ସକ୍ରିୟ ମାମଲା ଲକ୍ଷେ ୪୬ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୨୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ପାଠପଢ଼ାରେ ଝିଅ ଆଗରେ, ପୁଅଙ୍କ ତୁଳନାରେ କମ୍ ଝିଅ ଅଧାରୁ ଛାଡୁଛନ୍ତି ସ୍କୁଲ…
ନୂଆଦିଲ୍ଲୀ,୨୮।୭ : ପାଠପଢ଼ାରେ ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି। ସ୍କୁଲକୁ ଯିବା ଏବଂ ଅଧ୍ୟୟନ ଜାରି ରଖିବା ହାର ଝିଅମାନଙ୍କ କ୍ଷେତ୍ରରେ ଅଧିକ ରହିଛି। ତେବେ ଅଧିକ ସଂଖ୍ୟକ ପୁଅ ଅଧାରୁ ସ୍କୁଲ ଛାଡୁଛନ୍ତି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ…
୧୫ ଅଗଷ୍ଟରେ ୩ ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୨୮।୭ : ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥର ତିନି ପ୍ରକାରର ଗୁପ୍ତଚର ଆଲର୍ଟ ଅଛି। ଏହା ଆଧାରରେ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି। ଅଗଷ୍ଟ ୧୫…
ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା, ପୃଥକ କଲେ ମଙ୍କିପକ୍ସ ଭୂତାଣୁ…
ପୁଣେ,୨୮।୭ : କରୋନା ପରେ, ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନେ ମଙ୍କିପକ୍ସ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିଛନ୍ତି। ପୁଣେ ଭିତ୍ତିକ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି)ର ଏକ ଟିମ ମଙ୍କିପକ୍ସ ଭୂତାଣୁକୁ ସଂକ୍ରମିତଙ୍କଠାରୁ ପରୀକ୍ଷା ପାଇଁ ନିଆଯାଇଥିବା ନମୁନାରୁ ପୃଥକ…
ତାଇଓ୍ବାନ୍ ଯିବେ ନାନ୍ସି
ଓ୍ବାଶିଂଟନ୍/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି ନିକଟ…
ରୋଶନୀ ନାଦାର ଧନୀ ଭାରତୀୟ ମହିଳା
ମୁମ୍ବାଇ,୨୮।୭: ଏଚ୍ସିଏଲ୍ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦାର ମାଲହୋତ୍ରା ଭାରତର ସର୍ବଶ୍ରେଷ୍ଠ ଧନୀ ମହିଳା ସ୍ଥାନ ବଜାୟ ରଖିଛନ୍ତି। ୨୦୨୧ରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଚ୍ସିଏଲ୍ ପ୍ରତିଷ୍ଠାତା ଶିବ…
ମଙ୍କିପକ୍ସ ଆତଙ୍କ: ଟିକା ପ୍ରସ୍ତୁତ ପାଇଁ ଟେଣ୍ଡର ଡାକିଲେ ସରକାର
ନୂଆଦିଲ୍ଲୀ,୨୭।୭: ସାରା ବିଶ୍ୱରେ ମଙ୍କିପକ୍ସର ବିପଦ ମଧ୍ୟରେ କେନ୍ଦ୍ର ସରକାର ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମଙ୍କିପକ୍ସ ବିରୋଧରେ ଟିକା ବିକଶିତ କରିବା ପାଇଁ ସରକାର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ(ଇଓଆଇ) ବା ଟେଣ୍ଡର ଡାକିଛନ୍ତି। ମଙ୍କିପକ୍ସ ବିରୋଧରେ ଟିକା ତିଆରି…
ପୁଣି ଅର୍ପିତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
କୋଲକତା,୨୭।୭: ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି। ବୁଧବାର ଇଡି ଟିମ୍ ତାଙ୍କ ଆଉ ଏକ ଘରେ ଚଢାଉ କରିଛି। ଚଢାଉରେ ତାଙ୍କ ଘରୁ ବିଡ଼ା ବିଡ଼ା ନୋଟ…
ହାଇକୋର୍ଟ ଗଲେ ବାବୁସାନ୍
କଟକ ଅଫିସ,୨୭ା୭: ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଥାନାରେ ମାମଲା ହୋଇଥିଲା। ସ୍ତ୍ରୀ ତୃପ୍ତି ବାବୁସାନ୍ଙ୍କ…
ମଙ୍କିପକ୍ସକୁ ନେଇ ଜାରି ହେଲା ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୨୭ା୭: କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ ୨୧ ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ ବୋଲି ଉଲ୍ଲେଖ…
ବାଡ଼ ଖାଉଛି ଫସଲ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବାଡ଼ ଖାଉଛି ଫସଲ। ରାଜ୍ୟରେ ତଳସ୍ତରରୁ ଉପରଯାଏ ଦୁର୍ନୀତି ଭରି ରହିଛି। ପର୍ସେଣ୍ଟେଜ୍(ପିସି) କାରବାର ବୃଦ୍ଧି ପାଇଛି। ସରକାରଙ୍କ ସମସ୍ତ ବିଭାଗରେ ପୁଳାପୁଳା ଦୁର୍ନୀତି। ଏଥିରେ ତଳଶ୍ରେଣୀର କର୍ମଚାରୀଠାରୁ ଆରମ୍ଭ କରି ଉପର ଅଫିସର ପର୍ଯ୍ୟନ୍ତ ଏକ ର଼୍ୟାକେଟ…
ବାଇଡେନ-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ହେବ ଆଲୋଚନା
ଓ୍ବାଶିଂଟନ,୨୭ା୭: ତାଇଓ୍ବାନ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୪ ମାସର ତିକ୍ତତା ବୃଦ୍ଧି ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍ଫିଙ୍ଗ୍ ଗୁରୁବାର ଆଲୋଚନା କରିବେ। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ନେତାଙ୍କ ମଧ୍ୟରେ…
Archives


