କର୍ନାଟକ ଆଣିଲା ଗୋହତ୍ୟା ନିରୋଧୀ ଆଇନ
ବେଙ୍ଗାଲୁରୁ,୧୦ା୧୨(ଆଇଏଏନ୍ଏସ୍): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଭାଜପା ଶାସିତ କର୍ନାଟକ ବିଧାନସଭାରେ ବୁଧବାର ଗୋହତ୍ୟା ନିରୋଧୀ ବିଲ୍ ଗୃହୀତ ହୋଇଛି। ୟେଦୁରପ୍ପା ସରକାରଙ୍କ ପକ୍ଷରୁ ଗୃହରେ କର୍ନାଟକ ଗୋହତ୍ୟା ନିବାରଣ ଓ ଗୋରୁ ସଂରକ୍ଷଣ ବିଲ୍,୨୦୨୦ ଆଗତ କରାଯାଇଥିଲା।…
‘କୃଷି ଆଇନ ଅଗଣତାନ୍ତ୍ରିକ’
ନୂଆଦିଲ୍ଲୀ,୧୦ା୧୨(ପି.ଟି): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବୁଧବାର ଚାଷୀ ଆନ୍ଦୋଳନ ଚତୁର୍ଦ୍ଦଶ ଦିନରେ ପହଞ୍ଚତ୍ଥିବାବେଳେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ୩ ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଉ…
ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି
କୋଣାର୍କ,୧୦ା୧୨(ଡି.ଏନ୍.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ପୂର୍ବ ପାର୍ଶ୍ୱ ବାଲିବନ୍ତଠାରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ଚୋରି ଆଉ କେହି ନୁହେଁ ଖୋଦ୍ ଏଏସ୍ଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ହେଉଥିବା କୋଣାର୍କର ୨ଟି ସଂଘ ଏହି ଅଭିଯୋଗ ଆଣିଛନ୍ତି। ତେବେ…
ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକ
କୋଣାର୍କ,୧୦ା୧୨(ଡି.ଏନ୍.ଏ.):ଓଡ଼ିଶାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆଡ୍ଭେଞ୍ଚର ସ୍ପୋର୍ଟସ, ମନୋରଞ୍ଜନ ଆଦିର ଭିନ୍ନ ଅନୁଭବ ଦେବାକୁ ବୁଧବାରଠାରୁ ଆରମ୍ଭ ହୋଇଛି ‘ଇକୋ ରିଟ୍ରିଟ୍’। ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ଏହି ଫେଷ୍ଟିଭାଲକୁ ମୁଖ୍ୟମନ୍ତ୍ରୀ ନବୀନ…
ସରକାର ତୁମେ ମାନିନିଅ
ନୂଆଦିଲ୍ଲୀ,୧୦ା୧୨: ଯୁଦ୍ଧ ଜିତିବା ପରେ ହିଁ ଘରକୁ ଫେରିବ। ତା’ ପୂର୍ବରୁ କଦାପି ନୁହେଁ। ପୁଅର ଏହି କଥା ପଞ୍ଜାବର ୭୧ ବର୍ଷୀୟ କୃଷକ ଗୁର୍ଦେବ ସିଂଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେବାରେ ଲାଗିଛି। ନଭେମ୍ବର ୨୬ରେ ପୁଅ ହିଁ ସାହସ…
ଜେଲରେ ଜେରା ହେବେ ପ୍ରଦୀପଙ୍କ ସହ ପାଠକ ବାପପୁଅ
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ନିଲମ୍ବିତ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ଟି ମାମଲା ରୁଜୁ କରିଛି। ପାଠକ ବାପପୁଅଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ…
‘ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ’
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ବହୁ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସମ୍ପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଲୋକାୟୁକ୍ତ ଗୁରୁତ୍ୱପୂର୍ଣ୍ଣ…
କର୍ଣ୍ଣନଙ୍କୁ କରୋନା
ଚେନ୍ନାଇ, ୧୦ା୧୨: ମହିଳା ବିଚାରପତି ଓ ବିଚାରପତିଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ମାଡ୍ରାସ ଓ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ସି. ଏସ୍ କର୍ଣ୍ଣନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥତା ଅନୁଭବ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ…
ପରୀକୁ ନ୍ୟାୟ ଦେବାରେ ସରକାର ବିଫଳ
ନୟାଗଡ଼ ଅଫିସ,୧୦ା୧୨:ଶିଶୁକନ୍ୟା ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ‘ପରୀ ନ୍ୟାୟ ରଥ’ ପରିକ୍ରମା କରାଇ ଲୋକଙ୍କ ପାଖକୁ ଯାଇ ଦସ୍ତଖତ…
ଟିକା ନେଲେ ପ୍ରଥମ ଓଡ଼ିଆ
ଲଣ୍ଡନ, ୧୦ା୧୨: ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ ଆରମ୍ଭ ହୋଇଥିବାବେଳେ ଡ. ମିଶ୍ରଙ୍କୁ ଏହି ଟିକା ଦିଆଯାଇଛି। ଟିକା ନେବାପରେ ଭାବବିହ୍ବଳ ହୋଇ…
‘କୋଇଲା ରୟାଲ୍ଟି ସଂଶୋଧନ କର’
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ରୟାଲଟି ସଂଶୋଧନ ପ୍ରସ୍ତାବ ୨୦୧୭ରୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। କୋଇଲା ରୟାଲ୍ଟି ସଂଶୋଧନ ୨୦୧୭ ସେପ୍ଟେମ୍ବରରୁ ପଡ଼ିରହିଛି। ଯଦିଓ କ୍ଲିନ୍ ଏନର୍ଜି ସେସ୍ ଅନେକ ଥର ବୃଦ୍ଧି କରାଯାଇଛି ତେବେ ତାହା ରାଜ୍ୟ…
୯ ଜିଲାରେ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଆସନ୍ତା ୩ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା,ନୟାଗଡ଼, କଟକ, ଜଗତ୍ସିଂହପୁର ଏବଂ ଅନୁଗୋଳ ଜିଲାର…
Archives


