Advertisement
Posted inଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଶହୀଦ ହୋଇଥିବା ଯବାନ ହେଡ଼କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ୩ବର୍ଷର ନାତି ଥିଲେ। ତେବେ ସିଆର୍‌ପିଏଫ୍‌ ଯବାନମାନେ ନାତିଙ୍କୁ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଛନ୍ତି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛୋଟ ନାତି ଜଣକ ବୁଢ଼ାବାପାଙ୍କ ମୃତଦେହ ଉପରେ ବସି ରହିଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ନାମ ୬୦ ବର୍ଷ ବୟସ୍କ ବସିର୍‌ ଅହମ୍ମଦ୍‌ ଏବଂ ନାତିଙ୍କ ନାମ ସୋହେଲ ବୋଲି ପୋଲିସ ପକ୍ଷରୁ କୁହଯାଇଛି। ସୋହେଲ ଅଝଟ ହେବାରୁ ବସିର୍‌ ତାଙ୍କୁ ବଜାର ବୁଲେଇବାକୁ ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ୧୫ ହଜାର ତଳେ, ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

କରୋନା ଚିକିତ୍ସା ପାଇଁ ଗ୍ଲେନ୍‌ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…

ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ...

ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ

ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...

ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଚାହିଁ ବସିଛି ପାକିସ୍ତାନ: ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ପାଇଁ ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା...

ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ଭାଜପା ସରକାର, ସିସୋଦିଆଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୫ : ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଭାଜପା ସରକାରଙ୍କ ଟାର୍ଗେଟ କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର କହିଛନ୍ତି ଯେ, ଭାଜପା...

କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୫।୩ : ଜଣାଶୁଣା ଲେଖକ ତଥା ଲିରିସିଷ୍ଟ ଜାଭେଦ ଆଖତରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନୀ ମକଦ୍ଦମାରେ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ଗୁରୁବାର ଜାମିନ ମିଳିଛି।...

ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୩୧।୭: ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ସେ ହେଉଛନ୍ତି ବିହାର ନାଳନ୍ଦା ଜିଲାର ବାସିନ୍ଦା ରୌଶନ କୁମାର। ଯବାନମାନେ ପାଟ୍ରୋଲିଂ...

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି...

Advertisement
Archives

Model This Week