Home

କରୋନା ଆରୋଗ୍ୟ ହାର ୭୦% ଟପିଲା

ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬୪ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି କରୋନାଜନିତ…

ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍‌ଙ୍କ ମା’

ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ କ୍ୟାନ୍‌ସର…

ସନ୍ଦେହ ଘେରରେ ସ୍ପୁଟ୍‌ନିକ୍‌ ଭି

ନୂଆଦିଲ୍ଲୀ, ୧୩।୮: କରୋନା ମହାମାରୀର ମୁକାବିଲା ଲାଗି ରୁଷିଆ ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହାର ନିରାପତ୍ତାକୁ ନେଇ ସାରା ବିଶ୍ୱରୁ ପ୍ରଶ୍ନ ଉଠିବାରେ ଲାଗିଛି। ମସ୍କୋର ଗାମଲେୟା ଇନ୍‌ଷ୍ଟିଚ୍ୟୁଟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ…

ବଦଳିଲା କୋଭିଡ୍‌ ଉଲ୍ଲଂଘନ ନିୟମ: ୨ ବର୍ଷ କାରାଦଣ୍ଡ, ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବ୍ୟାପକ ସଚେତନତା ଅଭିଯାନ ସତ୍ତ୍ୱେ କେତେକ ଲୋକ ସାମାଜିକ ଦୂରତା…

ବେଙ୍ଗାଲୁରୁରେ ରାତିଅଧିଆ ଦଙ୍ଗା

ବେଙ୍ଗାଲୁରୁ,୧୩ା୮: ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ପୋଷ୍ଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା ଚାଲିଥିବାବେଳେ ଜନତାଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ ୩…

କରୋନା ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଅର୍ଥ ଅଭାବରୁ କୌଣସି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌…

ଝାରସୁଗୁଡ଼ାରେ ଧଳା କୁଆ

ଝାରସୁଗୁଡ଼ା ଅଫିସ,୧୩।୮: ଝାରସୁଗୁଡ଼ା ସହରର ମୁଙ୍ଗାପଡାସ୍ଥିତ ଦିପ୍ତେଓ ସୋନିଙ୍କ ଘର ନିକଟରେ ଏକ ବିରଳ ଧଳା କୁଆ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁଆ ଦୀର୍ଘ ସମୟ ଧରି ବସି ରହିବା ଓ ଉଡି ନ ପାରିବାରୁ ଦିପ୍ତେଓ ତାକୁ ଉଦ୍ଧାର…

ଶ୍ରୀମନ୍ଦିର ପାର୍ଶ୍ୱ ଉଚ୍ଛେଦ, ଥଇଥାନକୁ ମୋହର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶ୍ରୀମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ୭୫ ମିଟର ଦୂରତାରେ ଥିବା ସମସ୍ତ ବେସରକାରୀ ଜମି, ବାସଗୃହ, ଦୋକାନ ଆଦି ଅଧିଗ୍ରହଣ କରିଛନ୍ତି। ଜମି ହରାଇଥିବା ପରିବାରକୁ ମଙ୍ଗଳାହାଟ ନିକଟବର୍ତ୍ତୀ ୬.୬୧୬ ଏକର ସରକାରୀ…

ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍‌ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା ସବୁ କଳକାରଖାନାକୁ ଚିଠି ଲେଖିଛନ୍ତି। ଫ୍ୟାକ୍ଟ୍ରିଗୁଡିକର ନିରାପତ୍ତା ଏବଂ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ…

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଔଷଧ…

ବସ୍ତିବାସିନ୍ଦାଙ୍କ ପାଇଁ ୨୫% ପୌର ବଜେଟ: ୨୦ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ପୌରସଂସ୍ଥାଗୁଡ଼ିକ ମୌଳିକ ସେବା ସହିତ ଭିତ୍ତିଭୂମି ଯୋଗାଇଦେବେ। ଏନେଇ ପୌରସଂସ୍ଥା ସେମାନଙ୍କ ବାର୍ଷିକ ବଜେଟର ୨୫ ପ୍ରତିଶତ ବ୍ୟୟ ବରାଦ କରିବେ। ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଲୋକ ବସ୍ତିରେ ରହୁଛନ୍ତି। ସେମାନଙ୍କୁ…

ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଛି ଭିଜିଲାନ୍ସର ୫ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri