ଧାର୍ଯ୍ୟ ସମୟରେ ହେବ ଏନ୍ଇଇଟି-ଜେଇଇ ପରୀକ୍ଷା: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୧୭।୮: ଧାର୍ଯ୍ୟ ସମୟରେ ଏନ୍ଇଇଟି ଏବଂ ଜେଇଇ ପରୀକ୍ଷା କରାଯିବ ବୋଲି ସୋମବାର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ଏହା ସହିତ ପରୀକ୍ଷା ସ୍ଥଗିତ କରାଯିବାକୁ କରାଯାଇଥିବା ପିଟିଶନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଏବେ ଜେଇଇ ମେନ୍…
ଅବ୍ୟବସ୍ଥାରେ ନ୍ୟାୟିକ ବ୍ୟବସ୍ଥା
ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦେଶର ବିଭିନ୍ନ କୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ମାମଲାଗୁଡିକ ପଡ଼ି ରହିଛି। ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ କୋର୍ଟ ପରିଚାଳନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବା ସହ ନ୍ୟାୟ ପାଇବାରୁ ଲୋକେ ବଞ୍ଚତ୍ତ ହେଉଛନ୍ତି। ଓଡ଼ିଶାରେ ମଧ୍ୟ…
ସଂସଦ ଭବନରେ ନିଆଁ
ନୂଆଦିଲ୍ଲୀ, ୧୭।୮: ଦିଲ୍ଲୀରେ ଥିବା ସଂସଦ ଭବନରେ ସୋମବାର ସକାଳ ୭ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସଂସଦ ଭବନର ଆନେକ୍ସ୍ ବିଲ୍ଡିଂର ୬ ମହଲାରେ ଏଭଳି ଘଟିଛି। ଶର୍ଟ…
ପ୍ରଥମ ଥର ପାଇଁ ବ୍ୟାଙ୍କକୁ ଗଲା ଭତ୍ତା ଟଙ୍କା
ଗଞ୍ଜାମ,୧୭ା୮(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ସରକାର ବିଭିନ୍ନ ଭତ୍ତା ଆଗୁଆ ୪ ମାସର ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ କରୋନା ସାମାନ୍ୟ ଥମିଥିଲେ ମଧ୍ୟ ଚଳିତ ମାସ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ବ୍ୟବସ୍ଥା କରାଯାଇଥିବା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ…
କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍
ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଧୋନୀଙ୍କ ଅବସର ଘୋଷଣା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ…
ପାଟଣାରେ ଅଗ୍ନିକାଣ୍ଡ
ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଦ ଗ୍ରାମରେ ସୋମବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବନମାଳୀ ମହାନ୍ତଙ୍କ ୨ ବଖରା ଆଜବେଷ୍ଟସ୍ ଘର ସହ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ତେବେ ଘର ଭିତରେ ଥିବା…
ପାଟିର ବ୍ୟାକ୍ଟେରିଆ ଓ ଚୁଇଙ୍ଗମ
ଚୁଇଙ୍ଗମ ଚୋବାଇବା ଆଜିକାଲି ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି। ହେଲେ ଏହାର ଏକ ଭଲ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ ଚୋବାଇବା ଦ୍ୱାରା ପାଟି…
ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ
ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,…
ବର କରୋନା ପଜିଟିଭ୍: କ୍ୱାରାଣ୍ଟାଇନରେ ୫ଶହରୁ ଅଧିକ ଲୋକ
ବିଶାଖାପଟ୍ଟନମ୍, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍ କରାଯିବ। ଏଭଳି ଅଭାବନୀୟ ଘଟଣା ବିଶାଖାପଟ୍ଟନମ୍ରେ ଘଟିଛି। ସ୍ଥାନୀୟ କୋଟଓ୍ବରଟଲା ମଣ୍ଡଳର କୋଡ଼ଓ୍ବଡ଼ିପୁଡ଼ି ଗାଁର ଚର୍ଚ୍ଚରେ ଏକ…
ବିରାଟ କୋହଲିଙ୍କ ମା’ ରାଜି ହୋଇଥିଲେ ଏହି ସୁନ୍ଦରୀ ଅନୁଷ୍କାଙ୍କ ବଦଳରେ ହୋଇଥାନ୍ତେ ତାଙ୍କ ସ୍ତ୍ରୀ
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସୁଖୀ ଦାମ୍ପତ୍ତ୍ୟ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା, ଯଦି ବିରାଟଙ୍କ ମା’ ରାଜି ହୋଇ ଯାଇଥାନ୍ତେ, ତେବେ ଅନୁଷ୍କାଙ୍କଠାରୁ ସୁନ୍ଦରୀ ଝିଅ ତାଙ୍କ…
ରାସ୍ତାକଡ଼ ବେଞ୍ଚ ତଳେ ଥିଲା କୁମ୍ଭୀର, ଏମିତି ଦେଲା ଧରା
ଗାନ୍ଧୀନଗର,୧୭ା୮: ତିନିଦିନ ଧରି ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ଅନେକ ସହର ପାଣିରେ ବୁଡ଼ି ରହିଛି। ସୁରଟର ଭଦୋଦରା ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି ତ ଆଉ କେଉଁଠି…
ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ
ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା। ସୂଚନାଯୋଗ୍ୟ, ରେଖା ପାଟନାରେ ଜଣେ ଚାଉଳ ଦୋକାନୀଙ୍କ…
Archives


