କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ କର୍ନାଟକରେ ଭାଜପା ସରକାରଙ୍କୁ ଘେରି କଂଗ୍ରେସ ଓ ଜେଡିଏସ୍‌ ସମାଲୋଚନା କରିଛି। ସୂଚନାଯୋଗ୍ୟ, ବେଲାରୀରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅତି ନିର୍ଦ୍ଦୟ ସହକାରେ ଆମ୍ବୁଲାନ୍ସରୁ ଗୋଟେ ପରେ ଗୋଟେ କଢ଼ାଯାଇ ଏକ ଗାତରେ ଅଳିଆ ଭାବେ ଫୋପାଡାଯାଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଆଉ ଏଭଳି କାର୍ଯ୍ୟ କରୁଛନ୍ତି ପିପିଇ କିଟ୍‌ ପିନ୍ଧିଥିବା କର୍ମଚାରୀ। ତେବେ ସରକାରୀ କର୍ମଚାରୀଙ୍କ ଏଭଳି ଆଚରଣକୁ ଦେଖି ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି।

କର୍ନାଟକରେ ଭାଜପା ସରକାରଙ୍କୁ ଏନେଇ କଂଗ୍ରେସ ଓ ଜେଡିଏସ୍‌ ଟାର୍ଗେଟ କରି ଟୁଇଟ କରିଛି। ଜେଡିଏସ୍‌ ଟୁଇଟ କରି ପ୍ରଶ୍ନ କରିଛି ଯେ, କରୋନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ କ’ଣ ଏହା ସୁପରିଚାଳନା। ସେହିପରି କରୋନା ସଙ୍କଟକୁ ସରକାର କିଭଳି ନିୟନ୍ତ୍ରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଟୁଇଟ କରି କହିଛନ୍ତି। ତେବେ ଏହି ଘଟଣାରେ ମୁଖମନ୍ତ୍ରୀ ୟେଦୁରପ୍ପା ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ମାନବ ଧର୍ମରୁ ଆଉ କିଛି ବଡ଼ ନୁହେଁ। ତେଣୁ ସମ୍ମାନର ସହ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉ ବୋଲି ୟେଦୁରପ୍ପା ସ୍ବାସ୍ଥ୍ୟକର୍ମୀଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଡୋଭାଲଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ବସିଛି...

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ...

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି...

ଦେଶ ଗୃହଯୁଦ୍ଧ ଆଡକୁ ଯାଇପାରେ, କହିଲେ ଅଶୋକ ଗେହଲଟ…

କନ୍ୟାକୁମାରୀ, ୭।୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ...

ଆଇସୋଲେଶନରେ ସ୍ତ୍ରୀ, ରାଲିରେ ବ୍ୟସ୍ତ ଅଖିଳେଶ

ନୂଆଦିଲ୍ଲୀ,୨୨।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ଡିମ୍ପଲ ଯାଦବ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେଶନରେ...

ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ

ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ,...

ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ...

ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କ ପରଲୋକ

କୋଲକାତା,୧୪।୯: ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ପୁରୁଲିଆ ଜିଲାର ଏହି...

Advertisement
Archives

Model This Week