ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ କରିବାର ବ୍ୟବସ୍ଥା କରାଯାଇଛି । ଏହାପରେ ଦିଲ୍ଲୀର ଅନ୍ୟ ହସ୍ପିଟାଲକୁ ଏହା ବିତରଣ କରାଯିବାର ବ୍ୟବସ୍ଥା କରାଯିବ । ଏୟାର ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଏହାସହ ଆହୁରି କୁହାଯାଇଛି କି ଯଦି କୌଣସି କାରଣ ବଶତଃ ୨୮ ଡିସେମ୍ବରରେ ଏହା ପହଞ୍ଚି ପାରିଲା ନାହିଁ ତେବେ ଜାନୁୟାରୀ ସୁଦ୍ଧା କରୋନା ଭ୍ୟାକ୍ସିନ ଦିଲ୍ଲୀରେ ପହଞ୍ଚିଯିବ । ତେବେ ଭ୍ୟାକ୍ସିନକୁ ରଖିବା ଲାଗି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ ଚେନ୍ ପାଇଁ ସମସ୍ତ ଉପକରଣ ପହଞ୍ଚି ସାରିଲାଣି । ଡିପ୍ ଫ୍ରିଜର ବି ପହଞ୍ଚି ସାରିଥିବା ସୂଚନା ମିଳିଛି । ଦଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡର ସିଇଓ ବିଦେହ ଜୟପୁରିଆ କହିଛନ୍ତି ଦିଲ୍ଲୀ ବିମାନ ବନ୍ଦରର ଦୁଇଟି କାର୍ଗୋ ଟର୍ମିନାଲରେ କୁଲ ଚାମ୍ବର ତିଆରି ସରିଛି । ତେଣୁ ବିଦେଶରୁ ଆସୁଥିବା ଭ୍ୟାକ୍ସିନ ସେଠାରେ ରହିପାରିବ । ଏହାପରେ ସେହିଠାରୁ ହିଁ ବିତରଣ କରାଯିବ । ତେବେ ଦିଲ୍ଲୀ ବିମାନ ବନ୍ଦରରେ ୨୭ ଲକ୍ଷ ଭ୍ୟାକ୍ସିନ ଷ୍ଟୋର କରିବାର କ୍ଷମତା ରହିଛି । ତେଣୁ ଦିନରେ ୨ଟି ଚାମ୍ବର ଭର୍ତ୍ତି କଲେ ୫୪ ଲକ୍ଷ ଶିଶି ବିତରଣ ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri