ଚାଇନାର ଦାଦାଗିରି: ନେପାଳରେ ବେଆଇନ ଭାବେ ନିର୍ମାଣ କରିଛି ୯ ବିଲ୍ଡିଂ

କାଠମାଣ୍ଡୁ, ୨୦।୯: ଭାରତରେ ବେଆଇନ ଜମି ଦଖଲ କରିଥିବା ଚାଇନା ଏବେ ନେପାଳରେ ମଧ୍ୟ ନିଜର ଦାଦାଗିରି ଆରମ୍ଭ କରିଛି। ନେପାଳ ସୀମାରେ ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଚାଇନା ୯ ବିଲ୍ଡିଂ ନିର୍ମାଣ କରିଛି। ନେପାଳର ହୁମ୍ଲା ଜିଲାର ସୀମାବର୍ତ୍ତୀ ଗାଁ ନାମ୍‌ଖାରେ ଚାଇନା ଏଭଳି ବେଆଇନ ନିର୍ମାଣ ଗୁପ୍ତରେ କରିଥିବା ଜଣାପଡ଼ିଛି। ନିର୍ମାଣ ସମ୍ପର୍କରେ ନେପାଳ ସରକାର ଅଥବା ଗୋଇନ୍ଦା ସଂସ୍ଥା ପାଖରେ କୌଣସି ଖବର ନ ଥିବା କୁହାଯାଉଛି। ବିଲ୍ଡିଂର ଆଖପାଖରେ ପ୍ରବେଶ କରିବାକୁ ନିଷେଧ କରାଯାଇଛି। ଏହି ଅଞ୍ଚଳର ଗାଁ ଅଧ୍ୟକ୍ଷ ବିଷ୍ଣୁ ବାହାଦୂର ଲାମା ନିକଟବର୍ତ୍ତୀ ଅଞ୍ଚଳରେ ବୁଲାବୁଲି କରୁଥିବା ସମୟରେ ଚାଇନା ନେପାଳ ସୀମାରେ ନିର୍ମାଣ ହୋଇଥିବା ବେଆଇନ ବିଲ୍ଡିଂ ସମ୍ପର୍କରେ ଜାଣିପାରିଥିଲେ। ବିଲ୍ଡିଂ ପାଖକୁ ନ ଯିବାକୁ ତାଙ୍କୁ ଚାଇନା ସୈନ୍ୟ ସତର୍କ ସୂଚନା ଦେଇଥିଲେ। ଅଧିକ ପଚରା ଉଚରା କରିବାରୁ ଚାଇନା ସୈନ୍ୟ ନିର୍ମାଣ ସରଞ୍ଜାମ ଧରି ଚାଇନା ସୀମାରେ ପ୍ରବେଶ କରିଯାଇଥିବା ଲାମା କହିଛନ୍ତି। ସେ ଏହାର ଫଟୋ ଉଠାଇ ନେପାଳ ସରକାରଙ୍କ ପାଖକୁ ପଠାଇଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ନେପାଳର ଗୃହ ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟ ନୀରବତା ଅବଲମ୍ବନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଭାରତ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ...

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ...

କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି

ଇସ୍‌ଲାମାବାଦ, ୪ା୮: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍‌ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା।...

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୨୦ ଭାରତୀୟ ମତ୍ସ୍ୟଜୀବୀ

ଲାହୋର,୭।୧: ପାକିସ୍ତାନ ଜେଲ୍‌ରୁ ଗତ ରବିବାର ମୁକୁଳିଥିବା ୨୦ ମତ୍ସ୍ୟଜୀବୀ ଓ୍ବାଘା ବର୍ଡରରେ ପହଞ୍ଚିଥିବା ସୂଚନା ମିଳିଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା...

ବର୍ଣ୍ଣବୈଷମ୍ୟ ଅଭିଯୋଗ: ଇସ୍ତଫା ଦେଲେ ରଶ୍ମୀ ସାମନ୍ତ

ନୂଆଦିଲ୍ଲୀ/ଲଣ୍ଡନ,୧୮।୨: ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଫେସ୍‌ବୁକ୍‌ରେ...

ପ୍ରଥମ ଥର ପାଇଁ ମାସ୍କ୍‌ ପିନ୍ଧିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୨।୭: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଆମେରିକାରେ କରୋନା ସଂକ୍ରମଣ ଖବର ଅପେକ୍ଷା ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ...

କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର...

Advertisement
Archives

Model This Week