ଚିକିତ୍ସାଠୁ ବଳିଗଲା ସ୍ଥାନାନ୍ତର ଯାତନା

କଟକ ଅଫିସ, ୨୦।୯: ଜଣେ ସଙ୍କଟାପନ୍ନ ନାବାଳିକାଙ୍କୁ ୯ଦିନରେ ୫ଟି ହସ୍ପିଟାଲ ସ୍ଥାନାନ୍ତର କରାଗଲାଣି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା କୌଣସି ଏକ ଦୁର୍ଘଟଣା ପରେ ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗତ ୧୧ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ଆଶୁ ଚିକିତ୍ସା କରିଥିଲେ। ପରେ ୧୨ତାରିଖରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ଅଣାଯାଇଥିଲା। ଡାକ୍ତର ଟେଷ୍ଟ ରିପୋର୍ଟ ଦେଖି ଜରୁରୀ ଅପରେଶନ ପାଇଁ କହିଥିଲେ। କିନ୍ତୁ ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲି ନ ଥିବା ଡାକ୍ତର କହିବା ପରେ ନାବାଳିକାଙ୍କୁ ପରିବାର ଲୋକେ ଶିଶୁଭବନକୁ ନେଇଥିଲେ। ସେଠାରେ ବି ଡାକ୍ତର ଅପରେଶନ ପାଇଁ କହିଥିଲେ। ଯୋଜନା ମୁତାବକ ୧୪ ତାରିଖରେ ଅପରେଶନ କରାଗଲା। ଏହା ସତ୍ତ୍ୱେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ଡାକ୍ତର ୧୫ ତାରିଖରେ ପରିବାର ଲୋକଙ୍କୁ ଡକାଇ ସଙ୍କଟାପନ୍ନ ନାବାଳିକାଙ୍କୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏହା ଶୁଣି ପରିବାର ଲୋକେ ଭାଙ୍ଗିପଡ଼ିଥିଲେ। ଏହା ଦେଖି ଜଣେ ଅଟୋ ଚାଳକ ଆମ୍ବୁଲାନ୍ସ ବୁଝି ଦେଇଥିଲେ। ତେବେ ସେମାନଙ୍କୁ କିଛି ନ ଜଣାଇ ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ସିଡିଏ ସେକ୍ଟର ୭ ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ବୋଲି ନାବାଳିକାଙ୍କ ମାଉସୀ କହିଛନ୍ତି ା
ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲଟି ଶିଶୁଭବନର ଜଣେ ଡାକ୍ତରଙ୍କର ବୋଲି ପରେ ଜଣାପଡ଼ିଥିଲା। କିନ୍ତୁ ଏଠାରେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନାବାଳିକାଙ୍କ ପରିବାରବର୍ଗ ଅକ୍ଷମ ହେବାରୁ ସାମାଜିକ କର୍ମୀଙ୍କ ସହାୟତା ଲୋଡ଼ିିଥିଲେ। ଫଳରେ ସାମାଜିକ କର୍ମୀ ସାର୍ଥକ ରାୟ ରେଡକ୍ରସ୍‌ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଡ଼ କରାଇଥିଲେ। ସାଙ୍ଗସାଥୀଙ୍କଠୁ କିଛି ଟଙ୍କା ଆଦାୟ କରି ଆଣି ଦେଇଥିଲେ। ଏଥିସହ ସେ ଉକ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅବଗତ କରାଇଥିଲେ। ତେବେ ରୋଗୀ ଚାଲାଣ ହୋଇଥିବା ସନ୍ଦେହ କରି ସାର୍ଥକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଲାଲବାଗ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ୧୯ତାରିଖରେ ଜିଲାପାଳ ଜାଣିବା ପରେ ନାବାଳିକାଙ୍କୁ ପୁଣି ଶିଶୁଭବନ ଫେରାଇ ନେଇ ତାଙ୍କ ଚିକିତ୍ସା ଖର୍ଚ୍ଚ ଓ ଦାୟିତ୍ୱ ବହନ କରିବା ପାଇଁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲାଇଭ୍‌ ସପୋର୍ଟିଂ ସିଷ୍ଟମ ଥିବା ଆମ୍ବୁଲାନ୍ସ ଯୋଗେ ନାବାଳିକାଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଆଇସିୟୁ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନ ଥାଇ ଶିଶୁଭବନ ଡାକ୍ତର ଅପରେଶନ କରାଇଥିଲେ କାହିଁକି? ଆମ୍ବୁଲାନ୍ସ ଚାଳକ ଶିଶୁଭବନରେ ଚାକିରି କରିଥିବା ଡାକ୍ତରଙ୍କ ନର୍ସିଂହୋମକୁ ନାବାଳିକଙ୍କୁ କାହିଁକି ସ୍ଥାନାନ୍ତର କରିଥିଲେ? ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଡାକ୍ତର ଓ ନର୍ସିଂହୋମ୍‌ ତରଫରୁ ବକେୟା ବିଲ୍‌ ଛାଡ ଭଳି ଅନୁକମ୍ପା ଦେଖାଇଲେ କାହିଁକି? ଏହା ସାହାଯ୍ୟ ନା କରିଥିବା ଭୁଲ୍‌କୁ ଲୁଚାଇବାର ପ୍ରଚେଷ୍ଟା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?