ଚିକିତ୍ସାଠୁ ବଳିଗଲା ସ୍ଥାନାନ୍ତର ଯାତନା

କଟକ ଅଫିସ, ୨୦।୯: ଜଣେ ସଙ୍କଟାପନ୍ନ ନାବାଳିକାଙ୍କୁ ୯ଦିନରେ ୫ଟି ହସ୍ପିଟାଲ ସ୍ଥାନାନ୍ତର କରାଗଲାଣି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା କୌଣସି ଏକ ଦୁର୍ଘଟଣା ପରେ ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗତ ୧୧ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ଆଶୁ ଚିକିତ୍ସା କରିଥିଲେ। ପରେ ୧୨ତାରିଖରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ଅଣାଯାଇଥିଲା। ଡାକ୍ତର ଟେଷ୍ଟ ରିପୋର୍ଟ ଦେଖି ଜରୁରୀ ଅପରେଶନ ପାଇଁ କହିଥିଲେ। କିନ୍ତୁ ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲି ନ ଥିବା ଡାକ୍ତର କହିବା ପରେ ନାବାଳିକାଙ୍କୁ ପରିବାର ଲୋକେ ଶିଶୁଭବନକୁ ନେଇଥିଲେ। ସେଠାରେ ବି ଡାକ୍ତର ଅପରେଶନ ପାଇଁ କହିଥିଲେ। ଯୋଜନା ମୁତାବକ ୧୪ ତାରିଖରେ ଅପରେଶନ କରାଗଲା। ଏହା ସତ୍ତ୍ୱେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ଡାକ୍ତର ୧୫ ତାରିଖରେ ପରିବାର ଲୋକଙ୍କୁ ଡକାଇ ସଙ୍କଟାପନ୍ନ ନାବାଳିକାଙ୍କୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏହା ଶୁଣି ପରିବାର ଲୋକେ ଭାଙ୍ଗିପଡ଼ିଥିଲେ। ଏହା ଦେଖି ଜଣେ ଅଟୋ ଚାଳକ ଆମ୍ବୁଲାନ୍ସ ବୁଝି ଦେଇଥିଲେ। ତେବେ ସେମାନଙ୍କୁ କିଛି ନ ଜଣାଇ ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ସିଡିଏ ସେକ୍ଟର ୭ ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ବୋଲି ନାବାଳିକାଙ୍କ ମାଉସୀ କହିଛନ୍ତି ା
ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲଟି ଶିଶୁଭବନର ଜଣେ ଡାକ୍ତରଙ୍କର ବୋଲି ପରେ ଜଣାପଡ଼ିଥିଲା। କିନ୍ତୁ ଏଠାରେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନାବାଳିକାଙ୍କ ପରିବାରବର୍ଗ ଅକ୍ଷମ ହେବାରୁ ସାମାଜିକ କର୍ମୀଙ୍କ ସହାୟତା ଲୋଡ଼ିିଥିଲେ। ଫଳରେ ସାମାଜିକ କର୍ମୀ ସାର୍ଥକ ରାୟ ରେଡକ୍ରସ୍‌ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଡ଼ କରାଇଥିଲେ। ସାଙ୍ଗସାଥୀଙ୍କଠୁ କିଛି ଟଙ୍କା ଆଦାୟ କରି ଆଣି ଦେଇଥିଲେ। ଏଥିସହ ସେ ଉକ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅବଗତ କରାଇଥିଲେ। ତେବେ ରୋଗୀ ଚାଲାଣ ହୋଇଥିବା ସନ୍ଦେହ କରି ସାର୍ଥକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଲାଲବାଗ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ୧୯ତାରିଖରେ ଜିଲାପାଳ ଜାଣିବା ପରେ ନାବାଳିକାଙ୍କୁ ପୁଣି ଶିଶୁଭବନ ଫେରାଇ ନେଇ ତାଙ୍କ ଚିକିତ୍ସା ଖର୍ଚ୍ଚ ଓ ଦାୟିତ୍ୱ ବହନ କରିବା ପାଇଁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲାଇଭ୍‌ ସପୋର୍ଟିଂ ସିଷ୍ଟମ ଥିବା ଆମ୍ବୁଲାନ୍ସ ଯୋଗେ ନାବାଳିକାଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଆଇସିୟୁ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନ ଥାଇ ଶିଶୁଭବନ ଡାକ୍ତର ଅପରେଶନ କରାଇଥିଲେ କାହିଁକି? ଆମ୍ବୁଲାନ୍ସ ଚାଳକ ଶିଶୁଭବନରେ ଚାକିରି କରିଥିବା ଡାକ୍ତରଙ୍କ ନର୍ସିଂହୋମକୁ ନାବାଳିକଙ୍କୁ କାହିଁକି ସ୍ଥାନାନ୍ତର କରିଥିଲେ? ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଡାକ୍ତର ଓ ନର୍ସିଂହୋମ୍‌ ତରଫରୁ ବକେୟା ବିଲ୍‌ ଛାଡ ଭଳି ଅନୁକମ୍ପା ଦେଖାଇଲେ କାହିଁକି? ଏହା ସାହାଯ୍ୟ ନା କରିଥିବା ଭୁଲ୍‌କୁ ଲୁଚାଇବାର ପ୍ରଚେଷ୍ଟା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରେ ସଂକ୍ରମଣ ବଢ଼ିବା ପରେ କମିଯିବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଟେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଅଧିକରୁ ଅଧିକ ଟେଷ୍ଟ...

ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି।...

କରୋନା ସଂକ୍ରମଣ କେବେ କମିବ କହି ହେବନି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ...

କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ

ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

୨ୟ, ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର, ୪।୮(ବ୍ୟୁରୋ:ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଏବଂ ସବ୍‌ ଅର୍ଡିନେଟ ଅଫିସ୍‌ ସମ୍ପୂର୍ଣ୍ଣ ଉପସ୍ଥାନରେ ଚାଲିବ। ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ କରାଯାଇଛି...

ରିପୋର୍ଟ ଦେବାକୁ ଅଧିକ ସମୟ ମାଗିିଲା ଏସ୍‌ଆଇଟି

ଭୁବନେଶ୍ୱର(ବ୍ୟୁରୋ),୨୭।୭: ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରୁ ମାଟି ତଳୁ ଜବତ ହୋଇଥିବା ହାତୀ କଙ୍କାଳ ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଜୁନ୍‌ ୧୬ରେ ଏକ...

ରାତାରାତି ବ୍ୟବଚ୍ଛେଦକୁ ନେଇ ବିବାଦ

କଟକ ଅଫିସ, ୧୦ା୯:ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡାକ୍ତର ଚିକିତ୍ସା ନ କରାଇ ଘରକୁ...

Advertisement
Archives

Model This Week