୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି। ସେହିପରି ଅନ୍ୟ ୧୦୦ କୋଟି ଟିକା ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଡଭାନ୍ସ୍‌ ମାର୍କେଟ କମିଟମେଣ୍ଟସ୍‌ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ବିଶ୍ଲେଷଣ ରିପୋର୍ଟରୁ ଏସମ୍ପର୍କରେ ଜଣାପଡ଼ିଛି। ଆମେରିକା ୮୧ କୋଟି ଟିକା ବୁକିଂ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେରିକା ପୁଣି ୧୬୦ କୋଟି ଟିକା ସଂଗ୍ରହ ଲକ୍ଷ୍ୟ ରଖିଛି। ଅକ୍ଟୋବର ୮ ସୁଦ୍ଧା ବୟସ୍କ ଏବଂ ମଧ୍ୟ ବୟସ୍କ ବର୍ଗର ଲୋକ ବାସ କରୁଥିବା ଦେଶ ପକ୍ଷରୁ ୩୮୦ କୋଟି ଟିକାର ବୁକିଂ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଏସବୁ ଦେଶ ପକ୍ଷରୁ ୫୦୦ କୋଟି ଟିକା ସଂଗ୍ରହ ପାଇଁ ବିଭିନ୍ନ ଔଷଧ କମ୍ପାନୀ ସହିତ ଆଲୋଚନା ଜାରି ରହିଛି। ୟୁରୋପିଆନ୍‌ ରାଷ୍ଟ୍ର ସମୁହ ପକ୍ଷରୁ ୪୦ କୋଟି ଟିକା ବୁକିଂ କରାଯାଇଛି। ଅପରପକ୍ଷରେ ୧୫୬ କୋଟି ୫୦ ଲକ୍ଷ ଟିକା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri