କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି। ରବିବାର ସକାଳେ ପାଣିକୋଇଲି ପୋଲିସ ଏକ ଚୋରା କୋଇଲା ଗାଡି ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଣିକୋଇଲି ପୋଲିସ ରାଜପଥରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଳଚେରରୁ ୨୦ ଏମ୍‌ଟି ଚୋରା କୋଇଲା ବୋଝେଇ ଏକ ଟ୍ରକ ଧରାପଡିଥିଲା। କୋଇଲାର କୌଣସି କାଗଜପତ୍ର ନଥିବାରୁ ଗାଡିଟିକୁ ଜବତ କରିବା ସହ ଅନୁଗୋଳ ଜିଲା ବ୍ୟାରେଜ ମଇଦ୍ୱାରପୁର ଗ୍ରାମର ଡ୍ରାଇଭର ଅନିଲ କୁମାର ସାହୁ(୨୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ନିୟମିତ ବ୍ୟବଧାନରେ ଚୋରା କୋଇଲା ଯାଜପୁର ଜିଲା ଦେଇ ପରିବହନ ହେଉଥିବାରୁ ଯାଜପୁରରୋଡ ଖଣି ବିଭାଗ ଓ କୋଇଲା ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଚର୍ଚ୍ଚା ଜୋର ଧରିଛି।
କୋଇଲା ପାଇଁ ତାଳଚେର ସାରା ଭାରତରେ ପରିଚିତ। ଦିନକୁ ଦିନ କୋଇଲାର କଳାବଜାର ବଢ଼ିବା ଯୋଗୁ ତାଳଚେର ଅଶାନ୍ତ ହେଉଥିବାବେଳେ ଏବେ ଯାଜପୁର ଜିଲା ମଧ୍ୟ ଏଥିରୁ ବାଦ ପଡୁନାହିଁ। ଏକ ସୁସଂଗଠିତ ର଼୍ୟାକେଟ ମାଧ୍ୟମରେ ଏହି ଚୋରାକାରବାର ହେଉଥିବାରୁ ଏମ୍‌ସିଏଲ ଓ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଉଛି। ଗାଡ଼ିରେ କ୍ଷମତାଠାରୁ ଓଭରଲୋଡିଂ କରି କୋଇଲା ଚୋରାଚାଲାଣ ହେଉଥିବାବେଳେ ତାହାକୁ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଓଭରଲୋଡିଂ ଯାଞ୍ଚ ଦାୟିତ୍ୱରେ ରହିଥିବା ଆରଟିଓ ବିଭାଗ ମଧ୍ୟ ଏହା ଜାଣି ନୀରବ ରହୁଛି। ଏମ୍‌ସିଏଲର ସିଂହଭାଗ କୋଇଲା ତାଳଚେରରୁ ଉତ୍ତୋଳନ ହେଉଛି। ସେଠାରୁ ପ୍ରାୟ ୩୫ ର଼୍ୟାକ(ମାଲଗାଡ଼ି) କୋଇଲା ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ। ଗୋଟିଏ ର଼୍ୟାକରେ ପ୍ରାୟ ୬୦ ୱାଗନ ଥାଏ। ଏହି ର଼୍ୟାକଗୁଡିକ ଜରିଆରେ ଏମ୍‌ସିଏଲ ବିିଭିନ୍ନ ସରକାରୀ ଓ ଘରୋଇ କମ୍ପାନୀକୁ କୋଇଲା ପରିବହନ କରିଥାଏ। ଜଣାଯାଇଛି ଯେ, କେବଳ ଘରୋଇ କମ୍ପାନୀକୁ ଯାଉଥିବା କୋଇଲାରେ କୋଟି କୋଟି ଟଙ୍କାର ଅନିୟମିତତା ହେଉଛି। ର଼୍ୟାକ ଲୋଡିଂ କରିବା ଓ ଚାଲାଣ କାଟିବା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ ସୁଲାସୁତୁରାରେ ଏହି ଦୁର୍ନୀତି ହେଉଛି। କୋଇଲା ସାଇଡିଂଠାରୁ ଗୋଟିଏ ଟ୍ରକରେ ପ୍ରାୟ ୧୬ରୁ ୧୭ ମେଟ୍ରିକ ଟନ ପର୍ଯ୍ୟନ୍ତ କୋଇଲା ପରିବହନ ହୋଇଥାଏ। ଏଥିପାଇଁ ଟ୍ରାଞ୍ଜିଟ ପାସ(ଟିପି) କଟାଯାଇଥାଏ। କିନ୍ତୁ ସେଠାରେ ଚଞ୍ଚକତା କରି ୨ ରୁ ୩ ମେଟ୍ରିକଟନ କୋଇଲା ଅଧିକା ଲୋଡିଂ ହୋଇଥାଏ ବୋଲି କୁହାଯାଉଛି। ଯାଜପୁର ଜିଲାର ଷଠିପୁର, ବଡଚଣା ଅଞ୍ଚଳ କୋଇଲା କଳାବଜାରର ପେଣ୍ଠସ୍ଥଳୀ ପାଲଟିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶକ ସନ୍ଦୀପ କୁମାର ବଳଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri