ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ଦାନରେ ମିଳିଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆ ଇ-ଫାଇଲିଂ ମାଧ୍ୟମରେ ଓଇଏ କେସ୍‌ ରେକର୍ଡ ନମ୍ବର ୩୯/୧୯୯୯ର ନକଲ ହାଇକୋର୍ଟରେ ଦାଖଲ କରିଛନ୍ତି।
ବାବୁ କହ୍ନେୟାଲାଲ ବଗଲା ୧୯୦୦ ମସିହାରେ ବଙ୍ଗଳା ସରକାରଙ୍କଠାରୁ ଏହି ଜମି ନେଇ ପୁରୀ ବଡ଼ଦାଣ୍ଡରେ ଧର୍ମଶାଳା ନିର୍ମାଣ କରିଥିଲେ। ୧୯୦୫ରେ ତାହାକୁ ସେ ପୁରୀ ଜିଲା ମାଜିଷ୍ଟ୍ରେଟ ତଥା ଲଜିଂ ହାଉସ ଫଣ୍ଡ କମିଟି ସଭାପତିଙ୍କୁ ହସ୍ତାନ୍ତର କରିଥିବା ଓଇଏ କେସ୍‌ ରେକର୍ଡରେ ସ୍ପଷ୍ଟ ଭାବେ ତହସିଲଦାର ଉଲ୍ଲେଖ କରିଛନ୍ତି। ପୁରୀ ତହସିଲଦାରଙ୍କ ଏହି ନିର୍ଦ୍ଦେଶକୁ ତତ୍କାଳୀନ ଉପଜିଲାପାଳ ୩୧ ଅଗଷ୍ଟ ୨୦୦୦ରେ ଅନୁମୋଦନ କରିଥିଲେ। ଏହା ପରେ ପୁରୀ ବଳଗଣ୍ଡି ରାଜସ୍ବ ମୌଜାର ଖାତା ନମ୍ବର ୨୪୨ରେ ଥିବା ଏ ୨.୫୭୪ ଡେସିମିଲ ଜମି ଲଜିଂ ହାଉସ୍‌ ଫଣ୍ଡ କମିଟି ନାମରେ ରେକର୍ଡ କରାଯାଇଥିଲା। ଜମିର ସଲାମି ଏବଂ ବକେୟା ରେଣ୍ଟ ଭାବେ ରାଜସ୍ବ ନିରୀକ୍ଷକ ସେତେବେଳେ ଲଜିଂ ହାଉସ ଫଣ୍ଡ କମିଟିଠାରୁ ୧,୦୪,୧୧୮ ଟଙ୍କା ଆଦାୟ କରିଥିଲେ। ବଗଲା ଧର୍ମଶାଳା ଜମି ୧୮୮୮-୮୯ ମସିହା ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା କେସ୍‌ ରେକର୍ଡରେ ତହସିଲଦାର ଉଲ୍ଲେଖ କରିଛନ୍ତି। ତେଣୁ ଲଜିଂ ହାଉସ ଫଣ୍ଡ କମିଟିଠାରୁ ସଲାମି ନେଇ ତାଙ୍କ ନାମରେ ଜମି ମାଲିକାନା ରେକର୍ଡ କରିଥିବା ରାଜସ୍ବ ବିଭାଗ ପୁଣି ଥରେ ବଗଲା ଧର୍ମଶାଳା ଜମି ନିଜ ନାମରେ ରେକର୍ଡ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ କହିଛନ୍ତି। କହ୍ନେୟାଲାଲ ବଗଲାଙ୍କଠାରୁ ଦାନରେ ପାଇଥିବା ଜମିକୁ ପୁରୀ ଜିଲାପାଳ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିବା ଆଇନ ବହିର୍ଭୂତ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ପୁରୀ ତହସିଲଦାରଙ୍କ କାର୍ଯ୍ୟାଳୟର ଏହି ପୁରୁଣା କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ନିର୍ମାଣ ଓ ହସ୍ତାନ୍ତର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ରହିଛି। ୧୯୪୬ରେ ବଗଲା ଧର୍ମଶାଳା ଜମି ଏକ ସଂସ୍ଥାକୁ ହସ୍ତାନ୍ତର ପାଇଁ ଉଦ୍ୟମ ହୋଇଥିଲା। ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟ୍‌ଜୁଙ୍କ ହସ୍ତକ୍ଷେପ ପରେ ଏହି ଉଦ୍ୟମ ବିଫଳ ହୋଇଥିଲା। ଧର୍ମଶାଳା ଜମି ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ତତ୍କାଳୀନ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri