ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି। ଗ୍ୟାସ୍‌ ଲିକ୍‌ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ଗ୍ୟାସ୍‌ ପ୍ରଭାବରେ କାରଖାନାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଓ କର୍ମଚାରୀ ଅଣନିଃଶ୍ୱାସୀ ହୋଇପଡିଥିଲେ। ୭୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ଶ୍ରମିକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖନ୍ତାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ୟ ୩୦ ଜଣ ଚିକିତ୍ସିତ ହେଉଛନ୍ତି। ଆଉ କେତେଜଣ ଅସୁସ୍ଥ ଶ୍ରମିକ ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁହାଯାଉଛି। ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲାପାଳ ନିଲୁ ମହାପାତ୍ର, ଏସପି ବି. ଯୁଗଳ କିଶୋର କୁମାର ଏବଂ ତହସିଲଦାର ଦେବଯାନୀ ଭୂୟଁା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଜିଲା ଜରୁରିକାଳୀନ ଅଧିକାରୀ ଅଭୟ ନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଡିଏସପି ଉମେଶ ପଣ୍ଡାଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସେଠାକୁ ଆସିଥିବା ଅସୁସ୍ଥମାନଙ୍କର ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ପ୍ରଥମେ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିବା ପ୍ରଚାରିତ ହୋଇଥିଲା। ପରେ ଜିଲାପାଳ ଚକ୍ରବର୍ତ୍ତୀ ଏହା କ୍ଲୋରିନ ଗ୍ୟାସ୍‌ ଲିକ୍‌ ବୋଲି ସୂଚନା ଦେବା ସହ ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ଅନ୍ୟପକ୍ଷେ କମ୍ପାନୀ  ମୁଖ୍ୟ ତାରାରଞ୍ଜନ  ପଟ୍ଟନାୟକ  କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା। ଆମେ ଅନୁସନ୍ଧାନ କରୁଛୁ। ଅସୁସ୍ଥଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ବାଲେଶ୍ୱରଠାରୁ ପ୍ରାୟ ୧୮ କି.ମି. ଦୂର ୧୬ ନମ୍ବର ଜାତୀୟ ରାଜପଥ କଡରେ ଏହି ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ରହିଛି। ବିଭିନ୍ନ ଘେରିରୁ ଧରାଯାଉଥିବା ଚିଙ୍ଗୁଡିକୁ ସେଠାରେ ପ୍ରୋସେସିଂ କରାଯାଇ ବିଦେଶକୁ ରପ୍ତାନି କରାଯାଇଥାଏ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଲିକ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ନାୟକଙ୍କୁ ପଚାରିବାରୁ କହିଛନ୍ତି, ଗ୍ୟାସ୍‌ ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଶ୍ରମିକ ମହିଳା । ଏ ନେଇ ଅଧିକ ତଦନ୍ତ କରାଯାଉଛି। କାରଖାନାର ଗୋଟିଏ ସିଲିଣ୍ଡରରୁ ସମସ୍ତ ଗ୍ୟାସ୍‌ ଲିକ୍‌ ହୋଇଯାଇଥିବାରୁ ଏବେ ଅଧିକ ବିପଦ ଆଶଙ୍କା ନାହିଁ।
ବାଲେଶ୍ୱର ଜିଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କେତେକ ଶ୍ରମିକ କହିଛନ୍ତି, କାରଖାନାରେ ଗୋଟିଏ ବଡ଼ କୋଠରୀରେ ପ୍ରସେସିଂ କାର୍ଯ୍ୟ କରାଯାଉଥିବାରୁ ସେଠାରେ ସମସ୍ତ ମହିଳା ଶ୍ରମିକ କାମ କରୁଥିଲେ। ଚିଙ୍ଗୁଡ଼ିକୁ ତାଜା ରଖିବା ପାଇଁ କୋଠରୀକୁ ବାତାନୁକୂଳିତ କରାଯାଇଥିବାରୁ ଏହାର ଦ୍ୱାର ସବୁବେଳେ ବନ୍ଦ ରହିଥାଏ। ଗ୍ୟାସ୍‌ ଲିକ୍‌ ପରେ ଏହାର ପ୍ରଭାବରେ କାମ କରୁଥିବା ମହିଳାମାନେ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା କେତେଜଣ ସଂଜ୍ଞାହୀନ ଅବସ୍ଥାରେ ରହିଛନ୍ତି। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଗ୍ୟାସ୍‌ ଲିକ୍‌ ଖବର ପାଇ ଅସୁସ୍ଥ ମହିଳାଙ୍କ ପରିବାରବର୍ଗ ଡାକ୍ତରଖାନାରେ ଆସି ପହଞ୍ଚିଛନ୍ତି। ଖନ୍ତାପଡ଼ାରେ ଚିକିତ୍ସାଧୀନ ଥିବା କେତେକ ରୋଗୀଙ୍କୁ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

ଆସୁଛି ପଶ୍ଚିମା ଝଡ଼, ଏହି ସବୁ ଜିଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୬।୪: ରାଜ୍ୟକୁ ପୁଣି ଫେରିଛି ତାତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ପ୍ରବଳ...

ମା’ବାପାଙ୍କୁ ହରାଇଥିଲେ, ଚାକିରିରେ ଥାଇ ୟୁପିଏସ୍‌ସି ପ୍ରସ୍ତୁତି; କିଛି ଏଭଳି ଆଇଏଏସ୍‌ ଅନିମେଶଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ୨୦୨୩ ୟୁପିଏସ୍‌ସି ପରୀକ୍ଷାଫଳ ପ୍ରକାଶିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନୁଗୋଳ ଜିଲାର...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri