କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି। ରବିବାର ସକାଳେ ପାଣିକୋଇଲି ପୋଲିସ ଏକ ଚୋରା କୋଇଲା ଗାଡି ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଣିକୋଇଲି ପୋଲିସ ରାଜପଥରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଳଚେରରୁ ୨୦ ଏମ୍‌ଟି ଚୋରା କୋଇଲା ବୋଝେଇ ଏକ ଟ୍ରକ ଧରାପଡିଥିଲା। କୋଇଲାର କୌଣସି କାଗଜପତ୍ର ନଥିବାରୁ ଗାଡିଟିକୁ ଜବତ କରିବା ସହ ଅନୁଗୋଳ ଜିଲା ବ୍ୟାରେଜ ମଇଦ୍ୱାରପୁର ଗ୍ରାମର ଡ୍ରାଇଭର ଅନିଲ କୁମାର ସାହୁ(୨୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ନିୟମିତ ବ୍ୟବଧାନରେ ଚୋରା କୋଇଲା ଯାଜପୁର ଜିଲା ଦେଇ ପରିବହନ ହେଉଥିବାରୁ ଯାଜପୁରରୋଡ ଖଣି ବିଭାଗ ଓ କୋଇଲା ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଚର୍ଚ୍ଚା ଜୋର ଧରିଛି।
କୋଇଲା ପାଇଁ ତାଳଚେର ସାରା ଭାରତରେ ପରିଚିତ। ଦିନକୁ ଦିନ କୋଇଲାର କଳାବଜାର ବଢ଼ିବା ଯୋଗୁ ତାଳଚେର ଅଶାନ୍ତ ହେଉଥିବାବେଳେ ଏବେ ଯାଜପୁର ଜିଲା ମଧ୍ୟ ଏଥିରୁ ବାଦ ପଡୁନାହିଁ। ଏକ ସୁସଂଗଠିତ ର଼୍ୟାକେଟ ମାଧ୍ୟମରେ ଏହି ଚୋରାକାରବାର ହେଉଥିବାରୁ ଏମ୍‌ସିଏଲ ଓ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଉଛି। ଗାଡ଼ିରେ କ୍ଷମତାଠାରୁ ଓଭରଲୋଡିଂ କରି କୋଇଲା ଚୋରାଚାଲାଣ ହେଉଥିବାବେଳେ ତାହାକୁ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଓଭରଲୋଡିଂ ଯାଞ୍ଚ ଦାୟିତ୍ୱରେ ରହିଥିବା ଆରଟିଓ ବିଭାଗ ମଧ୍ୟ ଏହା ଜାଣି ନୀରବ ରହୁଛି। ଏମ୍‌ସିଏଲର ସିଂହଭାଗ କୋଇଲା ତାଳଚେରରୁ ଉତ୍ତୋଳନ ହେଉଛି। ସେଠାରୁ ପ୍ରାୟ ୩୫ ର଼୍ୟାକ(ମାଲଗାଡ଼ି) କୋଇଲା ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ। ଗୋଟିଏ ର଼୍ୟାକରେ ପ୍ରାୟ ୬୦ ୱାଗନ ଥାଏ। ଏହି ର଼୍ୟାକଗୁଡିକ ଜରିଆରେ ଏମ୍‌ସିଏଲ ବିିଭିନ୍ନ ସରକାରୀ ଓ ଘରୋଇ କମ୍ପାନୀକୁ କୋଇଲା ପରିବହନ କରିଥାଏ। ଜଣାଯାଇଛି ଯେ, କେବଳ ଘରୋଇ କମ୍ପାନୀକୁ ଯାଉଥିବା କୋଇଲାରେ କୋଟି କୋଟି ଟଙ୍କାର ଅନିୟମିତତା ହେଉଛି। ର଼୍ୟାକ ଲୋଡିଂ କରିବା ଓ ଚାଲାଣ କାଟିବା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ ସୁଲାସୁତୁରାରେ ଏହି ଦୁର୍ନୀତି ହେଉଛି। କୋଇଲା ସାଇଡିଂଠାରୁ ଗୋଟିଏ ଟ୍ରକରେ ପ୍ରାୟ ୧୬ରୁ ୧୭ ମେଟ୍ରିକ ଟନ ପର୍ଯ୍ୟନ୍ତ କୋଇଲା ପରିବହନ ହୋଇଥାଏ। ଏଥିପାଇଁ ଟ୍ରାଞ୍ଜିଟ ପାସ(ଟିପି) କଟାଯାଇଥାଏ। କିନ୍ତୁ ସେଠାରେ ଚଞ୍ଚକତା କରି ୨ ରୁ ୩ ମେଟ୍ରିକଟନ କୋଇଲା ଅଧିକା ଲୋଡିଂ ହୋଇଥାଏ ବୋଲି କୁହାଯାଉଛି। ଯାଜପୁର ଜିଲାର ଷଠିପୁର, ବଡଚଣା ଅଞ୍ଚଳ କୋଇଲା କଳାବଜାରର ପେଣ୍ଠସ୍ଥଳୀ ପାଲଟିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶକ ସନ୍ଦୀପ କୁମାର ବଳଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri