ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ମରିସନ୍‌ ସେଥିରେ ଥିବା କିଛି ଶବ୍ଦ ବଦଳାଇ ଦେଇଛନ୍ତି। ଏହି ନ୍ୟାଶନାଲ ଆନ୍ଥେମ୍‌ରେ ଦେଶର ଏକତା ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ସେ ପ୍ରକାଶ କରିଛନ୍ତି। ତେବେ କେବଳ ଅଷ୍ଟ୍ରେଲିଆ ନୁହେଁ ଆହୁରି ଅନେକ ଦେଶ ସେମାନଙ୍କ ଜାତୀୟ ସଂଗୀତରେ ପରିବର୍ତ୍ତନ ଆଣିଛନ୍ତି। ଏପରିକି ଭାରତର ‘ଜନ ଗଣ ମନ’ରେ ମଧ୍ୟ କିଛି ଶବ୍ଦ ହଟାଇ ନୂଆ କରି ପ୍ରସ୍ତୁତ କରିବାକୁ ଦାବି ହେବାରେ ଲାଗିଛି। ବିଶେଷ କରି ପୁରୁଣା ଜାତୀୟ ସଙ୍ଗୀତ ପଛରେ ଥିବା ମାନସିକତା ବଦଳାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଏ।
ବ୍ରିଟିଶ ଅଧୀନରେ ରହି ଆସିଥିବା ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳାଇବାକୁ ଚାଲିଥିବା ବିତର୍କ ଦୀର୍ଘ ଦିନର। ୧୯୮୪ରୁ ‘ଆଡ୍‌ଭାନ୍ସଡ୍‌ ଅଷ୍ଟ୍ରେଲିଆ ଫେୟାର’ ଦେଶର ଜାତୀୟ ସଙ୍ଗୀତ ରହି ଆସିଛି। ତେବେ ମୂଳ ବାସିନ୍ଦାଙ୍କୁ ସମ୍ମାନ ଦେବା ପାଇଁ ଅଷ୍ଟ୍ରେଲିଆ ଏଥିରେ ଏକ ଶବ୍ଦ ବଦଳାଇଛି। ବାକ୍ୟ ‘ଉଇ ଆର୍‌ ୟଙ୍ଗ ଆଣ୍ଡ ଫ୍ରି’(ଆମେ ଯୁବ ଏବଂ ସ୍ବାଧୀନ)ରେ ‘ୟଙ୍ଗ’ ଶବ୍ଦ ହଟାଯାଇ ‘ଉଇ ଆର୍‌ ଓ୍ବାନ ଆଣ୍ଡ ଫ୍ରି’ (ଆମେ ଏକ ଏବଂ ସ୍ବାଧୀନ) କରାଯାଇଛି।
ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜାତୀୟ ସଙ୍ଗୀତରେ ବର୍ଣ୍ଣବୈଷମ୍ୟ ଭେଦଭାବ ପ୍ରତିଫଳିତ ହେଉଥିବା ଅଭିଯୋଗ ରହିଥିଲା। ଏଥିରେ ପରିବର୍ତ୍ତନ ପାଇଁ ଦାବି ମୁଣ୍ଡ ଟେକିଥିଲା। ୧୯୯୭ରେ ଏହି ଦେଶର ନ୍ୟାଶନାଲ ଆନ୍ଥେମ ବଦଳିଥିଲା। ୫ଟି ସ୍ଥାନୀୟ ଭାଷାର ମିଶ୍ରଣରେ ପୁନଃ ଲେଖା ଯାଇଥିଲା ଜାତୀୟ ସଙ୍ଗୀତ। ଚର୍ଚ୍ଚରେ ରଙ୍ଗଭେଦ ଉପରେ ପଢ଼ାଯାଉଥିବା ଏକ ପ୍ରବାଦ ଉପରେ ଏହା ଆଧାରିତ ବୋଲି କୁହାଯାଏ।
କାନାଡ଼ା: ୨୦୧୮ରେ କାନାଡ଼ାର ଜାତୀୟ ସଂଗୀତରେ ପରିବର୍ତ୍ତନ ପାଇଁ ଜୋରଦାର ଦାବି ଉଠିଥିଲା। ପୂର୍ବ ସଙ୍ଗୀତ ଲିଙ୍ଗଗତ ଭେଦଭାବକୁ ଦର୍ଶାଉଥିବାରୁ ଏହାକୁ ବଳାଯିବା ନିହାତି ଆବଶ୍ୟକ ବୋଲି ଦେଶର ସବୁ ପ୍ରାନ୍ତରୁ ମତ ରହିଥିଲା। ଏଥି ପାଇଁ ସେଠାକାର ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ସଂକଳ୍ପ ପାରିତ ହୋଇଥିଲା। ପରେ ନୂତନ ଜାତୀୟ ସଂଗୀତରୁ ଏହି ବୈଷମ୍ୟ ଦୂର କରାଯାଇଥିଲା।
ନେପାଳ: ଶହ ଶହ ବର୍ଷ ଧରି ନେପାଳରେ ଚାଲିଥିଲା ରାଜତନ୍ତ୍ର। କିନ୍ତୁ ୨୦୦୬ରେ ଏହି ଦେଶରେ ଗଣତନ୍ତ୍ର ସ୍ଥାପନା ପାଇଁ ଆନ୍ଦୋଳନ ପରେ ୨୦୦୭ରେ ଜାତୀୟ ସଂଗୀତ ପରିବର୍ତ୍ତନ ହୋଇଥିଲା। ନୂତନ ନ୍ୟାଶନାଲ ଆନ୍ଥେମ୍‌ରେ ନେପାଳକୁ ରାଜତନ୍ତ୍ର ପରିବର୍ତ୍ତେ ଏକ ରାଷ୍ଟ୍ରତନ୍ତ୍ର ଭାବରେ ବିବେଚନା କରାଗଲା।
ଜର୍ମାନୀ: ଊନବିଂଶ ଶତାବ୍ଦୀରେ ଜର୍ମାନୀର ଜାତୀୟ ସଂଗୀତକୁ ପ୍ରଥମେ ବଦଳାଯାଇଥିଲା। କିନ୍ତୁ ୧୯୫୧ରେ ଦେଶ ବିଭାଜନ ପରେ ତାହା ପଶ୍ଚିମ ଜର୍ମାନୀର ଜାତୀୟ ସଂଗୀତ ହୋଇଥିଲା। ପରେ ଏହି ଆନ୍ଥେମ୍‌ ମିଳିତ ଜର୍ମାନୀର ଜାତୀୟ ସଂଗୀତରେ ପରିଣତ ହୋଇଥିଲା।
ରୁଷିଆ: ସୋଭିଏତ ୟୁନିୟନ ବ୍ୟବସ୍ଥା ଶେଷ ହେବା ପରେ ରୁଷିଆ ଏକ ପୃଥକ ଦେଶ ଭାବରେ ମାନଚିତ୍ରରେ ସ୍ଥାନ ପାଇଥିଲା। ୨୦୦୦ରେ ଭ୍ଲାଦିମିର ପୁଟିନଙ୍କ ସରକାର ଏହାର ରାଷ୍ଟ୍ରଗାନ ପରିବର୍ତ୍ତନ କରିଥିଲେ। ଏହା ପୂର୍ବରୁ ୧୮୭୭ ଓ ୧୯୫୬ରେ ସୋଭିଏତ ୟୁନିୟନର ଜାତୀୟ ସଙ୍ଗୀତ ବଦଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri