ମୁମ୍ବାଇ ଆସିବା ପୂର୍ବରୁ ଦୁର୍ବଳ ହେଲା ନିସର୍ଗ: ବର୍ଷା ଜାରି, ଟଳିଲା ବଡ଼ ବିପଦ

ମୁମ୍ବାଇ, ୩।୬: ମୁମ୍ବାଇ ମୁହାଁ ହେବା ପୂର୍ବରୁ ସାମୁଦ୍ରିକ ଝଡ଼ ନିସର୍ଗ ଦୁର୍ବଳ ହୋଇଯାଇଛି। ଏହା ଦକ୍ଷିଣ ଦିଗରେ ଆଗକୁ ଗତି କରିଛି। ଫଳରେ ମୁମ୍ବାଇ ଉପରେ ଥିବା ବିପଦ ଟଳି ଯାଇଛି। ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri