ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

କଳିଙ୍ଗନଗର,୨୨।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଚୋରଦା-ଡୁବୁରୀ ୬ ଚକିଆ ରାସ୍ତା ନିର୍ମାଣ ପାଇଁ ସୋମବାରଠାରୁ ଦାନଗଦୀ ବଜାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମାନପୁର ଓଭର ବ୍ରିଜ ନିକଟରୁ ଗୋଟିଏ ପଟ ଉଚ୍ଛେଦ କରାଯାଇଥିଲା। ସିଙ୍ଗାଗାଡିଆରେ ଦୋକାନ ଘର ଭାଙ୍ଗିବା ପରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦଳୀୟ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମେତ ଏକ ଛାତ ଘରକୁ ଭଙ୍ଗା ଯାଇଥିଲା। ପରେ ଦାନଗଦୀ ବଜାର ଆଡକୁ ଏହି ଅଭିଯାନ ମାଡି ଚାଲିଥିଲା। ଡ.ହେମନ୍ତ ସାହୁ, ପ୍ରେମ ପଟ୍ଟନାୟକ, ଭରତ ସାମଲଙ୍କ ଘର ଭଙ୍ଗା ଯାଇଥିଲା। ଉଚ୍ଛେଦ ପୂର୍ବରୁ କେତେଜଣ ଦୋକାନୀ ନିଜ ଜିନିଷ ପତ୍ର ବାହାର କରି ନ ଥିବାରୁ ସମୟ ଦେବାକୁ ଦାବି କରିଥିଲେ। ହେଲେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରା ନ ଯିବାରୁ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତହସିଲଦାର ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ମାଜିଷ୍ଟେଟ୍‌ ଭାବେ ଦାନଗଦୀ ତହସିଲଦାର ନମ୍ରତା ମୋଦି, ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ, ଯାଜପୁର ରୋଡ ଥାନା ସବ୍‌ଇନ୍‌ପେକ୍ଟର ପବିତ୍ର ମହାରଣା ଓ ମନୋଜ କୁମାର ବାରା,ଏଏସ୍‌ଆଇ ସୁବାସ ଚନ୍ଦ୍ର ଦାସ, କୋରେଇ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି, ଦାନଗଦୀ ଫାଣ୍ଡି ଏଏସ୍‌ଆଇ ମନୋରଞ୍ଜନ ନାୟକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?