କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କଟକ ସହରର ବାସିନ୍ଦା ହୋଇଥିବା ବେଳେ ୪ ଜଣ ଅନ୍ୟ ଜିଲାର। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୩ ମହିଳା ଥିବାବେଳେ ସମସ୍ତେ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି। ଜଣେ ୩୩ ବର୍ଷୀୟ ମହିଳାଙ୍କ ଘର କାଠଗଡ଼ା ସାହି ହୋଇଥିବା ବେଳେ ୫୨ ବର୍ଷୀୟ ପୁରୁଷଙ୍କ ଘର ଥୁରିଆସାହି, ୨୪ ବର୍ଷୀୟା ଏବଂ ୩୦ ବର୍ଷୀୟ ମହିଳାଙ୍କ ଘର ନୂଆପାଟଣା। ସେହିପରି ୨୩ ବର୍ଷୀୟ ପୁରୁଷଙ୍କ ଘର ମଙ୍ଗଳାବାଗ ଏବଂ ୪୫ ବର୍ଷୀୟ ପୁରୁଷଙ୍କ ଘର ଜଗତପୁରରେ ବୋଲି ସୂଚନା ମିଳିଛି। ଏଥିସହିତ କର୍କଟ ହସ୍ପିଟାଲରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଅପରପକ୍ଷରେ କଟକ ମହାନଦୀ ବିହାର ଅଞ୍ଚଳରୁ ଜଣେ ୪୦ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରୁ ପୂର୍ବରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ସେ ସମ୍ପର୍କୀୟ।
କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛିି। ସେଥିରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୨୨ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୭। ୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ଦୁର୍ବଳ ହୋଇ ମଧ୍ୟପ୍ରଦେଶ ଅତିକ୍ରମ କରି ଯାଇଛି। ତେବେ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ...

ଯବାନଙ୍କ ଗୁଳିରେ ଓ୍ବାଣ୍ଟେଡ୍‌ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାର ଗୁମେଲନାଡ ଜଙ୍ଗଲରେ ମାଓବାଦୀ ଦମନ ଅପରେଶନ ବେଳେ ଯବାନଙ୍କ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ...

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ପ୍ରଶ୍ନୋତ୍ତର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ପ୍ରାକୃତିକ ମନୋରମ ଫଟୋକୁ ଟୁଇଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ଅନେକ ସ୍ଥାନ ଭ୍ରମଣ...

ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ...

ଏକାଧିକ ରେଳ ଦୁର୍ଘଟଣାକୁ ରୋକି ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ

ବରଗଡ଼ ଅଫିସ୍‌,୧୫।୮: ହାତରେ ଧରିଥିବା ଲାଲ ଗାମୁଛା ଦେଖାଇ ଟ୍ରେନକୁ ଅଟକାଇ ସମ୍ଭାବ୍ୟ ୩ଟି ଟ୍ରେନ ଦୁର୍ଘଟଣାରୁ ବହୁଲୋକଙ୍କ ଧନଜୀବନ ରକ୍ଷା କରିଥିବା ବରଗଡ଼ ଜିଲା...

୨ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ରାଇକିଆ,୧୮ା୯(ଡ଼ି.ଏନ.ଏ)- ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ପୃଥକ ସମୟରେ ବଳାତ୍କାର କରିଥିବା ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର...

ରାଜ୍ୟ କ୍ୟାବିନେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ...

୩୬୫ ଦିନ ଲକ୍‌ଡାଉନରେ ରୁହେ ଏହି ଗାଁ

ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍‌ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ...

Advertisement


Archives

Model This Week