କୃଷକଙ୍କୁ ସମର୍ଥନ ଘୋଷଣା କଲେ ଧର୍ମେନ୍ଦ୍ର

ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର ଟୁଇଟରରେ କୃଷକଙ୍କ ଫଟୋ ଶେୟାର କରି ଲେଖିଛନ୍ତି – ଆଜି ମୋର କୃଷକ ଭାଇମାନଙ୍କୁ ନ୍ୟାୟ ମିଳିଯାଉ। ମୁଁ ହୃଦୟରୁ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି। ନଭେମ୍ବର ୨୬ରୁ କୃଷକମାନେ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସହ ୭ଥର ଆଲୋଚନା ହୋଇଛି। ସୋମବାର ପୁଣି ଥରେ କୃଷକ ନେତା ତଥା କେନ୍ଦ୍ର ମନ୍ତ୍ରୀ ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ସାକ୍ଷାତ କରିବେ। ଏହାପୂର୍ବରୁ ଧର୍ମେନ୍ଦ୍ର କୃଷକମାନଙ୍କୁ ସମର୍ଥନ କରି ଟୁଇଟ୍‌ କରି ଲେଖିଛନ୍ତି – କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ବହୁତ ଦୁଃଖିତ। ସରକାର ଶୀଘ୍ର ସମାଧାନ କରିବା ଉଚିତ୍‌। ଧର୍ମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଏକ ଟୁଇଟ ଡିଲିଟ କରି ଦେଇଥିଲେ। ଏହି ସମୟରେ ତାଙ୍କୁ ପ୍ରଶଂସକ ଟ୍ରୋଲ କରିଥିଲେ। ଏହାପୂର୍ବରୁ ଅନେକ ବଲିଉଡ୍‌ ତାରକା ଚାଷୀଙ୍କ ସମର୍ଥନରେ ଛିଡା ହୋଇଛନ୍ତି। ଦିଲଜିତ ଦୋସାଞ୍ଜ, ପ୍ରିୟଙ୍କା ଚୋପ୍ରା, ସୋନମ କପୁର, ସୋନୁ ସୁଦ, ଗିପି ଗ୍ରେଭାଲ, ତାପସି ପନ୍ନୁ, ରିତେଶ ଦେଶମୁଖ, ଜସବୀର ଜାସି, ଗୁରୁଦାସ ମାନ, ଖେସାରୀ ଲାଲ ଯାଦବଙ୍କ ଭଳି ଷ୍ଟାର ମଧ୍ୟ ଚାଷୀଙ୍କୁ ସମର୍ଥନ କରି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri