୮,୧୨୬ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଏହାକୁ ଅନୁମୋଦନ ପାଇଁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ତେବେ ଏହାକୁ ଚଳିତ ପୂର୍ଣ୍ଣାଙ୍ଗ ବଜେଟର ୧୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି। ଗତବର୍ଷର ଅତିରିକ୍ତ ବଜେଟଠାରୁ ଏହା ପ୍ରାୟ ୩୫ ପ୍ରତିଶତ କମ୍‌ ରହିଛି। ୨୦୧୮-୧୯ରେ ରାଜ୍ୟ ସରକାର ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଥିଲେ। ଚଳିତ ପୂର୍ଣ୍ଣାଙ୍ଗ ବଜେଟର ପ୍ରସ୍ତୁତି ଠିକ୍‌ ରହିଥିବାରୁ ଅତିରିକ୍ତ ବଜେଟର ଆକାର ୧୦ ପ୍ରତିଶତରୁ କମ୍‌ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବଜେଟରେ ଭିତ୍ତିଭୂମି, କୃଷି, ସ୍ବାସ୍ଥ୍ୟ, ସାମାଜିକ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ କୌଣସି ନୂତନ ଯୋଜନା ପାଇଁ ବ୍ୟୟବରାଦ କରାଯାଇନାହିଁ। ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ଏଥିରେ ବ୍ୟୟବରାଦ କରାଯାଇଛି। ସେହିପରି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟରେ ପୌରସଂସ୍ଥାଗୁଡିକ ଲାଗି ଅତିରିକ୍ତ ବ୍ୟୟବରାଦ କରାଯାଇଛି।
ରାଜ୍ୟର ମୋଟ୍‌ ଋଣଭାର ୮୩ ହଜାର ୩୦୭ କୋଟି ଟଙ୍କା ରହିଛି। ରାଜ୍ୟ ସରକାର ଚଳିତ ବର୍ଷ ଖର୍ଚ୍ଚ ତୁଲାଇବା ପାଇଁ ଖୋଲା ବଜାରରୁ ୩ ହଜାର ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ସପ୍ତମ ବେତନ କମିଶନ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ବକେୟା ଦେବା ପାଇଁ ସରକାର ସ୍ବତନ୍ତ୍ର ବ୍ୟୟବରାଦ କରି ନ ଥିଲେ ମଧ୍ୟ ରାଜକୋଷରେ ଏଥିପାଇଁ ଅର୍ଥ ରହିଛି। ସରକାର ଚାହିଁଲେ ଦେଇପାରିବେ ବୋଲି ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା କହିଛନ୍ତି। ରାଜ୍ୟର ଆର୍ଥିକ ଅବସ୍ଥା ଭଲ ରହିଛି। ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୫ ପ୍ରତିଶତ ଯାଏ ଋଣ କରିହେବ। ଏ ପର୍ଯ୍ୟନ୍ତ ରାଜ୍ୟରେ ଜିଏସ୍‌ଡିପିର ୧୫.୪ ପ୍ରତିଶତ ଋଣଭାର ରହିଛି ବୋଲି ଅର୍ଥ ସଚିବ କହିଛନ୍ତି।
ଅତିରିକ୍ତ ବଜେଟର ୮,୧୨୬.୩୨ କୋଟି ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୨୬୭.୨୩ କୋଟି, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭,୪୩୨.୮୦, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬.୫୨ କୋଟି ଏବଂ ରାଜ୍ୟ ବଜେଟରୁ ବିଭିନ୍ନ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ୪୧୯.୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏହି ଖର୍ଚ୍ଚ ତୁଲାଇବାକୁ ସହବନ୍ଧିତ ସମ୍ବଳ ସୂତ୍ରରୁ ୨,୯୮୧.୮୮ କୋଟି, ଅଣସହବନ୍ଧିତ ସମ୍ବଳରୁ ୧ ହଜାର କୋଟି ଏବଂ ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ୪,୧୪୪.୫୦ କୋଟି ଟଙ୍କାରୁ ସମ୍ବଳ ସଂଗ୍ରହ କରାଯିବ।
ଅତିରିକ୍ତ ବଜେଟରେ ପୌର ନିର୍ବାଚନ ପାଇଁ ଇଭିଏମ୍‌ କିଣାଯିବାକୁ ୧୬.୧୧ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଡାକ୍ତରଖାନାଗୁଡ଼ିକର ମ୍ୟୁନିସିପାଲିଟି ଟିକସ ଦେୟ ବାବଦକୁ ୨୪.୮୪ କୋଟି ଟଙ୍କା ବରାଦ କରାଯାଇଛି। ସ୍ଥାନୀୟ ପୌରସଂସ୍ଥା ପାଇଁ ୪୨୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅଟକଳ କରାଯାଇଛି। ବିଧାନସଭା ପରିସରରେ ନିର୍ମାଣ ଓ ନବୀକରଣ ଲାଗି ୮.୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ମୋ ସରକାର ଯୋଜନାରେ ଥାନାଗୁଡ଼ିକରେ ଖର୍ଚ୍ଚ ପାଇଁ ୬୪ କୋଟି, ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ପାଇଁ ୫.୭୯ କୋଟି, ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ପାଇଁ ୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆରଏଫ୍‌)କୁ ଅତିରିକ୍ତ ବଜେଟରୁ ୬.୫୨ କୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ଲାଗି ୫୨୭.୪୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମ୍‌ ବାବଦକୁ ୧୯୦ କୋଟିି, ୧ ଟଙ୍କିଆ ଚାଉଳ ବଣ୍ଟନ ପାଇଁ ୧୮୫.୫୨ କୋଟି, ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ପାଇଁ ୧୦ କୋଟି, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧.୫୬ କୋଟିି, ଜନସ୍ବାସ୍ଥ୍ୟ ସେବା ପାଇଁ ୪୫୯ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୩୭୦ କୋଟି, ନିର୍ମଳ ଯୋଜନା ପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମହିଳା ଓ ଶିଶୁ ବିକାଶ ପାଇଁ ୨୬୦.୯୦ କୋଟି ବ୍ୟୟବରାଦ କରାଯାଇଛି। ସେଥିରୁ ଅତିରିକ୍ତ ପୁଷ୍ଟି କାର୍ଯ୍ୟକ୍ରମ ପାଇଁ ୧୯୦.୨୮ କୋଟି, ଅଙ୍ଗନଓ୍ବାଡି କେନ୍ଦ୍ରର ମରାମତି ପାଇଁ ୧୧.୮୦ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୧୪.୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ୍‌ ୧୦୭୩.୦୩ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮.୫୫ କୋଟି, ବସୁଧା ଯୋଜନାରେ ପାଇପ୍‌ ଜଳଯୋଗାଣ ପାଇଁ ୩୬୦ କୋଟି, ଜାତୀୟ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଯୋଜନା ପାଇଁ ୧୦୦ କୋଟି, ଏନ୍‌ଆର୍‌ଏଲ୍‌ଏମ୍‌ ଯୋଜନା ଅନ୍ତର୍ଗତ ଜୀବିକା ସୃଷ୍ଟି ପାଇଁ ୨୦୦.୫୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬.୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଭିତ୍ତିଭୂମି ଓ ଶିଳ୍ପକ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୬୨୩.୩୫ କୋଟି, ଆର୍‌ଜିଜିଭିଓ୍ବାଇ ପାଇଁ ୮୦୦ କୋଟି, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୧୬୬.୫୦ କୋଟି, ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?