Posted inଜାତୀୟ

ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ସାଥୀ କରିପାରିବେ ବିବାହ: ହାଇକୋର୍ଟ

ଆହ୍ଲାବାଦ,୨୨।୧୨: ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ଥିବା ସାଥୀ ବିବାହ କରିପାରିବେ। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଅହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି ପଙ୍କଜ ମିଥଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସ୍ତ୍ରୀ ଅବା ସ୍ବାମୀଙ୍କ ମୃତ୍ୟୁ ପରେ ଅନ୍ୟ ଜୀବନସାଥିଙ୍କୁ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଜୀବିତ ସାଥୀଙ୍କ ବିବାହର କୌଣସି ପ୍ରଭାବ ପଡ଼ିବ ନାହିଁ। ଜୀବିତ ଥିବା ସାଥୀଙ୍କୁ ବିବାହ ପାଇଁ ମନା କରିବା ଆଇନ ଦୃଷ୍ଟିରୁ ଅପରାଧ। ଏହାଦ୍ୱାରା ତାଙ୍କର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥିବା ଏକ ମାମଲାର ବିଚାର କରି ବିଚାରପତି ଏଭଳି କହିଛନ୍ତି। ସ୍ତ୍ରୀଙ୍କ ଭଉଣୀଙ୍କୁ ବିବାହ କରି ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ସ୍ବାମୀ ଚାହୁଁଥିଲେ। ମାତ୍ର ଏକ ନିମ୍ନ ଅଦାଲତ ଏଭଳି କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ। ପରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବା ସହିତ ସ୍ବାମୀଙ୍କୁ ବିବାହ କରିବାକୁ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି, ବଦଳିବନି ନାଁ , ଘୁଞ୍ଚିବନି ରିଲିଜ୍‌ ତାରିଖ

ନୂଆଦିଲ୍ଲୀ,୨୪।୨: ଗଙ୍ଗୁବାଇକୁ ମିଳିଲା ଆଶ୍ୱସ୍ତି। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି...

ଏମ୍ସ୍‌ ବ୍ୟାଙ୍କ ଖାତାରୁ ୧୨ କୋଟି ଚୋରି: ପୁଣି ୨୯ କୋଟି ଲୁଟ୍‌ ଉଦ୍ୟମ ବିଫଳ

ନୂଆଦିଲ୍ଲୀ,୩୦।୧୧: ଏମ୍ସ୍‌ର ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଚୋରି ହୋଇଛି। ଅପରାଧୀମାନେ ପୁଣି ଥରେ ଏହି ଖାତାରୁ ୨୯ କୋଟି ଟଙ୍କା ଲୁଟିବାର...

ପୂର୍ବତନ କେନ୍ଦ୍ର ଗୃହ ସଚିବଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୪: ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ହୃଦ୍‌ଘାତରେ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ...

ୟଶଓ୍ବନ୍ତଙ୍କୁ ମମତା ଦିଦିଙ୍କ ଗୁରୁଦାୟିତ୍ୱ

କୋଲକାତା,୧୫।୩: ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ୟଶଓ୍ବନ୍ତ ସିହ୍ନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ୟଶଓ୍ବନ୍ତଙ୍କୁ ଦଳର ଉପାଧ୍ୟକ୍ଷ ଭାବେ ନିଯୁକ୍ତ...

ଅନୁଚ୍ଛେଦ ୩୭୦ ହଟିବା ପରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ନୂଆଦିଲ୍ଲୀ, ୨।୨ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ରାଜ୍ୟରେ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେଶନ୍‌ ଅଲ୍‌ଆଉଟ୍‌ ବେଶ୍‌ ସଫଳ ରହିଛି। ରାଜ୍ୟରେ...

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍‌ ମୃତ

ଶାହଜାହାନ୍‌ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର...

ଜନ୍ମ ହୋଇ ନ ଥିବା ଶିଶୁର ପୋଷ୍ୟ ଗ୍ରହଣ ଚୁକ୍ତି କିଭଳି ହେବ, ସେ ନେଇ ଆଇନ ଅଜ୍ଞାତ: ପ୍ରଶ୍ନ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ...

Advertisement
Archives

Model This Week