Home Middle

ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୪।୧୧: ରାଫାଲ୍‌ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ୨୦୧୮ରେ ଶୀର୍ଷ ଅଦାଲତଙ୍କ ରାୟ ଉପରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ…

ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠରେ କରାଯାଉଥିଲା। ତେବେ ଏହା ୭ ଜଣିଆ ଖଣ୍ଡପୀଠରେ…

ନିଯୁକ୍ତି, ବିକାଶର ଇକୋସିଷ୍ଟମ ସୃଷ୍ଟି କରିଛି ଓଡିଶା

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଟେକ୍ନୋଲୋଜି ଏବଂ ସ୍ବଚ୍ଛତା ସହ ଓଡିଶା ଏବେ ଅଗ୍ରସର ହେଉଛି। ବିକାଶ ଏବଂ ଲଗାତାର ଭାବେ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ଏକ ଇକୋସିଷ୍ଟମ ସୃଷ୍ଟି କରିପାରଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ…

୮,୧୨୬ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଏହାକୁ ଅନୁମୋଦନ ପାଇଁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ତେବେ ଏହାକୁ…

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି। ଗ୍ୟାସ୍‌ ଲିକ୍‌ ଘଟଣା…

ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି କରୁଥିଲେ ଚାକିରି: ନକଲି ଡାକ୍ତର ଅଟକ, ପୋଲିସର ମାରାଥନ ଜେରା

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ଡା. ପଦ୍ମନାଭ ମୁଖୀ ବାରୁଆ ଏବେ ପୋଲିସ କବ୍ଜାରେ। ତାଙ୍କ ନାମରେ ହୋଇଥିବା ଡାକ୍ତରୀ ସାର୍ଟିଫିକେଟ୍‌ ଜାଲିଆତି ଅଭିଯୋଗ ଉପରେ ତଦନ୍ତ କରାଯିବାପରେ ତାଙ୍କ କାରନାମା ପଦାକୁ ଆସିଛି। ସୂଚନା ଅଧିକାର…

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍‌ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ ସର୍ତ୍ତ ରହିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ…

ନାରୀ ନିର୍ଯାତନା, ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଯାଏ ଗୃହକାର୍ଯ୍ୟ ମୁଲତବୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଯାଜପୁର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶ୍ନକାଳ ବାତିଲ କରି ଏହି ପ୍ରସଙ୍ଗ ଉପରେ ପ୍ରଥମେ ଆଲୋଚନା କରାଯାଉ। ଏଭଳି ଦାବି କରି ଉଭୟେ ବିରୋଧୀ…

ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେବେ। ଫ୍ରାନ୍ସର ରାଫାଲ ଯୁଦ୍ଧ…

ଉପନିର୍ବାଚନ ଫଳାଫଳ ପରେ ବହୁମତ ପାଇଁ ୟେଦୁରପ୍ପା ସରକାର ଆବଶ୍ୟକ କରିବେ ୬ ବିଧାୟକଙ୍କ ସମର୍ଥନ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୧୦୪ ଥିବାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ…

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା କୋର୍ଟ କହିଛନ୍ତି। ଫଳରେ ଅଯୋଗ୍ୟ ଘୋଷିତ ବିଧାୟକାମାନେ ଆଶ୍ୱସ୍ତ ହୋଇଛନ୍ତି। କୋର୍ଟଙ୍କ ରାୟ ଅନୁସାରେ…

ରାଜୌରୀରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୩।୧୧: ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ପ୍ରୟାସ ଜାରି ରଖିଛି। ବୁଧବାର ପାକିସ୍ତାନ ପୁଣି ଥରେ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲକ୍ଷ୍ୟ କରି ଭାରତୀୟ ପୋଷ୍ଟଗୁଡିକ ଉପରେ ମୋର୍ଟାର ଶେଲିଂ ମାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?