ପରୀ ମୃତଦେହ ସହ ଯୌନ ସମ୍ପର୍କ ରଖିଥିଲେ ଅଭିଯୁକ୍ତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ନୟାଗଡ଼ ଯଦୁପୁରର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି। ଏ ନେଇ ମଙ୍ଗଳବାର ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ ବୋଲି ଅରୁଣ କହିଛନ୍ତି।
ଅରୁଣ କହିଛନ୍ତି ଯେ, ସରୋଜଙ୍କ ସାନ ଭଉଣୀ ପାଖକୁ ପରୀ ଆସୁଥିଲା । ଘଟଣା ଦିନ ସରୋଜ ଭଉଣୀ ପାଖକୁ ଏକୁଟିଆ ପରୀ ଯାଇଥିଲା । ସରୋଜଙ୍କ ଭଉଣୀ ଅଫିସ ଯିବା ପରେ ସେ ପରୀ ସହ ବଳାତ୍କାର ଉଦ୍ୟମ କରିଥିଲେ। ପରୀ କାନ୍ଦିବାରୁ ତଣ୍ଟି ଚିପି ମାରିଦେଇଥିଲେ ସରୋଜ । ପରୀର ମୃତଦେହ ସହ ଯୌନ ସମ୍ପର୍କ ମଧ୍ୟ ସରୋଜ ରଖିଥିଲେ। ପରେ ପରୀର ମୃତଦେହକୁ ଅଖାରେ ଭର୍ତ୍ତିକରି ପୋଖରୀରେ ଫିଙ୍ଗି ଦେଇଥିଲେ । ନଡିଆ ବାହୁଙ୍ଗାରେ ଅଖାକୁ ଲୁଚାଇ ପୋଖରୀରେ ନେଇ ଫିଙ୍ଗିଥିଲେ ।

ଏସ୍‌ଆଇଟି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ସରୋଜ ସବୁବେଳେ ମୋବାଇଲରେ ଚାଇଲ୍ଡ ପର୍ଣ୍ଣ ଫିଲ୍ମ ଦେଖନ୍ତି। ପର୍ଣ୍ଣ ଫିଲ୍ମ ମୋବାଇଲରେ ରଖି ଲକ୍‌ ପକାଇଥିଲେ। ଏଥିସହ ମୋବାଇଲରୁ ଗୁଗୁଲ ହିଷ୍ଟ୍ରି ଡିଲିଟ କରିଦେଇଛନ୍ତି। ବଳାତ୍କାର ଏବଂ ହତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ନ ଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ ବୋଲି ଅରୁଣ ବୋଥ୍ରା କହିଛନ୍ତି।
୩ ଦିନ ରିମାଣ୍ଡରେ ଯାହା ନୂଆ ତଥ୍ୟ ଆସିବ ଆମେ ଅବଗତ କରାଇବୁ । ଅଭିଯୁକ୍ତକୁ କେଉଁମାନେ ସାହାଯ୍ୟ କରୁଥିଲେ ତାହାର ତଦନ୍ତ ଜାରି ରହିଛି ବୋଲି ବୋଥ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ରୁ କମିବ ଥଣ୍ଡା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ଉତ୍ତର-ପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ଗତ କିଛିଦିନ ହେବ ପାରଦ ତଳମୁହାଁ ରହିଛି। ବିଶେଷ କରି...

ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ...

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା,...

୫ ମାସ ପରେ ହେଲ୍ପ ଡେସ୍କ ଚଳଚଞ୍ଚଳ

ଅନୁଗୋଳ ଅଫିସ, ୧୭।୬ ଚିକିତ୍ସାରେ ସହଯୋଗ ସହ ଚିକିତ୍ସାଳୟର ମାନ ବଢ଼ାଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ...

ଚାଷୀଙ୍କ କ୍ଷତିଭରଣା ପୂର୍ବରୁ ଆରମ୍ଭ ରାଜନୈତିକ ଟଣାଓଟରା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରତ୍ୟେକ ଥର ବାତ୍ୟା ପରେ ସହାୟତା ଏବଂ କ୍ଷତିପୂରଣ ମିଳିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଆସିବା ପରେ ଯେପରି ରାଜନୀତି ଜୋର୍‌ ଧରେ ଏଥର...

ସାଇକେଲରେ ଘରକୁ ଫେରିଲେ ବାହାର ରାଜ୍ୟ ଟ୍ରକ୍‌ ଚାଳକ

ବରଗଡ଼ ଅଫିସ୍‌,୨୯।୩-ମାଲ୍‌ ପରିବହନ କାମ ପାଇଁ ବରଗଡ଼ ସହର ଉପକଣ୍ଠ ସିମେଣ୍ଟ କାରଖାନାକୁ ଆସିଥିବା ବାହ୍ୟ ରାଜ୍ୟର କେତେକ ଟ୍ରକ୍‌ ଚାଳକ ହଇରାଣ ହୋଇଛନ୍ତି। ଲକ୍‌...

କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ

ଭବାନୀପାଟଣା,୩।୮(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ କଳାହାଣ୍ଡି ଜିଲାରେ ଗତ ୩ ଦିନ ହେଲା ବର୍ଷା ଜାରି ରହିଛି। ଜୟପାଟଣା ବ୍ଲକ ବିମଳା...

ଜୁନାଗଡ ସହରରେ ହୋମ୍‌ ଡେଲିଭରି ମାଧ୍ୟମରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ

ଜୁନାଗଡ,୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ...

Advertisement
Archives

Model This Week