ନିଯୁକ୍ତି, ବିକାଶର ଇକୋସିଷ୍ଟମ ସୃଷ୍ଟି କରିଛି ଓଡିଶା

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଟେକ୍ନୋଲୋଜି ଏବଂ ସ୍ବଚ୍ଛତା ସହ ଓଡିଶା ଏବେ ଅଗ୍ରସର ହେଉଛି। ବିକାଶ ଏବଂ ଲଗାତାର ଭାବେ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ଏକ ଇକୋସିଷ୍ଟମ ସୃଷ୍ଟି କରିପାରଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଟଷ୍ଟ୍ରିଜ(ସିଆଇଆଇ) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ୨୨ତମ ଏଣ୍ଟରପ୍ରାଇଜ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ରାଜ୍ୟ ସରକାର ଗ୍ରହଣ କରୁଛନ୍ତି। ସ୍କିଲ୍‌ ଓଡ଼ିଶା ପଦକ୍ଷେପ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଉପଯୋଗୀ କରି ଗଢିତୋଳିବା ଲାଗି ଯୋଜନା ହାତକୁ ନିଆଯାଇଛି। ଷ୍ଟାର୍ଟ ଅପ୍‌ ଓଡ଼ିଶା ଉପରେ ଏବେ ଫୋକସ କରାଯାଇଥିବା ବେଳେ ୨୦୨୦ ସୁଦ୍ଧା ୧୫୦ ଷ୍ଟାର୍ଟଅପ୍‌ ସ୍ଥାପନ ଲାଗି ଲକ୍ଷ୍ୟ ରଖାଯାଇଛି। ଖଣିଜ ଏବଂ ଧାତୁ ଉତ୍ପାଦନ ଭିଜନ ଡକ୍ୟୁମେଣ୍ଟ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ୍ଷେତ୍ରରେ ଅଂଶୀଦାରମାନେ ମିଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ହେଲେ ରାଜ୍ୟରେ ଏକ ବିକଶିତ ଔଦ୍ୟୋଗିକ ଭିତ୍ତିଭୂମି ଗଠନ ଦିଗରେ ସହାୟକ ହୋଇପାରିବ।
କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା, କଠିନ ପରିଶ୍ରମ, ଅଭିଜ୍ଞ ଟିମ୍‌ ଏଥିଲାଗି କାର୍ଯ୍ୟ କରୁଛି। ରାଜ୍ୟର ଶିଳ୍ପ ବିକାଶରେ ଯୋଗଦାନ ରଖୁଥିବାରୁ ସେ ଶିଳ୍ପ ଲିଡରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଣ ଧାରା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମେକ୍‌ ଇନ ଓଡ଼ିଶା ୨୦୧୮ରେ ଆସିଥିବା ବିଭିନ୍ନ ନିବେଶ ପ୍ରସ୍ତାବ ମଧ୍ୟରୁ ଏବେ ୯୧ଟି କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ଏହା ଦେଶର ଶିଳ୍ପ ମାନଚିତ୍ରରେ ଓଡିଶାକୁ ଏକ ପ୍ରମୁଖ ସ୍ଥାନକୁ ନେବାରେ ସହାୟକ ହେବ ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର ତଥା ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି। ଓଡିଶାର ଖଣି କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ଥିବାରୁ ଏହା ଭାରତର ଅଷ୍ଟ୍ରେଲିଆ ହେବାର କ୍ଷମତା ରଖିଥିବା ବେଦାନ୍ତ ଲିମିଟେଡ ସିଇଓ ରାହୁଲ ଶର୍ମା କହିଛନ୍ତି। ଏକ ଦାୟିତ୍ୱଶୀଳ ମାଇନିଂ ଦ୍ୱାରା ଓଡ଼ିଶା ବିକାଶର ଏକ ନୂତନ ଅଧ୍ୟାୟ ଲେଖି ପାରିବ ବୋଲି ଶର୍ମା ମତ ରଖିଛନ୍ତି।
୨୦ ହଜାର ବର୍ଗ ମିଟର ସ୍ଥାନରେ ପ୍ରଦର୍ଶନୀ
୨୦,୦୦୦ ବର୍ଗ ମିଟର ପରିମିତ ସ୍ଥାନରେ ଏହି ପ୍ରଦର୍ଶନୀ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ଶିଳ୍ପ ଉଦ୍ୟୋଗ ଏଠାରେ ଭାଗ ନେଇଛନ୍ତି। ଖଣି, ଖଣିଜ, ଶକ୍ତି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ,ସେବା, ଶିକ୍ଷା, ରିୟଲ ଇଷ୍ଟେଟ, ଅଟୋମୋବାଇଲ, କେମିକାଲ, ପେଟ୍ରୋକେମିକାଲ, ଉଦ୍ୟୋଗ ଏବଂ ନିର୍ମାଣ ଯନ୍ତ୍ରାଂଶ ସଦ୍ୟତମ ଟେକ୍ନୋଲୋଜି, ଉତ୍ପାଦନ କୌଶଳକୁ ଏଠାରେ ପ୍ରଦର୍ଶନ କରାଯାଉଛି। ସେହିଭଳି ଆଇଟି ସେବା, ଶିକ୍ଷା, ରିୟଲ ଇଷ୍ଟେଟ, ଅଟୋମୋବାଇଲ ଭଳି ବିଭିନ୍ନ ବର୍ଗରେ ମୋଟ ୨୦୦ ଷ୍ଟଲ ସ୍ଥାପନ ଏଥିରେ କରାଯାଇଛି। ଏଥିରେ ମୋଟ ୧୫୦ କମ୍ପାନୀ ଭାଗ ନେଇଛନ୍ତି।
ଓଡିଶା ମାଇନିଂ ଶୋ’, ଓ୍ବାଇଆଇ ଇନୋଭେକ୍ସ
ଏହି ଅବସରରେ ଓଡିଶା ମାଇନିଂ ଶୋ’ ,ବଂ ଓଡ଼ିଶା ଇନୋଭେକ୍ସ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବବର୍ଗଙ୍କ ମଧ୍ୟରେ ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉଦ୍ୟୋଗ ବିକାଶ ଧ୍ୟାନରେ ରଖି ଅଭିନବତା ଏବଂ ମେଣ୍ଟରଶିପ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମୟ ମଧ୍ୟରେ ବି୨ଜି ସେଶନ ଆୟୋଜନ କରାଯିବ। ଇଜ ଅଫ୍‌ ଡୁଇଁ ବିଜନେସ, ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସିଂ, ନିଯୁକ୍ତିକ୍ଷମ ମାନବ ସମ୍ବଳ, ଜ୍ଞାନକୌଶଳ ଏବଂ ଖଣି ନିରାପତ୍ତା ଉପରେ ଏଠାରେ ଆଲୋଚନାଚକ୍ରମାନ ଆୟୋଜନ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri