Posted inଜାତୀୟ

ଏଲ୍‌ଓସିରେ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୦।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଏକ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଅର୍ନିଆ ସେକ୍ଟରର ବୁଧଓ୍ବାରାଠାରୁ ବିଏସ୍‌ଏଫ୍‌ ଯବାନମାନେ ବିପୁଳ ପରିମାଣର ଡ୍ରଗ୍ସ୍‌ ଜବତ କରିଛନ୍ତି। ରବିବାର ଭୋର୍‌ ସମୟରେ ଜଣେ ବ୍ୟକ୍ତି ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରୁଥିବା ବିଏସ୍‌ଏଫ୍‌ ଯବାନମାନେ ଦେଖିଥିଲେ। ତାଙ୍କୁ ସତର୍କ ସୂଚନା ଦିଆଯାଇଥିଲା। ଏହି ସମୟରେ ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ଗୁଳଚାଳନା କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଭୟରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଜଣକ ଡ୍ରଗ୍ସ୍‌ ଏବଂ ନିଜ ବ୍ୟାଗ୍‌ ପକାଇ ଫେରାର ହୋଇଯାଇଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଅନୁପ୍ରବେଶକାରୀଙ୍କ ବ୍ୟାଗ୍‌ରୁ କନାରେ ବନ୍ଧା ହୋଇଥିବା ୫୮ ପ୍ୟାକେଟ ଡ୍ରଗ୍ସ ୨ଟି ଚାଇନା ପିସ୍ତଲ ଜବତ କରାଯାଇଛି। ପ୍ରାୟ ୬୦ କିଲୋଗ୍ରାମ୍‌ ଡ୍ରଗ୍ସ ଜବତ ହୋଇଥିବା ବିଏସ୍‌ଏଫ୍‌ କହିଛି। କେତେକ ଡ୍ରଗ୍ସ୍‌ ପ୍ୟାକେଟ ତଳେ ପଡ଼ିଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ ହେଉଥିବା ଡ୍ରଗ୍ସ୍‌ କାରବାରର ଚେର ପାକିସ୍ତାନ ପର୍ଯ୍ୟନ୍ତ ଲମିଥିବା ଏହା ଦ୍ୱାରା ସ୍ପଷ୍ଟ ହୋଇଛି। l ସେହିପରି ପାକିସ୍ତାନକୁ ଚାଇନା ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବାର ପ୍ରମାଣ ମଧ୍ୟ ମିଳିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜିଲାରେ ବନ୍ୟା, ୯ରେ ସ୍ଥିତି ଜଟିଳ

ଭୁବନେଶ୍ୱର,୩୦।୭ (ରବିନାରାୟଣ ଜେନା): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri