ବିଏମ୍‌ସିକୁ ଓଡିଏଫ୍‌ ପ୍ଲସ୍‌ପ୍ଲସ୍‌ ମାନ୍ୟତା

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଓଡିଏଫ୍‌ ପ୍ଲସ୍‌ପ୍ଲସ୍‌ ମାନ୍ୟତା ମିଳିଛି। ସ୍ବଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡିଏଫ୍‌ପ୍ଲସ୍‌ ପ୍ଲସ୍‌ ମାନ୍ୟତା। ୨୦୨୦ ଡିସେମ୍ବର ୧୦ ଓ ୧୧ ତାରିଖରେ କ୍ୟୁସିଆଇ ସଂସ୍ଥା ଦ୍ୱାରା ଭୁବନେଶ୍ୱରର ସ୍ଥିତିକୁ ନେଇ ପ୍ରସ୍ତୁତ ରିପୋର୍ଟ ଆଧାରରେ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି। ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, କୌଣସି ଏକ ସହରର ଓଡିଏଫ୍‌ ସ୍ଥିତି ଜାଣିବାକୁ ଯେଉଁସବୁ ସୂଚକାଙ୍କ ବା ପରିମଳଜନିତ ସ୍ଥିତି, ସେବା ବ୍ୟବସ୍ଥା ଓ ଆଚରଣଗତ ପରିବର୍ତ୍ତନ ଦରକାର ବିଏମ୍‌ସି ସେଗୁଡ଼ିକ ପୂରଣ କରିଛି। କେବଳ ପ୍ରଶାସନ ନୁହେଁ, ନାଗରିକଙ୍କ ସହଯୋଗ ଓ ପରିମଳ ଆଚରଣ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ବିଏମ୍‌ସି ତରଫରୁ ଏହି ମାନ୍ୟତା ନିମନ୍ତେ ୨୦୨୦ ମାର୍ଚ୍ଚ ଓ ଏପ୍ରିଲରେ ଆବେଦନ କରାଯାଇଥିଲା। କୋଭିଡ୍‌ ମହାମାରୀ ପ୍ରଭାବରେ ଚୟନ ପ୍ରକ୍ରିୟା କିଛି ମାସ ଧରି ଚାଲିଥିଲା। ବର୍ତ୍ତମାନର ଅନ୍‌ଲାଇନ୍‌ରେ ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌ର ମୂଲ୍ୟାୟନ କରାଯାଇଛି। ଏଥିପାଇଁ ନିୟୋଜିତ ସଂସ୍ଥା ଗତ ମାସରେ ଆସି କ୍ଷେତ୍ର ମୂଲ୍ୟାୟନ କରି ଭାରତ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ଦେଇଥିଲେ। ନିୟମାନୁସାରେ ଏହି ତୃତୀୟ ପକ୍ଷ ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥାର ଅଜ୍ଞାତରେ କ୍ଷେତ୍ର ବିଶେଷରେ ପରିମଳ ସ୍ଥିତି କ’ଣ ରହିଛି ତାହା ଦେଖି ରିପୋର୍ଟ ଦେଇଥିଲେ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।
ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌ର ନିୟମାବଳୀ ଅନୁସାରେ, ଶୌଚାଳୟ ସେବା ମିଳିବା, ସହର ବାହ୍ୟ ମଳମୁକ୍ତ ହେବା, ମଳ ପରିଚାଳନା ବିଜ୍ଞାନ ସମ୍ମତ ହେବା, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବା, ବ୍ୟକ୍ତିଗତ ପାଇଖାନାଗୁଡିକର ସ୍ବିରେଜ ଲାଇନ୍‌ ସହିତ ସଂଯୋଗ ଓ ପ୍ରତି ଘରୋଇ ପାଇଖାନାର ଦୁଇଟି ସେଫଟିକ୍‌ ଟାଙ୍କି ରହିବା, ସେଫ୍‌ଟିକ୍‌ ଟାଙ୍କି ନିୟମିତ ସଫା ହେବା ତଥା ଏ ସଂକ୍ରାନ୍ତ ସେବା ନିୟମିତ ମିଳିବା, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହେବା, ମଳ ପରିଚାଳନା ଉଲ୍ଲଂଘନ କରିଥିବା ସଂସ୍ଥାକୁ ଜରିମାନା କରାଯିବା ଇତ୍ୟାଦିକୁ ବିଚାରକୁ ନିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri