Home

ବିଏମ୍‌ସିକୁ ଓଡିଏଫ୍‌ ପ୍ଲସ୍‌ପ୍ଲସ୍‌ ମାନ୍ୟତା

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଓଡିଏଫ୍‌ ପ୍ଲସ୍‌ପ୍ଲସ୍‌ ମାନ୍ୟତା ମିଳିଛି। ସ୍ବଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡିଏଫ୍‌ପ୍ଲସ୍‌ ପ୍ଲସ୍‌ ମାନ୍ୟତା। ୨୦୨୦ ଡିସେମ୍ବର ୧୦ ଓ ୧୧ ତାରିଖରେ କ୍ୟୁସିଆଇ ସଂସ୍ଥା ଦ୍ୱାରା ଭୁବନେଶ୍ୱରର ସ୍ଥିତିକୁ…

ସର୍ବସାଧାରଣରେ ଧୂମପାନ ନିଷେଧ ଦିଶାହୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ତମାଖୁ ସେବନ କ୍ୟାନ୍‌ସରର କାରଣ। ସିଗାରେଟ ଓ ଅନ୍ୟ ତମାଖୁ ବ୍ୟବହାରକାରୀଙ୍କ ପାଇଁ ଏପରି ସତର୍କତା ସତ୍ତ୍ୱେ ଲୋକେ ଏହାଠାରୁ ଦୂରେଇ ଯାଇପାରୁନାହାନ୍ତି। ନିଜେ ବିପଦକୁ ଆମନ୍ତ୍ରଣ କରିବା ସହ ସର୍ବସାଧାରଣ ସ୍ଥାନରେ ଧୂମପାନ କରି ସିଗାରେଟ ଆଣ୍ଡ୍‌ ଅଦର…

ଭାରତକୁ ସହାୟତା ମାଗିଲେ ୧୦ ଦେଶ

ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଭାରତ ଆଗୁଆ ରହିଛି। ସାର୍ବଜନୀକ ଭାବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଦେବାଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପରିସ୍ଥଳେ ଭାରତକୁ ୧୦ ଟି ଦେଶ ସହାୟତା ମାଗିଛନ୍ତି। ବ୍ରାଜିଲ୍‌, ମରକ୍କୋ,…

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ ଅଫିସ,୧୧।୧: ଦୀର୍ଘ ୯ ମାସ ପରେ କୋଭିଡ କଟକଣା ମଧ୍ୟରେ ସୋମବାର ଖୋଲିଛି ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର। ଆଜି ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରି ବହୁତ ଆନନ୍ଦ ଲାଭ କରୁଛନ୍ତି। ଏକାଥରକେ ୫୦ ଜଣ ଭକ୍ତ ୬ ଫୁଟ ଦୂରତାରେ…

‘କିରଣ ବେଦୀଙ୍କୁ ବହିଷ୍କାର କର’

ପୁଡ଼ୁଚେରୀ, ୧୧।୧: ଉପରାଜ୍ୟପାଳ କିରଣ ବେଦୀଙ୍କ ବହିଷ୍କାର ଦାବିରେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଧାରଣା ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ସେ ବେଦୀଙ୍କ ସରକାରୀ ବାସଭବନ ନିକଟରେ ବସି ରହିଛନ୍ତି। ଆସନ୍ତା ମେ’ ମାସରେ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଥିବାବେଳେ…

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଜି

ଓ୍ବାଶିଂଟନ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର କ୍ୟାପିଟୋଲ୍‌ ବିଲ୍ଡିଂରେ ୬ ତାରିଖରେ ଘଟିଥିବା ହିଂସା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦାୟୀ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୩ ଜଣ ଡେମୋକ୍ରାଟ ସଦସ୍ୟ ସୋମବାର ତାଙ୍କ ବିରୋଧରେ ମହାଭିଯୋଗ ଆର୍ଟିକିଲ୍‌ ଆଗତ କରିବାକୁ ଯାଉଛନ୍ତି।…

ଆମେରିକାରେ ଗୁଳି: ୪ ମୃତ

ସିକାଗୋ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର ଇଲିନୋଇସ୍‌ ରାଜ୍ୟରେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସନ୍ଦିଗ୍ଧ ଆକ୍ରମଣକାରୀ ନିହତ ହୋଇଛନ୍ତି। ଶନିବାର ଅପରାହ୍ନରେ ସିକାଗୋର ଏକ ଔଷଧ କମ୍ପାନୀ…

୯୨ ବର୍ଷରେ ଅଙ୍ଗଦାନ

ନୂଆଦିଲ୍ଲୀ, ୧୧।୧: ବ୍ରେନ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୯୨ ବର୍ଷୀୟ ବୃଦ୍ଧ ମୃତ୍ୟୁ ପୂର୍ବରୁ ନିଜର ଲିଭର ଓ କିଡ୍‌ନୀ ଦାନ କରି ଜଣେ ୫୬ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଫଳରେ ଅମ୍ରିତ୍‌ ଲାଲ୍‌ ବୁଧରାଜା ଅଙ୍ଗଦାନ କରିବାରେ…

ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏଠାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ ସ୍ପଟଗୁଡ଼ିକ ଜିଲା, ରାଜ୍ୟ, ଦେଶ ସମେତ…

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ: ପୋଡ଼ି ହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା ଅଫିସ,୧୧।୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ହରିଓମ ବିହାରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ,…

ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ କୋଭିଡ୍‌-୧୯ ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା କେଉଁଠୁ ବାହାରିଛି ସେନେଇ…

ତୈଳ ସନ୍ଧାନରେ ଫୁଟୁଛି ଡିନାମାଇଟ୍‌, ଫାଟିଲା ଘର

ଗୋପ,୧୧।୧(ଡି.ଏନ୍‌.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି। ଏପରିକି ଡିନାମାଇଟ ଫୁଟିବାରୁ ଗୋପ ବ୍ଲକ ଅଧୀନ ଆମ୍ବିଳି ଗାଁରେ ଘର, ଛାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?