Posted inଖେଳ

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ । ପ୍ରଶଂସକମାନେ ଏହା ମଧ୍ୟ କହିଥିଲେ ଯେ ବିହାରୀ ଅନ୍ତର୍ଜାତୀୟ ସ୍ତରର ଖେଳାଳି ନୁହଁନ୍ତି। ସିଡନୀ ଟେଷ୍ଟର ଶେଷ ଦିନରେ ସେ ଆର ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ପ୍ରତ୍ୟେକ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ। ସିଡନୀ ଟେଷ୍ଟର ପଞ୍ଚମ ଦିନରେ ୪୦୭ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରାଙ୍କୁ ଆଉଟ୍‌ ପରେ ପକାଇ ଅସୁବିଧାରେ ପଡ଼ିଥିଲା।
ଦଳ ପରାଜୟର ସଙ୍କଟ ଦେଇ ଗତି କରୁଥିଲା। ଏଭଳି ପରିସ୍ଥିତିରେ ଅଶ୍ୱିନ ଏବଂ ବିହାରୀ ବ୍ୟାଟିଂ କରି ଦିନର ଖେଳ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ମ୍ୟାଚ ଡ୍ର କରିଥିଲେ। ହନୁମା ୨୩ ରନରେ ଏବଂ ଅଶ୍ୱିନ ୩୯ରନରେ ଅପରାଜିତ ରହିଥିଲେ। ଏହା ପରେ ବିହାରୀଙ୍କ ଉତ୍ସାହ ଚାରିଆଡ଼େ ପ୍ରଶଂସିତ ହେଉଛି। ସେ ବ୍ୟାଟିଂ ସମୟରେ ହାମଷ୍ଟ୍ରିଂ ଆଘାତ ସହ ବ୍ୟାଟିଂ କରୁଥିଲେ। ଏହା ସତ୍ତ୍ୱେ ସେ ୧୬୧ ବଲର ସମ୍ମୁଖୀନ ହୋଇଥିଲେ ୨୩ ରନ୍‌ କରିଥିଲେ ତାଙ୍କ ଆଘାତ ଏତେ ଗୁରୁତର ହୋଇଥିଲା ଯେ ମ୍ୟାଚ ସରିବା ପରେ ଡ୍ରେସିଂ ରୁମକୁ ଫେରୁଥିବାବେଳେ ସେ ବ୍ୟାଟ ସହାୟତା ନେଇ ଫେରୁଥିଲେ। ସମସ୍ତେ ବିହାରୀଙ୍କ ସାହସକୁ ସଲାମ କରୁଥିଲେ। ଛୋଟ ବେଳୁ ମଧ୍ୟ ସେ ବେଶ୍‌ ସଂଘର୍ଷ କରିଥିଲେ। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ପିତାଙ୍କ ମୃତ୍ୟୁରେ ବିହାରୀ ଏତେ ଭାଙ୍ଗି ଯାଇଥିଲେ ଯେ, ସେ ପ୍ରାୟ ୫ ଦିନ ନିଖୋଜ ଥିଲେ। ଏହା ପରେ ତାଙ୍କ ମା’ ଜାଣିବାକୁ ପାଇଲେ ଯେ ସେ ଏହି ସମୟରେ ସ୍କୁଲ ଦଳ ପକ୍ଷରୁ ମ୍ୟାଚ ଖେଲି ଜିତିଛନ୍ତି। ସେ ସେହି ମ୍ୟାଚରେ ୮୨ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?