କ୍ୱାରାଣ୍ଟାଇନ୍‌ରେ ରହିଲେ ୪୭ ଛେଳି

ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଫଳରେ ଜଣେ ମେଷପାଳକଙ୍କ ୪୭ଟି ଛେଳିକୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଜିଲାର ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗାଁରେ ମୋଟ ୩୦୦ ଘର ରହିଛି। ଏଠାରେ ପାଖାପାଖି ୧୦୦୦ ଲୋକ ବାସ କରନ୍ତି। ଏଠାରେ ମେଷପାଳକଙ୍କ ସମେତ ଦୁଇଜଣ ଗ୍ରାମବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ଏକସଙ୍ଗରେ ୪ଟି ଛେଳିର ସନ୍ଦେହଜନକ ମୃତ୍ୟୁ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମୃତ ଛେଳିମାନେ ଶ୍ୱାସକ୍ରିୟା ନେବା କଷ୍ଟ ଅନୁଭବ କରୁଥିବା କୁହାଯାଇଛି। ମଙ୍ଗଳବାର ଦିନ ଜିଲା ପଶୁ ଅଧିକାରୀ ଗାଁରେ ପହଞ୍ଚି ଛେଳିଗୁଡିକୁ ଗାଁ ବାହାରେ ରଖିଥିଲେ। ଗୋଟିଏ ଛେଳିର ନମୁନା ସଂଗ୍ରହ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ପଶୁମାନଙ୍କଠାରୁ ସଂଗୃହିତ ନମୁନାଗୁଡିକ ଭୋପାଳର ପଶୁ ସ୍ବାସ୍ଥ୍ୟ ଏବଂ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ଗଧବଂଶ ଲୋପ ପାଇବା ଆଶଙ୍କା

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ଗଧବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ମାଂସ ପାଇଁ ଗଧହତ୍ୟା କରାଯାଉଛି। ଭାରତୀୟ ଖାଦ୍ୟ ଏବଂ ମାନକ ପ୍ରାଧିକରଣ ଅନୁସାରେ...

ହୋଲିକୁ କେମିତି କରିବେ ଖାସ୍‌

ରଙ୍ଗ ତଥା ଖୁସିର ପର୍ବ ହେଉଛି ହୋଲି। ଏହି ବିଶେଷ ଅବସରରେ ବାସ୍ତୁର କିଛି ଜରୁରୀ ଟିପ୍ସକୁ ଆପଣାଇ ହୋଲିର ଖୁସିକୁ ଦ୍ବିଗୁଣିତ କରିପାରିବେ… *ବାସ୍ତୁଶାସ୍ତ୍ର...

ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ପୁଣି ୨ଜି ସେବା ବନ୍ଦ; ହାଇ ଆଲର୍ଟ ଜାରି

ଶ୍ରୀନଗର,୯।୨: ଆତଙ୍କବାଦୀ ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରିବାକୁ ଜମ୍ମୁ-କଶ୍ମୀରରେ ତତ୍ପରତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨ଜି ଇଣ୍ଟରନେଟ୍‌...

୩ ମାସ ପର୍ଯ୍ୟନ୍ତ କୌଣସି ମହିଳା ଗର୍ଭଧାରଣ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କାରଣ ଜାଣିଲେ…

ପୁଣେ,୧୪ା୮: ମହାରାଷ୍ଟ୍ରର ପୁଣେ ଜିଲାର ବେଲ୍‌ସର ଗାଁରେ କୌଣସି ମହିଳା ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ନ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।...

ମୋବାଇଲରେ କଥା ହେଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା

ଲକ୍ଷ୍ନୌ,୩୧।୭: ଏଥର କଡ଼ା ହୋଇଛି ମୋଟରଯାନ ନିୟମ। ଏଣିକି ଉତ୍ତରପ୍ରଦେଶରେ ଗାଡ଼ି ଚଲାଉଥିବା ବେଳେ ମୋବାଇଲରେ କଥା ହେଲେ ୧୦ ହଜାର ଟଙ୍କା ଜରିମାନ ଦେବାକୁ...

ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ

ପୁଡୁଚେରୀ,୧୦।୬: ଡିଏମ୍‌କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ...

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା: ଭିଏଚ୍‌ପି-ବଜରଙ୍ଗ ଦଳ ନାଁରେ ଏଫ୍‌ଆଇଆର ରୁଜୁ

ନୂଆଦିଲ୍ଲୀ,୧୮।୪:ହନୁମାନ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ବିରୋଧରେ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

Advertisement
Archives

Model This Week