Home

ପାଓ୍ବାର ପ୍ଲାଣ୍ଟ୍‌‌ରେ ବିସ୍ଫୋରଣ: ୪ ମୃତ, ୧୩ ଆହତ

ଚେନ୍ନାଇ, ୧।୭: ତାମିଲନାଡୁର କୁଡ଼ାଲୋର୍‌ ଜିଲାରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ର ବଏଲରରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ…

କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କଟକ ସହରର ବାସିନ୍ଦା ହୋଇଥିବା ବେଳେ ୪ ଜଣ ଅନ୍ୟ ଜିଲାର।…

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

କ୍ୱାରାଣ୍ଟାଇନ୍‌ରେ ରହିଲେ ୪୭ ଛେଳି

ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଫଳରେ ଜଣେ ମେଷପାଳକଙ୍କ ୪୭ଟି ଛେଳିକୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଜିଲାର ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ଯେ,…

ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଲେ ଇମ୍ରାନ୍‌: କରାଚି ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ପାଇଁ କଲେ ଦାୟୀ

ଇସଲାମାବାଦ୍‌, ୧।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଉପରେ ଆକ୍ରମଣ ହେବାପରେ ସରକାରଙ୍କ ବୁଦ୍ଧି ହଜି ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ, କରାଚି ଷ୍ଟକ୍‌ ଏକ୍ସଚେଞ୍ଜରେ ହୋଇଥିବା ବିସ୍ଫୋରଣ…

ନିଜେ ଭିଜି କୁକୁରକୁ ବର୍ଷାରୁ ରକ୍ଷା କଲେ ସିକ୍ୟୁରିଟୀ ଗାର୍ଡ

ସୋସିଆଲ ମିଡିଆରେ ଜଣେ ସିକ୍ୟୁରିଟୀ ଗାର୍ଡ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ଷାରେ ନିଜେ ଓଦା ହୋଇ କୁକୁରକୁ ବଞ୍ଚାଉଥିବା ଏହି ଗାର୍ଡଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ସିକ୍ୟୁରିଟୀ ଗାର୍ଡ ଜଣଙ୍କ କୁକୁରକୁ ବର୍ଷାରୁ ରକ୍ଷା ପାଇଁ ଛତା ଦେଖାଉଥିବାବେଳେ ନିଜେ…

ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା। ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା…

ଅନ୍ୟ ରୋଗରେ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ମୃତକ ଗଞ୍ଜାମ ଜିଲାର

ଭୁବନେଶ୍ୱର/ଛତ୍ରପୁର, ୧।୭(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ବୁଧବାର ଜଣେ କରୋନା ପଜିଟିଭଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୫୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ସେ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

ଚଳିତ ଥର ଲାଲବାଗରେ ଶୁଭିବନି ଗଣପତି ବାପା ମୋରୈୟା

ମୁମ୍ବାଇ,୧।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀର ପ୍ରଭାବ ସାଧାରଣ ଜୀବନଯାପନଠାରୁ ଆରମ୍ଭ କରି ବ୍ୟବସାୟ, ଅର୍ଥନୀତି ଓ ପର୍ବପର୍ବାଣିରେ ମଧ୍ୟ ପଡ଼ିଛି। ଦେଶର ରାଜ୍ୟ ମାନଙ୍କ ମଧ୍ୟରୁ ସର୍ବାଧିକ କରୋନା ସଂକ୍ରମଣ…

ଛେରାପହଁରା କଲେ ଗଜପତି ମହାରାଜା

ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ…

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା…

CORONAVIRUS UPDATE: ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?