Posted inଜାତୀୟ

ପାଓ୍ବାର ପ୍ଲାଣ୍ଟ୍‌‌ରେ ବିସ୍ଫୋରଣ: ୪ ମୃତ, ୧୩ ଆହତ

ଚେନ୍ନାଇ, ୧।୭: ତାମିଲନାଡୁର କୁଡ଼ାଲୋର୍‌ ଜିଲାରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ର ବଏଲରରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ନେଭେଲି ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଲିମିଟେଡ୍‌ର ଏହି ଥର୍ମାଲ ପ୍ଲାଣ୍ଟର ବଏଲରରେ କିଭଳି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ମେ ମାସରେ ଏଠାରେ ବଏଲର ବିସ୍ଫୋରଣ ଯୋଗୁ ୮ ଜଣ ଠିକା ଏବଂ ନିୟମିତ ଶ୍ରମିକ ଆହତ ହୋଇଥିଲେ। କମ୍ପାନୀରେ ୧୫ ହଜାର ଠିକା କର୍ମଚାରୀଙ୍କ ସମେତ ମୋଟ ୨୭ ହଜାର କର୍ମଚାରୀ କାମ କରୁଛନ୍ତି। ଏହା ବାର୍ଷିକ ୩,୯୪୦ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିଥାଏ। ବିସ୍ଫୋରଣ ଘଟିଥିବା ପ୍ଲାଣ୍ଟ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୧,୪୭୦ ମେଗାଓ୍ବାଟ ରହିିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକ ଏବଂ ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ରେ ବର୍ଷା-ଅନୁଭବଙ୍କ ମଧ୍ୟରେ ମେଡିଏଶନ

ନୂଆଦିଲ୍ଲୀ, ୧୨।୧୧ (ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲାର ଆପୋସ ବୁଝାମଣା ନିମନ୍ତେ ଆସନ୍ତା ୧୮ତାରିଖରେ ମେଡିଏଶନ(ମଧ୍ୟସ୍ଥତା)...

ଜୁନ୍‌ ୮ରୁ ଖୋଲିବ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ପହିଲାରୁ ଏକ ମାସ ଅର୍ଥାତ ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଛି ଲକ୍‌ଡାଉନ୍‌ ଅବଧି। ଶନିବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

ଦେଶପ୍ରେମର କାହାଣୀ ଶୁଣିବେ ଲୋକେ

ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା...

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ହୋଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ପୂର୍ବତନ ମନ୍ତ୍ରୀ...

୩ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ, ୩୧-୧:ତେଲଙ୍ଗାନାର ଅସିଫାବାଦ ଜିଲା ଅନ୍ତର୍ଗତ ଆଦିିଲାବାଦର ସ୍ବତନ୍ତ୍ର କୋର୍ଟ ଗୁରୁବାର ୩ ବଳାତ୍କାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ୩ ଅଭିଯୁକ୍ତ ଶୈକ୍‌ ବାବୁ, ଶେକ୍‌...

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ...

କରୋନାର ସବୁଠାରୁ ଦ୍ରୁତତମ ମୃତ୍ୟୁହାର ଏବେ ଭାରତରେ: ପ୍ରତିଦିନ ୧୧ଶହ ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨ ।୧୦: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି...

Advertisement


Archives

Model This Week

Why Dharitri