କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ କର୍ନାଟକରେ ଭାଜପା ସରକାରଙ୍କୁ ଘେରି କଂଗ୍ରେସ ଓ ଜେଡିଏସ୍‌ ସମାଲୋଚନା କରିଛି। ସୂଚନାଯୋଗ୍ୟ, ବେଲାରୀରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅତି ନିର୍ଦ୍ଦୟ ସହକାରେ ଆମ୍ବୁଲାନ୍ସରୁ ଗୋଟେ ପରେ ଗୋଟେ କଢ଼ାଯାଇ ଏକ ଗାତରେ ଅଳିଆ ଭାବେ ଫୋପାଡାଯାଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଆଉ ଏଭଳି କାର୍ଯ୍ୟ କରୁଛନ୍ତି ପିପିଇ କିଟ୍‌ ପିନ୍ଧିଥିବା କର୍ମଚାରୀ। ତେବେ ସରକାରୀ କର୍ମଚାରୀଙ୍କ ଏଭଳି ଆଚରଣକୁ ଦେଖି ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି।

କର୍ନାଟକରେ ଭାଜପା ସରକାରଙ୍କୁ ଏନେଇ କଂଗ୍ରେସ ଓ ଜେଡିଏସ୍‌ ଟାର୍ଗେଟ କରି ଟୁଇଟ କରିଛି। ଜେଡିଏସ୍‌ ଟୁଇଟ କରି ପ୍ରଶ୍ନ କରିଛି ଯେ, କରୋନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ କ’ଣ ଏହା ସୁପରିଚାଳନା। ସେହିପରି କରୋନା ସଙ୍କଟକୁ ସରକାର କିଭଳି ନିୟନ୍ତ୍ରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଟୁଇଟ କରି କହିଛନ୍ତି। ତେବେ ଏହି ଘଟଣାରେ ମୁଖମନ୍ତ୍ରୀ ୟେଦୁରପ୍ପା ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ମାନବ ଧର୍ମରୁ ଆଉ କିଛି ବଡ଼ ନୁହେଁ। ତେଣୁ ସମ୍ମାନର ସହ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉ ବୋଲି ୟେଦୁରପ୍ପା ସ୍ବାସ୍ଥ୍ୟକର୍ମୀଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri