ତୈଳ ସନ୍ଧାନରେ ଫୁଟୁଛି ଡିନାମାଇଟ୍‌, ଫାଟିଲା ଘର

ଗୋପ,୧୧।୧(ଡି.ଏନ୍‌.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି। ଏପରିକି ଡିନାମାଇଟ ଫୁଟିବାରୁ ଗୋପ ବ୍ଲକ ଅଧୀନ ଆମ୍ବିଳି ଗାଁରେ ଘର, ଛାତ ସହ ଗାଁର ମନ୍ଦିର ଆଦି ଫାଟିଥିବା ଅଭିଯୋଗ ହୋଇଛି। ହେଲେ ପ୍ରଶାସନ, ପୋଲିସ ଏପରି ଘଟଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସୂଚନାଯୋଗ୍ୟ, କିଛି ଦିନ ଧରି ଗୋପ ବ୍ଲକ ଅଞ୍ଚଳରେ ତୈଳ ସନ୍ଧାନ ଲାଗି ହଜାର ହଜାର ଶ୍ରମିକ ବିଭିନ୍ନ ଗାଁ, ଚାଷଜମିରେ ତାର ବିଛାଇ ତୈଳ ସନ୍ଧାନ କରୁଛନ୍ତି। ହେଲେ ଏ ତୈଳ ସନ୍ଧାନ କିଏ କରୁଛି ସେନେଇ କାହା ପାଖରେ ଠିକ୍‌ ଖବର ନାହିଁ। ୨ ଦିନ ତଳେ ମହଲପଡ଼ା ପଞ୍ଚାୟତର ଆମ୍ବିଳି ଗାଁର ଏକ ଚାଷ ଜମିରେ ଏକକାଳୀନ ୩ଟି ଡିନାମାଇଟ ଫୁଟିବା ଯୋଗୁ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ଗାଁର ଦିଲୀପ ପଣ୍ଡା, ଲୋକନାଥ ବେହେରା, ମନୋରମା ପଣ୍ଡା, ରାଧାଶ୍ୟାମ ମଲ୍ଲିକଙ୍କ ଘରର କାନ୍ଥ, ଛାତ ସହ ସ୍ଥାନୀୟ ଏକ ମନ୍ଦିରର ଆଜବେଷ୍ଟସ ଭାଙ୍ଗିଯାଇଥିଲା। କ୍ଷତିଗ୍ରସ୍ତ ଲୋକମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଏହି ଅଞ୍ଚଳର କେତେକ ଗ୍ରାମ କୋଣାର୍କ ଥାନା ଅଧୀନରେ ଥିବାବେଳେ କ୍ଷତିଗ୍ରସ୍ତ ଲୋକେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଆଇଆଇସି ରଞ୍ଜନ ମଲ୍ଲିକ କହିଛନ୍ତି। ଅପରପକ୍ଷେ ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦ କହଛନ୍ତି, ଅଏଲ ଇଣ୍ତିଆ ପକ୍ଷରୁ ଏହି ତୈଳ ସନ୍ଧାନ କାର୍ଯ୍ୟ ଚାଲିଛି। ଡିନାମାଇଟ ଫୁଟିବାରେ ଯଦି କିଛି ଭାଙ୍ଗିଛି, ତେବେ କୌଣସି ଅଭିଯୋଗ ଆସିଲେ ତଦନ୍ତ କରାଯାଇ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।...

ବଲାଙ୍ଗୀର ସହରରେ ଅମାନିଆଙ୍କୁ ଛାଟ: ୨ଶହରୁ ଅଧିକ ଗାଡ଼ି ଜବତ କଲା ପୋଲିସ, ଗଣିଲେ ତଣ୍ଡ

ବଲାଙ୍ଗୀର,୯ା୫- ମହାମାରୀ କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଜୋର ଦେଉଛନ୍ତି। ହେଲେ ବଲାଙ୍ଗୀର ସହରରେ କିଛି ଅମାନିଆ ଗାଡି ଚାଳକ କରୋନା କଟକଣାକୁ...

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ

ରଣପୁର, ୨୪।୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୟାଗଡ଼ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ଲକ୍‌ଡାଉନ୍‌ର...

ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ଜଗନ୍ନାଥ ମଙ୍ଗଳମ୍‌ରେ ମୁଗ୍ଧ ହେଲେ ଦର୍ଶକ

କଟକ ଅଫିସ,୨୩ା୧୧: ମଞ୍ଚରେ ହେଲା ପହଣ୍ଡି ବିଜେ ଆଉ ରଥଟଣା। ବାଜିଲା ‘ଚତର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ’ ଗୀତ। ଜଗନ୍ନାଥ ମଙ୍ଗଳମ୍‌ ନୃତ୍ୟରେ ସୃଷ୍ଟି...

ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ: ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ

ବାଲିଶଙ୍କରା, ୧୫।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବନରେଞ୍ଜର କିଞ୍ଚିରକେଲା ସେକ୍‌ସନ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୋମବାର ସକାଳେ ଜଙ୍ଗଲକୁ ଛତୁ ଆଣିବାକୁ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ୪ର୍ଥ ଶ୍ରେଣୀ କର୍ମଚାରୀ

ଭଦ୍ରକ ଅଫିସ, ୨୦।୧୧: ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ଗ୍ରାମର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ୪ର୍ଥ ଶ୍ରେଣୀ କର୍ମଚାରୀ(ଫିଟର) ସତ୍ୟନାରାୟଣ ମଲ୍ଲିକଙ୍କୁ ବୁଧବାର ଭଦ୍ରକ ଭିଜିଲାନ୍ସ...

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍‌

ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍‌ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି ଓ...

ସଙ୍କଟରେ ବଜ୍ରକାପ୍ତା

ମନୁଷ୍ୟ ଯୋଗୁ ହିଁ ଆଜି ବିଶ୍ୱର ବନ୍ୟପ୍ରାଣୀ ସଙ୍କଟରେ। କିନ୍ତୁ ଆମେ ମନେରଖିବା ଉଚିତ ଯେ, ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପୃଥିବୀର ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ବିଗାଡ଼ିଦେବ।...

Advertisement


Archives

Model This Week