ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ମରିସନ୍‌ ସେଥିରେ ଥିବା କିଛି ଶବ୍ଦ ବଦଳାଇ ଦେଇଛନ୍ତି। ଏହି ନ୍ୟାଶନାଲ ଆନ୍ଥେମ୍‌ରେ ଦେଶର ଏକତା ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ସେ ପ୍ରକାଶ କରିଛନ୍ତି। ତେବେ କେବଳ ଅଷ୍ଟ୍ରେଲିଆ ନୁହେଁ ଆହୁରି ଅନେକ ଦେଶ ସେମାନଙ୍କ ଜାତୀୟ ସଂଗୀତରେ ପରିବର୍ତ୍ତନ ଆଣିଛନ୍ତି। ଏପରିକି ଭାରତର ‘ଜନ ଗଣ ମନ’ରେ ମଧ୍ୟ କିଛି ଶବ୍ଦ ହଟାଇ ନୂଆ କରି ପ୍ରସ୍ତୁତ କରିବାକୁ ଦାବି ହେବାରେ ଲାଗିଛି। ବିଶେଷ କରି ପୁରୁଣା ଜାତୀୟ ସଙ୍ଗୀତ ପଛରେ ଥିବା ମାନସିକତା ବଦଳାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଏ।
ବ୍ରିଟିଶ ଅଧୀନରେ ରହି ଆସିଥିବା ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳାଇବାକୁ ଚାଲିଥିବା ବିତର୍କ ଦୀର୍ଘ ଦିନର। ୧୯୮୪ରୁ ‘ଆଡ୍‌ଭାନ୍ସଡ୍‌ ଅଷ୍ଟ୍ରେଲିଆ ଫେୟାର’ ଦେଶର ଜାତୀୟ ସଙ୍ଗୀତ ରହି ଆସିଛି। ତେବେ ମୂଳ ବାସିନ୍ଦାଙ୍କୁ ସମ୍ମାନ ଦେବା ପାଇଁ ଅଷ୍ଟ୍ରେଲିଆ ଏଥିରେ ଏକ ଶବ୍ଦ ବଦଳାଇଛି। ବାକ୍ୟ ‘ଉଇ ଆର୍‌ ୟଙ୍ଗ ଆଣ୍ଡ ଫ୍ରି’(ଆମେ ଯୁବ ଏବଂ ସ୍ବାଧୀନ)ରେ ‘ୟଙ୍ଗ’ ଶବ୍ଦ ହଟାଯାଇ ‘ଉଇ ଆର୍‌ ଓ୍ବାନ ଆଣ୍ଡ ଫ୍ରି’ (ଆମେ ଏକ ଏବଂ ସ୍ବାଧୀନ) କରାଯାଇଛି।
ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜାତୀୟ ସଙ୍ଗୀତରେ ବର୍ଣ୍ଣବୈଷମ୍ୟ ଭେଦଭାବ ପ୍ରତିଫଳିତ ହେଉଥିବା ଅଭିଯୋଗ ରହିଥିଲା। ଏଥିରେ ପରିବର୍ତ୍ତନ ପାଇଁ ଦାବି ମୁଣ୍ଡ ଟେକିଥିଲା। ୧୯୯୭ରେ ଏହି ଦେଶର ନ୍ୟାଶନାଲ ଆନ୍ଥେମ ବଦଳିଥିଲା। ୫ଟି ସ୍ଥାନୀୟ ଭାଷାର ମିଶ୍ରଣରେ ପୁନଃ ଲେଖା ଯାଇଥିଲା ଜାତୀୟ ସଙ୍ଗୀତ। ଚର୍ଚ୍ଚରେ ରଙ୍ଗଭେଦ ଉପରେ ପଢ଼ାଯାଉଥିବା ଏକ ପ୍ରବାଦ ଉପରେ ଏହା ଆଧାରିତ ବୋଲି କୁହାଯାଏ।
କାନାଡ଼ା: ୨୦୧୮ରେ କାନାଡ଼ାର ଜାତୀୟ ସଂଗୀତରେ ପରିବର୍ତ୍ତନ ପାଇଁ ଜୋରଦାର ଦାବି ଉଠିଥିଲା। ପୂର୍ବ ସଙ୍ଗୀତ ଲିଙ୍ଗଗତ ଭେଦଭାବକୁ ଦର୍ଶାଉଥିବାରୁ ଏହାକୁ ବଳାଯିବା ନିହାତି ଆବଶ୍ୟକ ବୋଲି ଦେଶର ସବୁ ପ୍ରାନ୍ତରୁ ମତ ରହିଥିଲା। ଏଥି ପାଇଁ ସେଠାକାର ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ସଂକଳ୍ପ ପାରିତ ହୋଇଥିଲା। ପରେ ନୂତନ ଜାତୀୟ ସଂଗୀତରୁ ଏହି ବୈଷମ୍ୟ ଦୂର କରାଯାଇଥିଲା।
ନେପାଳ: ଶହ ଶହ ବର୍ଷ ଧରି ନେପାଳରେ ଚାଲିଥିଲା ରାଜତନ୍ତ୍ର। କିନ୍ତୁ ୨୦୦୬ରେ ଏହି ଦେଶରେ ଗଣତନ୍ତ୍ର ସ୍ଥାପନା ପାଇଁ ଆନ୍ଦୋଳନ ପରେ ୨୦୦୭ରେ ଜାତୀୟ ସଂଗୀତ ପରିବର୍ତ୍ତନ ହୋଇଥିଲା। ନୂତନ ନ୍ୟାଶନାଲ ଆନ୍ଥେମ୍‌ରେ ନେପାଳକୁ ରାଜତନ୍ତ୍ର ପରିବର୍ତ୍ତେ ଏକ ରାଷ୍ଟ୍ରତନ୍ତ୍ର ଭାବରେ ବିବେଚନା କରାଗଲା।
ଜର୍ମାନୀ: ଊନବିଂଶ ଶତାବ୍ଦୀରେ ଜର୍ମାନୀର ଜାତୀୟ ସଂଗୀତକୁ ପ୍ରଥମେ ବଦଳାଯାଇଥିଲା। କିନ୍ତୁ ୧୯୫୧ରେ ଦେଶ ବିଭାଜନ ପରେ ତାହା ପଶ୍ଚିମ ଜର୍ମାନୀର ଜାତୀୟ ସଂଗୀତ ହୋଇଥିଲା। ପରେ ଏହି ଆନ୍ଥେମ୍‌ ମିଳିତ ଜର୍ମାନୀର ଜାତୀୟ ସଂଗୀତରେ ପରିଣତ ହୋଇଥିଲା।
ରୁଷିଆ: ସୋଭିଏତ ୟୁନିୟନ ବ୍ୟବସ୍ଥା ଶେଷ ହେବା ପରେ ରୁଷିଆ ଏକ ପୃଥକ ଦେଶ ଭାବରେ ମାନଚିତ୍ରରେ ସ୍ଥାନ ପାଇଥିଲା। ୨୦୦୦ରେ ଭ୍ଲାଦିମିର ପୁଟିନଙ୍କ ସରକାର ଏହାର ରାଷ୍ଟ୍ରଗାନ ପରିବର୍ତ୍ତନ କରିଥିଲେ। ଏହା ପୂର୍ବରୁ ୧୮୭୭ ଓ ୧୯୫୬ରେ ସୋଭିଏତ ୟୁନିୟନର ଜାତୀୟ ସଙ୍ଗୀତ ବଦଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?