Posted inଜାତୀୟ

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା ହାଇକମାଣ୍ଡ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଫ୍ରି ହ୍ୟାଣ୍ଡ୍‌ ଦେଇଛନ୍ତି। ଏବେ ବସୁନ୍ଧରାଙ୍କ ନେତୃତ୍ୱରେ ରାଜସ୍ଥାନରେ ଅପରେଶନ୍‌ ଲୋଟସ୍‌ ପାର୍ଟ-୨ ପାଇଁ ଭାଜପା ସଜବାଜ ହେବାକୁ ଆରମ୍ଭ କରିଛି। ଏନେଇ ବସୁନ୍ଧରା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହିତ ସାକ୍ଷାତ୍‌ ମଧ୍ୟ କରି ସାରିଛନ୍ତି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ସଚିନ ପାଇଲଟ୍‌ଙ୍କ ସହିତ କୌଣସି ଯୋଗାଯୋଗ ନେଇ ବସୁନ୍ଧରା ବାରଣ କରିଛନ୍ତି। ବସୁନ୍ଧରାଙ୍କ ଶିବିରର ସଦସ୍ୟଙ୍କୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି ହୋଇଥିବା କୁହାଯାଉଛି। ରାଜ୍ୟରେ ଦଳରେ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାକୁ ବସୁନ୍ଧରା ଚାହୁଁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁସ୍ଥ ହେଲେ ଅପରେଶନ୍‌ ଲୋଟସ୍‌-୨ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ପାଇଲଟ୍‌ଙ୍କୁ ନେଇ ନଡ୍ଡା, ରାଜନାଥ ସିଂ ଏବଂ ନୀତିନ ଗଡ଼କରୀଙ୍କ ସମର୍ଥନକୁ ବସୁନ୍ଧରା ବିରୋଧ କରିଥିଲେ। ଏବେ ମଧ୍ୟ ଅପରେଶନ୍‌ ଲୋଟସ୍‌-୨ରେ ସଚିନ୍‌ଙ୍କ ଶିବିରର ସଦସ୍ୟଙ୍କ ଉପସ୍ଥିତି ନେଇ ବସୁନ୍ଧରା ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଜାତୀୟ ମାର୍ଗଦର୍ଶିକା: ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କୁ ବାରଣ, ସର୍ବସାଧାରଣ ସ୍ଥାନରେ ମଦ-ପାନ-ଗୁଟଖା ସେବନ ମନା

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ୍‌ କୋହଳ ସହ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ତଦନୁଯାୟୀ, ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।...

୧୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ/କଲମ୍ବୋ୬।୧୧: ଶନିବାର ତାମିଲନାଡୁର ୧୫ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ସମୁଦ୍ର ତଟରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ସେମାନଙ୍କୁ ଗିରଫ...

ଆଜି ଆସୁଛନ୍ତି ପୁଟିନ୍‌

ନୂଆଦିଲ୍ଲୀ, ୬ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସୋମବାର ଭାରତ ଆସିବେ। ୨୧ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ସେ ଯୋଗଦେବେ। ୨୦୧୯ ନଭେମ୍ବରରେ ବ୍ରିକ୍ସ ସମ୍ମିଳନୀ...

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ,୧୨ା୯(ପିଟି): ବହୁଚର୍ଚ୍ଚିତ ଅଗଷ୍ଟା ସ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ହୋଇଥିବା ୩,୬୦୦ କୋଟି ଟଙ୍କା ଦ୍ୱୁର୍ନୀତି ଘଟଣାରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶିକାନ୍ତ ଶର୍ମାଙ୍କ ବିରୋଧରେ ମାମଲା...

ୟୁପିରେ ଅଜ୍ଞାତ ଜ୍ୱର ନେଲାଣି ୩୨ ଛୁଆଙ୍କ ଜୀବନ

ଫିରୋଜାବାଦ୍‌,୩୧।୮: ଏକ ଅଜ୍ଞାତ ଜ୍ୱର କାରଣରୁ ଉତ୍ତର ପ୍ରଦେଶର ଫିରୋଜାବାଦରେ ଅତିକମ୍‌ରେ ୩୨ ଛୁଆ ଓ ୭ ବୟସ୍କଙ୍କ ମୃତ୍ୟୁ ହୋଇଛି। ଏହା ସ୍ପଷ୍ଟ କରିଛନ୍ତି...

ଜ୍ଞାନବାପି ମସଜିଦ୍‌ ମାମଲା, ବଦଳିବେନି କମିଶନର, ୧୭ ମେ’ ପୂର୍ବରୁ ପୁଣି ସର୍ଭେ…

ଆହ୍ଲାବାଦ୍‌, ୧୨।୫ : ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତ ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ...

ଭାଜପା ଟିକାକୁ ବିଶ୍ୱାସ ନାହିଁ: ଅଖିଳେଶ

ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ...

ଭାରତରେ ବୟସ୍କଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ: ଦେଢ଼ କୋଟି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ,୧।୧୦: ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଥାଏ। ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ସେମାନଙ୍କ ସଂଖ୍ୟା...

Advertisement
Archives

Model This Week