ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅନୁଚ୍ଛେଦ ୩୭୦ର ସୁଯୋଗ ନେଇ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ଭାରତର ଶତ୍ରୁ ବିଦେଶୀ ଶକ୍ତିର…
ଏନ୍ସିପିକୁ ଡାକିଲେ ରାଜ୍ୟପାଳ
ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍ ଦଳ ଏନ୍ସିପିକୁ ସରକାର ଗଠନ ଲାଗି…
ବିଏସ୍ଏନ୍ଏଲ୍ ଭିଆର୍ଏସ୍ ଲାଗି ୭୦ ହଜାର ଆବେଦନ
ନୂଆଦିଲ୍ଲୀ,୧୨-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ଏସ୍)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର କର୍ମଚାରୀ ଆବେଦନ କରିଛନ୍ତି। ଗତ ସପ୍ତାହରେ ଆସିଥିବା ଏହି ସ୍କିମରେ ୭୭ ହଜାର କର୍ମଚାରୀଙ୍କୁ…
ମହାରାଷ୍ଟ୍ରରେ କଂଗ୍ରେସର ନୂଆ ଫର୍ମୂଲା: ୧୪-୧୪ ମନ୍ତ୍ରୀ; ୨ ଉପମୁଖ୍ୟ ମନ୍ତ୍ରୀ !
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି। ଭାଜପା ସରକାର ଗଠନରୁ ଓହରି ଯିବା ପରେ ଏବେ ଶିବସେନା ଏବେ ଏନ୍ସିପି ଏବଂ କଂଗ୍ରେସ ହାତ ଧରି କ୍ଷମତା ଦଖଲ ଯୋଜନା ପ୍ରସ୍ତୁତ କରିଛି। ଇତିମଧ୍ୟରେ ଶିବସେନା ଏନ୍ସିପି…
ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଉଦ୍ଧାର କାର୍ଯ୍ୟ ଜାରି
ହାଇଦ୍ରାବାଦ୍,୧୧।୧୧: ହାଇଦ୍ରାବାଦ୍ରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସ୍ଥାନୀୟ କାଚିଗୁଡ଼ା ରେଳ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇ ରେଳ ବିଭାଗ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର…
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ ସରକାର ଗଠନ କରାଯିବ। ପ୍ରଥମେ ଭାଜପା ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର…
ଅପରେଶନ୍ ଅଲ୍ଆଉଟ୍: ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ମୃତ
ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍ ଅଲ୍ଆଉଟ୍ ଜାରି ରହିଛି। ସୋମବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବନ୍ଦିପୋରାରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ରବିବାର…
ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍ ସରକାରଙ୍କୁ ହସ୍ତାନ୍ତର ହୋଇପାରେ
ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ ସହ ସଂଯୋଗ ଥିବା ୧୨ ଆକାଉଣ୍ଟର କୌଣସି ଦାବିଦାର ନ ଥିବା ଜଣାପଡିଛି। ସ୍ବିସ୍…
ସରକାର ଗଢ଼ିବାକୁ ମନାକଲା ଭାଜପା
ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏହି ଦଳର ୫୬ ଜଣ ବିଧାୟକ ଥିଲାବେଳେ ମୁଖ୍ୟମନ୍ତ୍ରୀ ଶିବସେନାରୁ ନିଶ୍ଚିତ ବୋଲି ଏହାର…
ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି
କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍ବୁଲ୍ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବେଗରେ…
ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ଉଷ୍ଣତା: ଶିବସେନା ଧରିବ ହାତ-ଘଣ୍ଟା !
ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ପଦ୍ମ ଘୁଞ୍ଚିବାରେ ଲାଗିଛି। ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଦଳ ପାଖରେ କୁହୁକ ସଂଖ୍ୟା ଛୁଇଁବା ପାଇଁ ଆବଶ୍ୟକ ବିଧାୟକଙ୍କ ଅଭାବ ରହିଛି। ଭାଜପା ପାଖରେ ୧୦୫ ବିଧାୟକ…
କର୍ନାଟକ ବିଧାନସଭା ଉପନିର୍ବାଚନ: ୫ ଡିସେମ୍ବରରେ ଭୋଟ ଗ୍ରହଣ; ନଭେମ୍ବର ୧୧ରୁ ଆଚରଣ ବିଧି ଲାଗୁ
ବେଙ୍ଗାଲୁରୁ,୧୦।୧୧: କର୍ନାଟକ ବିଧାନସଭା ଉପନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଭୋଟ ଗ୍ରହଣ କରାଯିବ। ଫଳାଫଳ ଡିସେମ୍ବର ୯ରେ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜିବ୍ କୁମାର…

