Home

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆ ସୋମବାର ଏକ ଚାର୍ଟାର୍ଡ ବିମାନରେ…

୪ ମନ୍ତ୍ରୀ ପଦ ଖାଲି: ଶିବରାଜଙ୍କ ଉପରେ ଚାପ ବଢ଼ିଲା

ଭୋପାଳ,୪।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ରବିବାର ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଖାଲିଥିବା ୬ ମନ୍ତ୍ରୀ ପଦରୁ ଏବେ…

କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି। ରବିବାର…

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ୍‌,୪।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏସ୍‌.ମୁରଲୀଧର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସକାଳ ୧୦ଟାରେ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍‌ ମୁରଲୀଧର ହେଲେ ଓଡ଼ିଶା ହାଇକୋର୍ଟର ୩୨ତମ…

ଶ୍ରୀମନ୍ଦିରକୁ ୨୧ କିଲୋ ରୁପା ଦାନ କଲେ ଶିବ

ପୁରୀ ଅଫିସ,୪।୧: ଭୁବନେଶ୍ୱର ନିବାସୀ ଶିବପ୍ରସାଦ ପଣ୍ଡା ଓ ତାଙ୍କ ପରିବାର ରବିବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୧ କିଲୋଗ୍ରାମ ରୁପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଉପସ୍ଥିତିରେ ଶିବପ୍ରସାଦ ଏହି ଦାନ କରିଛନ୍ତି। ରତ୍ନସିଂହାସନରେ…

ରାଜଧାନୀରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘବର୍ଷ ହେବ ସୀମାନ୍ତରେ ଲୁଟ୍‌, ଚୋରି, ଡକାୟତି, ହତ୍ୟା ଆଦି ଅପରାଧ ଘଟାଉଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଓଡ଼ିଶା ପୋଲିସର ଶକ୍ତିକୁ ପରଖିବା ପରେ ଏବେ ସେମାନେ ରାଜଧାନୀ ଭୁବନେଶ୍ୱରରେ ରାଜ୍‌ କଲେଣି। ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୁଟ୍‌ପାଟ…

କୃଷକଙ୍କୁ ସମର୍ଥନ ଘୋଷଣା କଲେ ଧର୍ମେନ୍ଦ୍ର

ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର ଟୁଇଟରରେ କୃଷକଙ୍କ ଫଟୋ ଶେୟାର କରି ଲେଖିଛନ୍ତି – ଆଜି ମୋର କୃଷକ ଭାଇମାନଙ୍କୁ…

ଖୋଲିଲା ଶାରଳା ମନ୍ଦିର

ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ ନିର୍ଦ୍ଦେଶ ପରେ, ସକାଳ ୮ରୁ ମନ୍ଦିର ପରିସରକୁ ଭକ୍ତମାନେ ପ୍ରବେଶ କରିଥିଲେ। ମନ୍ଦିର ପ୍ରଶାସନ…

ଆଉ ୩ଦିନ ଘନ କୁହୁଡ଼ି: ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ଆଉ ୩ଦିନ ଘନକୁହୁଡ଼ି ରହିବ। କୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ରଖିବାକୁ…

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ, ୪ା୧: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ଅସୁସ୍ଥ ହୋଇପଡିବାରୁ ତାଙ୍କୁ କର୍ନାଟକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଚିତ୍ରାଦୁର୍ଗା ସହରରେ ସେ କାର୍‌ରେ ବସୁଥିବାବେଳେ ବେହୋସ ହୋଇପଡିଥିଲେ। ନିମ୍ନ ରକ୍ତଚାପ ଓ ରକ୍ତ ଶର୍କରା ମାତ୍ରା କମିଯିବାରୁ ଏପରି ହୋଇଥିବା…

ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ମରିସନ୍‌ ସେଥିରେ ଥିବା କିଛି ଶବ୍ଦ ବଦଳାଇ ଦେଇଛନ୍ତି। ଏହି ନ୍ୟାଶନାଲ ଆନ୍ଥେମ୍‌ରେ…

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀଗଣନା: ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ

ଖୁଣ୍ଟୁଣୀ,୪।୧(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ରବିବାର ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ମୋଟ୍‌ ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୮ ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି ବୋଲି ବନାଞ୍ଚଳ ଅଧିକାରୀ ମାଗୁଣି ଚରଣ ବେହେରା କହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?