ଆଉ ୩ଦିନ ଘନ କୁହୁଡ଼ି: ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ଆଉ ୩ଦିନ ଘନକୁହୁଡ଼ି ରହିବ। କୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ଘନକୁହୁଡ଼ି ଦେଖାଯିବ। ୪ ତାରିଖ ସକାଳେ ଅନୁଗୋଳ, ବୌଦ୍ଧ, ସୋନପୁର, ଜଗତ୍‌ସିଂହପୁର, କନ୍ଧମାଳ ଓ ଭଦ୍ରକ, ୫ ତାରିଖ ସକାଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତ୍‌ସିଂହପୁର ଏବଂ ୬ ତାରିଖ ସକାଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତ୍‌ସିଂହପୁର ଓ ନୟାଗଡ଼ ଜିଲାରେ ଘନ କୁହୁଡ଼ି ମାଡ଼ି ରହିବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ୯.୦, କେନ୍ଦୁଝରରେ ୧୦.୫, କୋରାପୁଟରେ ୧୦.୬, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୧୧.୬%, କଟକ ୧୨.୨ ଓ ଭୁବନେଶ୍ୱରରେ ୧୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?