Home

ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ପ୍ରିନ୍ସିପାଲ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ନେଇଯାଇଥିବାବେଳେ ଏୟାରଫିଲ୍ଡ ଥାନା ଅଞ୍ଚଳରେ…

୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି। ଅଭିଯୁକ୍ତ ବନ୍ଧକ ରଖିଥିବା ପ୍ଲଟ୍‌ଗୁଡ଼ିକୁ ଜବତ ପାଇଁ ଯିବାବେଳେ ଅଧିକାରୀମାନେ ଖୋଜିଖୋଜି ନୟାନ୍ତ ହୋଇଛନ୍ତି।…

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ ଅଞ୍ଚଳରେ ଚାଇନା ଫାଇବର ଅପ୍ଟିକ୍ସ କେବୁଲ ବିଛାଇବା ସହ ଅନ୍ୟ ଉପକରଣ ଇନ୍‌ଷ୍ଟଲ କରିଛି।…

ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ଦାନରେ ମିଳିଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆ ଇ-ଫାଇଲିଂ ମାଧ୍ୟମରେ…

ନନ୍ଦନକାନନରେ ଆନାକୋଣ୍ଡା ମୃତ

ବାରଙ୍ଗ,୨୯ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଗତ ଏକମାସ ହେବ ଏହି ଆନାକୋଣ୍ଡାର ତରଳଝାଡ଼ା ହେଉଥିଲା। ୨ଦିନ ହେବ ରକ୍ତଝାଡ଼ାରେ ଆକ୍ରାନ୍ତ ହୋଇ ଆନାକୋଣ୍ଡାଟି ଚିକିତ୍ସିତ…

‘ଜଳବାୟୁ ପରିବର୍ତ୍ତନରେ ଭାରତ ସୁପରପାଓ୍ବାର ହୋଇପାରିବ’

ନୂଆଦିଲ୍ଲୀ/ନୁୟର୍କ, ୨୯ା୮: ଆଗାମୀ ଦିନରେ ଭାରତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୁପର ପାଓ୍ବାର ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଶୁକ୍ରବାର କହିଛନ୍ତି। ଏଥିଲାଗି ଜୀବାଶ୍ମ ଇନ୍ଧନକୁ ଛାଡ଼ି ସ୍ବଚ୍ଛତା, ସୌରଶକ୍ତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛିି। ନ୍ୟୁୟର୍କରେ…

ମାଲିକ ପାଇଁ ଜୀବନ ଦେଲେ ଦୁଇ କୁକୁର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବିଶ୍ୱାସ ଓ ପ୍ରଭୁଭକ୍ତିର ନିଦର୍ଶନ ପାଲଟିଲେ ଦୁଇ କୁକୁର। ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ। ଘଟଣାର ୧୨ ଦିନ ପରେ ଘଟଣାର ପର୍ଦ୍ଦାଫାଶ କରିଛି ସିସିଟିଭି। ଦୁଇ କୁକୁର ସାପ ସହ…

ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର…

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍‌-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ…

ଯାଜପୁର ଜିଲାରେ ୨୯ ଘାଇ

ଯାଜପୁର ଅଫିସ,୨୯ା୮: ବ୍ରାହ୍ମଣୀ, ବୈତରଣୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଦ୍ୱାରା ଯାଜପୁର ଜିଲାରେ ବନ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ୨୯ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ରାସ୍ତା ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।…

ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପ୍‌ ପ୍ରସ୍ତୁତ

ଓ୍ବାଶିଂଟନ,୨୯ା୮: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସ ବାକି ଥିବାବେଳେ ଉଭୟ ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ପାଳି ପାଇଁ ଗୁରୁବାର ରିପବ୍ଲିକାନ୍‌ ପାର୍ଟିର…

ପିଜି ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ପୂର୍ବରୁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?