୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି। ସେହିପରି ଅନ୍ୟ ୧୦୦ କୋଟି ଟିକା ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଡଭାନ୍ସ୍‌ ମାର୍କେଟ କମିଟମେଣ୍ଟସ୍‌ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ବିଶ୍ଲେଷଣ ରିପୋର୍ଟରୁ ଏସମ୍ପର୍କରେ ଜଣାପଡ଼ିଛି। ଆମେରିକା ୮୧ କୋଟି ଟିକା ବୁକିଂ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେରିକା ପୁଣି ୧୬୦ କୋଟି ଟିକା ସଂଗ୍ରହ ଲକ୍ଷ୍ୟ ରଖିଛି। ଅକ୍ଟୋବର ୮ ସୁଦ୍ଧା ବୟସ୍କ ଏବଂ ମଧ୍ୟ ବୟସ୍କ ବର୍ଗର ଲୋକ ବାସ କରୁଥିବା ଦେଶ ପକ୍ଷରୁ ୩୮୦ କୋଟି ଟିକାର ବୁକିଂ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଏସବୁ ଦେଶ ପକ୍ଷରୁ ୫୦୦ କୋଟି ଟିକା ସଂଗ୍ରହ ପାଇଁ ବିଭିନ୍ନ ଔଷଧ କମ୍ପାନୀ ସହିତ ଆଲୋଚନା ଜାରି ରହିଛି। ୟୁରୋପିଆନ୍‌ ରାଷ୍ଟ୍ର ସମୁହ ପକ୍ଷରୁ ୪୦ କୋଟି ଟିକା ବୁକିଂ କରାଯାଇଛି। ଅପରପକ୍ଷରେ ୧୫୬ କୋଟି ୫୦ ଲକ୍ଷ ଟିକା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଶ୍ୱର ଦୟାଲ୍‌ ସ୍ବାମୀଙ୍କ ପରଲୋକ

ଫରିଦାବାଦ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଜ୍ୟମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ବାମୀଙ୍କ ପରଲୋକ ଘଟିଛି। ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ...

ବିଧାନସଭାରେ ତାସ ଖେଳୁଛନ୍ତି-ତମାଖୁ ଖାଉଛନ୍ତି ବିଧାୟକ, ଭିଡ଼ିଓ ଭାଇରାଲ…

ଲକ୍ଷ୍ନୌ, ୨୪।୯ : ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରିୟ ଲୋକ ଦଳ ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭାରେ ରେକର୍ଡ ହୋଇଥିବା ଏକ କ୍ଷୁଦ୍ର ଭିଡିଓ କ୍ଲିପ ପୋଷ୍ଟ...

୪ ବର୍ଷ ପରେ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌: ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପୋତିଦେଇଥିଲେ

ଗାଜିଆବାଦ,୧୪।୧୧: ଗାଜିଆବାଦ ପୋଲିସ ୪ ବର୍ଷ ପରେ ଏକ ହତ୍ୟାକାଣ୍ଡର ମାମଲାର ପର୍ଦ୍ଦାଫାଶ୍‌ କରିଛି। ଏଥିସହ ଏକ ମୃତଦେହ ଠାବ କରିଛି। ଏହି ଘଟଣାରେ ପୋଲିସ...

ପ୍ରଥମେ ଗେହଲୋଟ-ପାଇଲଟଙ୍କୁ ଯୋଡନ୍ତୁ, ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଭାଜପାର କଟାକ୍ଷ …

ନୂଆଦିଲ୍ଲୀ, ୨୬।୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଭାଜପା ନେତା ତଥା...

ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ମାଗଣା ବିଜୁଳି ସଂଯୋଗ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧ ।୬: ଦିଲ୍ଲୀ ସରକାର ଖୁବଶୀଘ୍ର ଦିଲ୍ଲୀରେ ରହୁଥିବା ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ମାଗଣା ବିଜୁଳି ସଂଯୋଗ ଦେବାକୁ ଯାଉଛନ୍ତି । ଆଇଏନଏ ମାର୍କେଟ...

ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ଦେଇପାରନ୍ତି ଇସ୍ତଫା

ରାଞ୍ଚି,୧।୯: ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଅପରାହ୍ନ ୪ଟାରେ ରାଜ୍ୟପାଳ ରମେଶ ବାଇସଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ...

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ...

Advertisement
Archives

Model This Week