ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ

ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ ଭାଜପା ମୁହାଁମୁହିଁି ହୋଇଥିଲେ। ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତା ପହଞ୍ଚି ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ିକୁ ୩ଘଣ୍ଟା ଅଟକ ରଖି କ୍ଷମାପ୍ରାର୍ଥନା ଦାବି କରିଥିଲେ। ଅନ୍ୟପକ୍ଷରେ ଭାଜପା କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସ୍ଥାନୀୟ ଏସ୍‌ଡିପିଓ ଏବଂ ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଜିଲା ଉନ୍ନୟନ ସମନ୍ବୟ କାର୍ଯ୍ୟକାରୀ କମିଟି (ଦିଶା)ର ଏକ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ଜିଲାପାଳ ବିନୀତ ଭରଦ୍ୱାଜ, ପିଡି ଡିଆର୍‌ଡିଏ, ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ଓ ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ଚାଲିଥିବା ସମୟରେ ଆବାସ ଗୃହ ଯୋଜନାରେ ବିଜୁବାବୁଙ୍କ ଫଟୋକୁ ନେଇ ଜିଲା ପରିଷଦ ଅଧ୍ୟକ୍ଷା ମୁର୍ମୁ କଟାକ୍ଷ କରିଥିବା ରାଜ୍ୟ ସଭା ସଦସ୍ୟା ମହାନ୍ତ ଅଭିଯୋଗ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ବଢ଼ିବା ପରେ ରାଜ୍ୟ ସଭା ସଦସ୍ୟା ମହାନ୍ତ କକ୍ଷ ତ୍ୟାଗ କରି ବାହାରେ ପ୍ରତିବାଦ କରିଥିଲେ। ଘଟଣା ପ୍ରଚାରିତ ହେବା ପରେ ବିଜେଡି ଜିଲା ସଭାପତି ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଛାତ୍ର ସଭାପତି ସୁନୀଲ ନାୟକ, ଯୁବ ସଭାପତି ଅରୁଣ ବରାଡ, ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ପହଞ୍ଚି ପ୍ରତିବାଦ କରିବା ସହ ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସେହି ଆସନରେ ବସିଥିବା ଅଧ୍ୟକ୍ଷାଙ୍କ ଏପରି ମନ୍ତବ୍ୟକୁ ରାଜସ୍ବମନ୍ତ୍ରୀ ମାରାଣ୍ଡି ନିନ୍ଦା କରିବା ସହ କଟୁ ସମାଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ଜିଲା ପରିଷଦ ଅଧ୍ୟକ୍ଷା ମୁର୍ମୁଙ୍କୁ ପଚାରିବାରୁ ସେ ବିଜୁବାବୁଙ୍କୁ ସମ୍ମାନ କରନ୍ତି। ତାଙ୍କ ପ୍ରତି କୌଣସି କଟାକ୍ଷ କରିନାହାନ୍ତି। ଯାହା ସ୍ବର ଉଠାଇଛନ୍ତି ତାହା କେବଳ ମୟୂରଭଞ୍ଜବାସୀଙ୍କ ପାଇଁ। ସମ୍ମିଳନୀ କକ୍ଷରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉ ବୋଲି ସେ କହିିଛନ୍ତି। ଭାଜପା ଜିଲା ସଭାପତି କାନ୍ଦରା ସୋରେନ କୁହନ୍ତି, ଗଣତନ୍ତ୍ରରେ ମତାମତ ଦେବା ସମସ୍ତଙ୍କ ଅଧିକାର ରହିଛି। ମାତ୍ର ବିଜେଡି ପକ୍ଷରୁ ଚକ୍ରାନ୍ତ କରାଯାଇ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଦୁର୍ଭାଗ୍ୟ ଜନକ। କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ଭାଜପା ପକ୍ଷରୁ ରାଲି କରାଯିବା ଏବଂ ପ୍ରୟାସ କାର୍ଯ୍ୟାଳୟ ସମ୍ମୁଖରେ ଫାଟକ ବନ୍ଦ କରି ଧାରଣାରେ ବସିବା ଘଟଣାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri